ହେଡଲାଇନସ୍:

ନବ ନିଯୁକ୍ତ ୧୯ ଜଣ ଓଡିଶା ସୂଚନା ସେବା ଅଧିକାରୀ ରାଜ୍ୟର ବିଭିନ୍ନ ଉପଖଣ୍ଡ ଓ ଜିଲ୍ଲା ସଦର ମହକୁମାରେ ଅବସ୍ଥାପିତ ହେବେ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର:ଓଡିଶା ସୂଚନା ସେବା (ଦ୍ୱିତୀୟ ଶ୍ରେଣୀ)ବର୍ଗରେ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀପଦରେ ନିଯୁକ୍ତି ପାଇଥିବା ୧୯ଜଣ ଅଧିକାରୀଙ୍କୁ ବିଭିନ୍ନ ଉପଖଣ୍ଡ ତଥା ଜିଲ୍ଲାରେ ଅବସ୍ଥାପିତ ହେବା ସଂପର୍କରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଜଣାଯାଇଛି ।
ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟ କନଭେନସନ ସେଣ୍ଟରଠାରେ ସ୍ୱତନ୍ତ୍ର ସମାରୋହରେ ଏହି ଅଧିକାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ।
ପ୍ରାପ୍ତ ସୂଚନା ଅନୁଯାୟୀ ବିଭିନ୍ନ ଜିଲ୍ଲା ଏବଂ ଉପଖଣ୍ଡ ସଦର ମହକୁମାରେ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ(ଏସଡିଆଇପିଆରଓ) ଭାବେ କେ.ଶ୍ରବଣ କୁମାରଙ୍କୁ ଅନୁଗୋଳ, ଐଶ୍ୱର୍ଯ୍ୟା ସାମନ୍ତଙ୍କୁ ବାଲେଶ୍ୱର, ବିନାୟକ ମିଶ୍ର (ପଦମପୁର), ଅମ୍ଳାନ ଦାସ( ବାଙ୍କୀ), ଅଭିଷେକ ବେହେରା (ଢେଙ୍କାନାଳ), ପ୍ରତିଚୀ ତନୟା ମହାନ୍ତି(ଜଗତସିଂହପୁର), ପ୍ରହଲ୍ଲାଦ କାଶଲା(ବାଲିଗୁଡା), ସ୍ୱାଧୀନ କୁମାର ମନ୍ତ୍ରୀ(ଆନନ୍ଦପୁର), ସାର୍ଥକ ଅଭିନନ୍ଦନ ରାୟ(ଚମ୍ପୁଆ), ଅବିନାଶ ପାଣି(ଉଦଳା), ସଂଯୁକ୍ତା କୁଲୁ( ସମ୍ବଲପୁର) ସଦରମହକୁମାରେ ଅବସ୍ଥାପିତ ହେବା ନେଇ ତାଲିକା ଚୂଡାନ୍ତ ହୋଇଛି । ସେହିପରି ସ୍ୱାଗତିକା ବେହେରାଙ୍କୁ ସହକାରୀ ସୂଚନା ଅଧିକାରୀ ପଢିଆରୀ ପାଠାଗାର,କଟକ, ଆଲୋକ କୁମାର ମହାନ୍ତି ଓ ସନ୍ଦିପ କୁମାର ବଳଙ୍କୁ ଯଥାକ୍ରମେ କେନ୍ଦ୍ରାପଡା ଓ ନୂଆପଡା ଜିଲ୍ଲାର ଭାରପ୍ରାପ୍ତ ଡିଆଇପିଆରଓ ଭାବେ ଅବସ୍ଥାପିତ କରାଯାଇଛି । ସରୋଜ କୁମାର ସାହୁ (ପିଆରଓ,ଏଲଆର),ସ୍ୱାତୀ ସ୍ନିଗ୍ଧା ସୁଆର, ତନୂଜା ମହାନ୍ତି, ରୋଜାଲିନ୍ ସାହୁ ଏବଂ ସୁଶ୍ରୀ ସଂଗୀତା ମହାରଣା,ପି.ଆର.ଓ(ଗ୍ରୁପ୍ ଅଫ ଡିପାର୍ଟମେଣ୍ଟସ୍) ଭାବେ ଖୋର୍ଦ୍ଧା ଜିଲ୍ଲା(ରାଜ୍ୟ ସଦର ମହକୁମା,ଭୁବନେଶ୍ୱର) ରେ କାର୍ଯ୍ୟ କରିବେ । ଖାଲି ଥିବା ଏହିସବୁ ପଦବୀ ପୂରଣ ପାଇଁ ଓଡିଶା ଲୋକସେବା ଆୟୋଗ ଜରିଆରେ ଚୟନ ପରେ ପ୍ରାର୍ଥୀମାନଙ୍କୁ ବିଭିନ୍ନ ସ୍ଥାନରେ ଅବସ୍ଥାପିତ ହେବା ନେଇ ପୂର୍ବରୁ ଗତ ମଇ ୩୦ ତାରିଖରେକାଉନସେଲିଂ କରାଯାଇଥିଲା ।

0
0
0
s2sdefault