ହେଡଲାଇନସ୍:

ସିଏସଆଇଆର୍-ଆଇଏମଏମଟି ଏବଂ ଏଏମ୍/ଏନ୍ଏସ୍ ଇଣ୍ଡିଆ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଭୁବନେଶ୍ୱର:- ନିମ୍ନମାନର ଲୁହାପଥର, ଲୁହାପଥର ପେଲେଟ୍ ପ୍ରକ୍ରିୟାକରଣ କ୍ଷେତ୍ରରେ ଗବେଷଣା ଓ ବିକାଶ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏଏମ୍/ଏନ୍ଏସ୍ ଇଣ୍ଡିଆର ଓଡିଶା ଆସେଟସ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜି. ସୁରେଶା ଏବଂ ସିଏସଆଇଆର୍-ଆଇଏମଏମଟିର ଖଣିଜ ପ୍ରକ୍ରିୟାକରଣ ଓ ବ୍ୟବସାୟ ବିକାଶର ମୁଖ୍ୟ ବୈଜ୍ଞାନିକ ଡ. ଅଶୋକ ସାହୁଙ୍କ ଦ୍ୱାରା ଆର୍ସଲର ମିତଲ ନିପ୍ପନ ଷ୍ଟିଲ ଇଣ୍ଡିଆ ଓଡିଶା ଏବଂ ସିଏସଆଇଆର୍-ଆଇଏମଏମଟିର ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ସିଏସଆଇଆର୍-ଆଇଏମ୍ଏମ୍ଟିର ନିର୍ଦ୍ଦେଶକ ଡ. ରାମାନୁଜ ନାରାୟଣ, ବୈଜ୍ଞାନିକ ଏଚ୍ ଏବଂ ଟିକେଡିଏଲ୍ ସିଏସଆଇଆର୍ ମୁଖ୍ୟ ଡ. ବିଶ୍ୱଜାନାନୀ , ନୂଆଦିଲ୍ଳୀ ବୈଜ୍ଞାନିକ ଏବଂ ସିଏସଆଇଆର୍-ଆଇଏମଏମଟି ଏବଂ ଏଏମ୍/ଏନ୍ଏସ୍ ଇଣ୍ଡିଆର ପାରାଦ୍ୱୀପ ୟୁନିଟ୍ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସିଏସଆଇଆର୍-ଆଇଏମଏମଟି ହେଉଛି ଜାତୀୟ ଗବେଷଣା ଓ ବିକାଶ ଅନୁଷ୍ଠାନ ଯାହା ଲୁହାପଥରର ନିମ୍ନ ଏବଂ ପତଳା ଗ୍ରେଡ୍ ଉପକାରିତା , ପେଲେଟାଇଜେସନ୍ ପ୍ରକ୍ରିୟା, ଏଆଇ/ଏମଏଲର ବ୍ୟବହାର, ପେଲେଟ୍ ପ୍ଲାନ୍ଟ ପ୍ରକ୍ରିୟାରେ ଅଟୋମେସନ୍ , ମେଟାଲର୍ଜିକାଲ ପ୍ଲାନ୍ଟ ବର୍ଜ୍ୟବସ୍ତୁର ଉନ୍ନତିକରଣ, ଲୁହା ଓ ଇସ୍ପାତ ଶିଳ୍ପ ପାଇଁ ସ୍ଲରି ପାଇପ୍ ଲାଇନ୍ ଡିଜାଇନ୍ ଏବଂ ଅନ୍ୟାନ୍ୟ ଡି-କାର୍ବନାଇଜେସନ୍ ପ୍ରକ୍ରିୟା ଏବଂ ଏଏମ୍/ଏନ୍ଏସ୍ ଇଣ୍ଡିଆର ଓଡିଶାର ବନ୍ଦର ସହର ପାରାଦ୍ୱୀପଠାରେ ଅବସ୍ଥିତ ୧୨ ଏମ୍ଟିପିଏ, କେନ୍ଦୁଝର ଜିଲ୍ଲାର ଡାବୁନାଠାରେ ୧୬ ଏମ୍ଟିପିଏ କ୍ଷମତାର ଲୁହାପଥର ବେନେଫିଏସନ୍ ପ୍ଲାନ୍ଟ ରହିଛି, ଯେଉଁଥିରେ ପାରାଦୀପ ପେଲେଟ୍ ପ୍ଲାନ୍ଟ ସହ ୨୫୩ କିଲୋମିଟର ଲମ୍ବା ସ୍ଳରି ପାଇପ୍ ଲାଇନ୍ ସଂଯୋଗ କରାଯାଇଛି । ୧୨ ଏମ୍ଟିପିଏ ଖଣି ପାଇଁ ଅନୁମତି କ୍ରମେ ଠାକୁରାଣୀ ଓ ଘୋରାବୁହାଣି-ସାଗାସାହି ଖଣିରେ ଓଡିଶାରେ କାର୍ଯ୍ୟ ଚାଲିଛି । କାର୍ଯ୍ୟକ୍ରମକୁ ସିଏସଆଇଆର୍-ଆଇଏମଏମଟି ଏମପିଡିର ପ୍ରମୁଖ ବୈଜ୍ଞାନିକ ସଚ୍ଚିଦା ନନ୍ଦ ସାହୁ ଓ ଏଏମ୍/ଏନ୍ଏସ୍ ଇଣ୍ଡିଆର ଗବେଷଣା ଓ ବିକାଶ ଉପପ୍ରବନ୍ଧକ ସୌମ୍ୟ ସାହୁ ସଂଯୋଜନା କରିଥିଲେ ।

0
0
0
s2sdefault