ହେଡଲାଇନସ୍:

ଏକାମ୍ର ନିଳୟରେ ଯୋଗ ଶିକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଆଗାମୀ ଜୁନ୍ ୨୧ ତାରିଖ ଆନ୍ତର୍ଜାତିକ ଯୋଗଦିବସ ପାଳନ ଅବସରରେ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ‘ବନ୍ଧୁ ୱେଲଫେୟାର ଟ୍ରଷ୍ଟ’ ଆନୁକୂଲ୍ୟରେ ଜୁନ୍ ୧୫ ତାରିଖରୁ ଯୋଗ ସପ୍ତାହ ଆରମ୍ଭ ହୋଇଛି । ରବିବାର ଏହି ଉପଲକ୍ଷେ ରଙ୍ଗ ବଜାର ନିକଟସ୍ଥ ‘ଏକାମ୍ର ନିଳୟ’ ଠାରେ ଥିବା ଅନ୍ତେବାସୀମାନଙ୍କ ପାଇଁ ଯୋଗ ଓ ପ୍ରାଣାୟାମ ସମ୍ବନ୍ଧରେ ଶିକ୍ଷା ଦିଆଯାଇଅଛି । ଯୋଗଗୁରୁ ଶ୍ରୀମତୀ ମିନତୀ ସାହୁ ବିଭିନ୍ନ ଯୋଗ ବିଷୟରେ ଶିକ୍ଷାଦେବା ସହ ବିଭିନ୍ନ ପ୍ରାଣାୟାମ୍ ଓ ଶରୀରକୁ ସୁସ୍ଥ ରଖିବା ପାଇଁ ଏହାର ଆବଶ୍ୟକତା ବିଷୟରେ ବୁଝାଇଥିଲେ । ଏଠାରେ ଥିବା ପ୍ରାୟ ୯୦ ଜଣ ବୃଦ୍ଧ ଓ ବୃଦ୍ଧା ଯୋଗ ଶିକ୍ଷାରେ ଅଂଶଗ୍ରହଣ କରି ଖୁବ୍ ଆନନ୍ଦିତ ହୋଇଥିଲେ । ଟ୍ରଷ୍ଟର ସଭାପତି ଶ୍ରୀକାନ୍ତ ଦାଶ, ସମ୍ପାଦକ ଫଗୁ ସାମଲ, ଉପସଭାପତି ସୂଚୀସ୍ମିତା ମହାନ୍ତି, ସହ ସମ୍ପାଦକ ସନାତନ ଦାସ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

0
0
0
s2sdefault