ହେଡଲାଇନସ୍:

ଶେରଗଡରୁ-ପୁରୀ କୁ ଗଡିଲା ପ୍ରଥମ ଏସି ବସ୍ ଜଗନ୍ନାଥ ଏକ୍ସପ୍ରେସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭିଡିଓ କନ୍‌ଫେରେନ୍‌ସ ଜରିଆରେ ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଜଗନ୍ନାଥ ଧାମ୍ ପୁରୀକୁ ଆଜି ଗଞ୍ଜାମ ର ଶେରଗଡ ରୁ ଗଡିଲା ପ୍ରଥମ ଏସି ବସ୍ ଜଗନ୍ନାଥ ଏକ୍ସପ୍ରେସ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫେରେନ୍‌ସ ଜରିଆରେ ଶେରଗଡ-ପୁରୀ ମଧ୍ୟରେ ଜଗନ୍ନାଥ ଏକ୍ସପ୍ରେସ ଏସି ବସ ସେବା ଚଳାଚଳକୁ ପତକା ହଲାଇ ଶୁଭାରମ୍ଭ କରିଥିଲେ । OSRTC ପକ୍ଷରୁ ଏହି ବସ ସେବା ଆରମ୍ଭ କରାଯାଇଛି ।
ଏହି ଅବସରରେ ସମବେତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶେରଗଡ-ପୁରୀ ମଧ୍ୟରେ ଏହି ନୂଆ ବସ୍‌ ସେବା ଦ୍ୱାରା ଶେରଗଡ ଜନସାଧାରଣ ସୁବିଧାରେ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଲାଭ କରିପାରିବେ । ବିଶେଷ କରି କାର୍ତ୍ତିକ ମାସରେ ଗଂଜାମର ବହୁ ଲୋକ ହବିଷ ପାଇଁ ପୁରୀ ଯାଉଥିବାରୁ ଏହି ବସ୍‌ ସେବା ସେମାନଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫-T ସ୍କୁଲ ରୂପାନ୍ତର ହେଉ ବା ମନ୍ଦିର ରୂପାନ୍ତର, ଗଂଜାମ ସବୁବେଳେ ଆଗରେ ରହିଛି । ମା ତାରା ତାରିଣୀଙ୍କ ମନ୍ଦିର ରୂପାନ୍ତର କାମ ଜିଲ୍ଲାବାସୀଙ୍କ ପାଇଁ ଆନନ୍ଦ ଆଣି ଦେଇଛି । ସେହିପରି ୫-T ସ୍କୁଲ ରୂପାନ୍ତର ଛାତ୍ରଛାତ୍ରୀ ଓ ଅଭିବାବକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି । ପଞ୍ଚାୟତରାଜ କ୍ଷେତ୍ରରେ ଗଂଜାମ ଜିଲ୍ଲା ପରିଷଦ ଜାତୀୟ ସ୍ତରରେ ଶ୍ରେଷ୍ଠ ଜିଲ୍ଲା ପରିଷଦ ପୁରସ୍କାର ଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଭିନନ୍ଦନ ଜଣାଇଥିଲେ । ଜନସାଧାରଣଙ୍କ ଆଶୀର୍ବାଦ ଓ ସହଯୋଗ ଜାରି ରହିଲେ ଆଗାମୀ ଦିନରେ ଗଂଜାମ ଜିଲ୍ଲା ଆହୁରି ଅନେକ ସଫଳତା ଲାଭ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଗଞ୍ଜାମ ଜିଲ୍ଲାପାଳ, OSRTC ର ଅଧିକାରୀ ଓ ଶେରଗଡର ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

0
0
0
s2sdefault