ହେଡଲାଇନସ୍:

ଗଂଜେଇ ଜବତ, ଦୁଇ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଳପୁର ପୋଲିସ ଶୁକଲିପାହାଡ଼ ସରେକେଲା ଗ୍ରାମ ନିକଟ ରେ ପେଟ୍ରୋଲିଂ କଲା ବେଳେ 12 କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ବ୍ୟକ୍ତି ଙ୍କୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ମାନେ ହେଲେ ସୂର୍ଯ୍ୟ ରଣା ଓ ଲିଙ୍ଗ ରଣା lବୌଦ୍ଧ ରୁ ଛତିଶଗଡ଼ ରାଇପୁର ଅଞ୍ଚଳ କୁ ଏକ ବାଇକ ରେ ନମ୍ବର OR 03 6664 ରେ ଗଞ୍ଜେଇ ଚାଲାଣ କରୁଥିଲେ l ଅଭିଯୁକ୍ତ ମାନେ ପୋଲିସ କୁ ଦେଖି ଦ୍ରୁତ ଗତି ରେ ଯାଉଥିବାରୁ ପୋଲିସ ତାଙ୍କୁ ପିଛା କରି ଦୀର୍ଘ ବାଟ ଅତିକ୍ରମ କଲା ପରେ କାବୁ କରିପାରିଥିଲେ l ଜଗଦଲପୁର ଥାନା କେସ ନଂ 78/023 ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଜଗଦଲପୁର ଥାନା ଅଧିକାରୀ ସୁଷମା କୁଅଁର ସୂଚନା ଦେଇଛନ୍ତି l

0
0
0
s2sdefault