ବହୁ ପ୍ରତିକ୍ଷିତ ୧୧ନ ୱାର୍ଡ ରାସ୍ତା କାମ ନେଇ ଆରମ୍ଭ ହେଲା ସରକାରୀ ପ୍ରକିୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର - ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନ ୧୧ ରେ ଚୌଧୁରୀ ସାହି ପାଖାପଖି ଯାଇଥିବା ରାସ୍ତା କାମ ନେଇ ବହୁ ଆଗରୁ ଦାବି ହୋଇ ଆସୁଥିଲା। ଏ ନେଇ ଗଣ ମାଧ୍ୟମ ରେ ଖବର ମଧ୍ୟ ପ୍ରକାଶ ପାଇଥିଲା। ଦାବି ଗୁଡ଼ିକୁ ଗ୍ରହଣ କରି ଆରମ୍ଭ ହୋଇଛି ସରକାରୀ ପ୍ରକିୟା। ସରକାରୀ ଜମି ଓ ବ୍ୟକ୍ତି ଗତ ଜମି କୁ ନେଇ ବିବାଦ ଚାଲିଥିବା ବେଳେ ମଙ୍ଗଳ ବାର ଆରମ୍ଭ ହୋଇଛି ଗଛ କଟା କାର୍ଯ୍ୟ କର୍ମ। ବନ ବିଭାଗ ପକ୍ଷରୁ ଗଛ କଟା ପାଇଁ ଉଚ୍ଚ ସ୍ତରୀୟ ଅଧିକାରୀ ଙ୍କ ଆଦେଶ କୁ ନେଇ ତହସିଲଦାର, ପୌର ଅଧିକାରୀ ଙ୍କ ଉପସ୍ଥିତି ରେ ଗଛ କଟା କାର୍ଯ୍ୟ କର୍ମ ଆରମ୍ଭ ହୋଇଛି। ଗଛ କଟା ଆରମ୍ଭ ବେଳେ ସେଇ ୱାର୍ଡ ବାସିନ୍ଦା ଚନ୍ଦ୍ର କାନ୍ତ ଦାସ କୋର୍ଟ ରେ ବିଚାର ଧିନ୍ ଥିବା ବେଳେ କେମିତି ଗଛ କଟା ଯାଉଛି ନେଇ ପ୍ରଶ୍ନ କରିଥିଲେ। ପରେ ଉଚ୍ଚ ସ୍ତରୀୟ ଅଧିକାରୀ ମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି କୁ ଆୟତ୍ତ କରିବା ସହ ରାସ୍ତା କାମ ପାଇଁ ଗଛ କଟା କାର୍ଯ୍ୟ ଚାଲୁ ରଖି ଥିଲେ। ରାସ୍ତା କାମ ନେଇ ପ୍ରୟାସ ଆରମ୍ଭ ହୋଇ ଥିବାରୁ ସମସ୍ତ ସରକାରୀ ଅଧିକାରୀ ଓ ମାନ୍ୟବର ବିଧାୟକ ଙ୍କୁ ୱାର୍ଡ ବାସୀ ଧନ୍ୟବାଦ୍ ଦେଇଛନ୍ତି।

0
0
0
s2sdefault