କାମାକ୍ଷାନଗର - ଢ଼େଙ୍କାନାଳ ଜିଲ୍ଲା ଦେଇ ବୋହି ଯାଇଥିବା ବ୍ରାହ୍ମଣୀ ନଦୀ ର ଜଳ ଦିନକୁ ଦିନ ଦୂଷିତ ହେବାରେ ଲାଗିଛି। ଫଳ ରେ ପିଇବା କି ଅନ୍ୟ କାର୍ଯ୍ୟ ଲାଗି ଏହାର ଜଳ ବ୍ୟବହାର କରିବା ସମ୍ଭବ ହେଉନାହିଁ। ନଦୀ ର ଉପର ମୁଣ୍ଡ ରେ ଥିବା କଳକାରଖାନା ରୁ ବାହାରୁଥିବା ଦୂଷିତ ଓ ବିଷାକ୍ତ ବର୍ଜ୍ୟବସ୍ତୁ କୁ ସିଧାସଳଖ ନଦୀ ରେ ଛାଡ଼ି ଦିଆଯାଉଥିବାରୁ ଏପରି ହେଉଛି ବୋଲି ଅଭିଯୋଗ ହେଉଛି। ଏହି ନଦୀର ଜଳ କୁ ପିଇବା ଓ ଗାଧୋଇବା ଦ୍ୱାରା ବିଭିନ୍ନ ପ୍ରକାର ର ଚର୍ମ ରୋଗ ଓ କିଡନୀ ଖରାପ ହେବାର ନଜିର ରହିଛି। କାମାକ୍ଷାନଗର ବ୍ଳକ ରାୟନୃସିଂହ ପୁର, ସୋଗର ଭଳି ପଞ୍ଚାୟତ ର ଅନେକ ଲୋକ ଏହି ନଦୀର ଜଳ ଉପରେ ନିର୍ଭର କରିଥାନ୍ତି । ଏ ନେଇ ଅଞ୍ଚଳ ବାସୀ ଙ୍କ ତରଫରୁ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ । ଲୋକ ମାନଙ୍କ କଥା ଛାଡ ଗାଈ ଗୋରୁ ମଧ୍ୟ ଏହି ନଦୀ ର ଜଳ କୁ ପିଇବା ଦ୍ୱାରା ବିଭିନ୍ନ ରୋଗ ରେ ଆକ୍ରାନ୍ତ ହେଉଛନ୍ତି। ବ୍ରାହ୍ମଣୀ ନଦୀ ଉପରେ ଲକ୍ଷ ଲକ୍ଷ ଲୋକ ସିଧାସଳଖ ନିର୍ଭରଶିଳ ରହିଥିବା ବେଳେ ଏହି ଜଳ ସମସ୍ୟା ର ସମାଧାନ ପାଇଁ ଦାବି କରୁଛନ୍ତି। ଏ ସଂପର୍କ ରେ ଢ଼େଙ୍କାନାଳ ଜିଲ୍ଲା ର ଜିଲ୍ଲାପାଳ ସରୋଜ କୁମାର ସେଠୀ କହିଛନ୍ତି, ନଦୀ ଜଳ କିପରି ପ୍ରଦୂଷିତ ହେବନାହିଁ ସେଥି ଲାଗି ବୈଠକ ଅନୁଷ୍ଠିତ ହୋଇଛି। ଆଗକୁ ମଧ୍ୟ ନଦୀ ଜଳ କିପରି ସ୍ୱଚ୍ଛ ରହିବ , ସେଥି ପ୍ରତି ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି।












