ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ପାଇକମାଲ ବ୍ଲକ୍ ଅନ୍ତର୍ଗତ କେରମେଲାବାହାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଡାକ ବିଭାଗ ପକ୍ଷରୁ ଏକ ଡାକ ମେଳା ଅନୁଷ୍ଠିତ ହୋଇଯାଇଛି l ଏହି ମେଳାରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ସମ୍ମାନିତ ଭାବେ ସମ୍ବଲପୁର ଡାକ ନିର୍ଦ୍ଦେଶକ ଆଦିତ୍ୟ ନାୟକ, ଅଧିକ୍ଷକ ବିପିନ ବିହାରୀ ନେଗୀ, ଡାକ ନିରୀକ୍ଷକ କିଶୋର ନାଏକ, ମୁଖ୍ୟ ବକ୍ତା ସପ୍ତର୍ଷି ପୁରୋହିତ ଓ ରାମଚନ୍ଦ୍ର ପଧାନ ପ୍ରମୁଖ ଯୋଗ ଦେଇଥିଲେ l
ଏହି ସମାରୋହରେ ଡାକ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ସମସ୍ତ ସେବା ଗୁଡିକ ବିଷୟରେ ଆଲୋଚନା କରିଥିଲେ l ଏହି ଅବସରରେ ବିଧାୟିକା ଶ୍ରୀମତୀ ବରିହା ଡାକ ବିଭାଗର ସମସ୍ତ ସେବାର ଲାଭ ଉଠାଇବା ପାଇଁ ପ୍ରେରଣା ଦେଇଥିଲେ l
ରାଜ୍ୟ
ଡାକ ବିଭାଗ ପକ୍ଷରୁ ଡାକ ମେଳା
- Hits: 400











