ହେଡଲାଇନସ୍:

ଓଡ଼ଗାଁରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୧୩।୫(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ସ୍ଥାନୀୟ ସିଭିଲ କୋର୍ଟ କମ୍ପ୍ଲେକ୍ସ ପରିସରରେ ଶନିବାର ଦିନ ଦିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ବ୍ୟାଙ୍କ ସମ୍ବନ୍ଧିୟ ୨୯୪ ମାମଲାରୁ ୬ ମାମଲା ଫଇସଲା ବାବଦରେ ୩ ଲକ୍ଷ ୨୭ ହଜାର ଟଙ୍କା ଆଦାୟ ହୋଇଛି । ସିନିୟର୍ ସିଭିଲ କୋର୍ଟରେ ୩୮ ସିଭିଲ ମାମଲା ସମାଧାନ ହୋଇଥିବା ବେଳେ ସିଭିଲ କମ ଜେଏମ ଏଫସି କୋର୍ଟରେ ୨୪ ସିଭିଲ ମାମଲା ସମାଧାନ ହୋଇଛି। ସେହିପରି ଏ ଏସଜେକମ ଏଏସଜେ କୋର୍ଟରେ ୩୭ ସିଭିଲ ମାମଲା ଏବଂ ଗ୍ରାମ ନ୍ୟାୟାଳୟରେ ୭ ମାମଲା ସମାଧାନ ହୋଇଛି । ଆଡିସନାଲ ଡିଷ୍ଟିଟ ଆଣ୍ଡ ସେସନ୍ ଜଜ ମାନସ ରଞ୍ଜନ ରଥ, ସିନିୟର ସିଭିଲ ଜଜ କମ୍ ଆସିଷ୍ଟାଣ୍ଡ ସେସନ୍ ଜଜ ସିବାସିସ ଗିରି , ସିଭିଲ ଜଜ (ଚୟାରମ୍ୟାନ) ତାଲୁକ ଲିଗାଲ ସର୍ଭିସ୍ କମିଟି ହରମୋହନ ଦାଶ, ଗ୍ରାମ୍ୟ ନ୍ୟାୟାଧିକାରୀ ସୁଧିବାଇ ଅଗ୍ରୱାଲ ମାମଲା ଗୁଡ଼ିକର ରାୟ ଶୁଣାଇ ସମାଧାନ କରିଥିଲେ ।

0
0
0
s2sdefault