ହେଡଲାଇନସ୍:

ଜିଲ୍ଲା ରେ ଅଭିଭାବକ-ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା ଏବଂ ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା ର ସମସ୍ତ 2313 ଗୋଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ମାନଙ୍କରେ ଆଜି ସମଗ୍ର ଶିକ୍ଷା ଆନୁକୁଲ୍ୟରେ ଅଭିଭାବକ- ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା ଏବଂ ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି I ସମସ୍ତ ବିଦ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ସମୁଦାୟ 101589 ଜଣ ଅଭିଭାବକ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଓ ନିଜ ନିଜ ମତାମତ ବ୍ୟକ୍ତ କରିଥିଲେ I ଗ୍ରୀଷ୍ମ ପ୍ରବାହ ପାଇଁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଶିକ୍ଷକ ଓ ଅଭିଭାବକ ବୈଠକ ସକାଳ 6.30 ସମୟରେ ଆରମ୍ଭ ହୋଇ 10.30 ସମୟରେ ଶେଷ ହୋଇଥିଲା I
ଶିକ୍ଷା ହିଁ ପ୍ରଗତି ର ଚାବିକାଠି I ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନ ଙ୍କର ବୌଦ୍ଧିକ ଓ ସାମଗ୍ରିକ ବିକାଶ ସମ୍ଭବପର ହୋଇଥାଏ I ଛାତ୍ରଛାତ୍ରୀମାନେ ସକାରାତ୍ମକ ମନୋଭାବ ପୋଷଣ କରିବା ଏକାନ୍ତ ଆବଶ୍ୟକ I ପ୍ରତ୍ୟେକ ଛାତ୍ରଛାତ୍ରୀମାନ ଙ୍କ ନିକଟରେ ଗୁଣାତ୍ମକ ଶିକ୍ଷା ପହଞ୍ଚାଇବା ପାଇଁ ସରକାର ବଦ୍ଧ ପରିକର I ଶିକ୍ଷା ସହିତ ଗୋଷ୍ଠି ର ସମ୍ପୃକ୍ତି କୁ ମଧ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି I ଗୋଷ୍ଠି ସଚେତନତା ଓ ଗୋଷ୍ଠି ସହଭାଗୀତା ହିଁ ଏହି ବୈଠକ ର ମୂଳ ଲକ୍ଷ୍ୟ ଥିଲା I
ସେହିଭଳି ଗ୍ରୀଷ୍ମ ଅବକାଶ ସମୟରେ ଛାତ୍ରଛାତ୍ରୀମାନେ କିଭଳି ଭାବେ ନିଜକୁ ଶୈକ୍ଷିକ ତଥା ଅଣଶୈକ୍ଷିକ କାର୍ଯ୍ୟ ରେ ନିଜକୁ ନିୟୋଜନ କରିବେ, ଅଂଶୁଘାତ କୁ କିଭଳି ଭାବେ ମୁକାବିଲା କରିବେ, ମୋବାଇଲ ଫୋନ ର ଉପଯୁକ୍ତ ବ୍ୟବହାର ତଥା ଏହାର ଉପକାରିତା ଓ ଅପକାରିତା ଏବଂ ସର୍ବୋପରି ଅଭିଭାବକ ମାନଙ୍କ ଠାରୁ ବିଦ୍ୟାଳୟ ଶିକ୍ଷା ର ସର୍ବାଙ୍ଗୀନ ଉନ୍ନତି କିଭଳି ଭାବେ ସାଧିତ ହୋଇପାରିବ ଆଦି ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା I ବୈଠକ ଶେଷ ରେ ଛାତ୍ରଛାତ୍ରୀମାନ ଙ୍କୁ ପାଠ୍ୟପୁସ୍ତକ ବଣ୍ଟନ କରାଯାଇଥିଲା I
ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ ପଧାନ, ସମସ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ, ଅନ୍ୟାନ୍ୟ ଅଧିକାରୀ ମାନେ ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଅନୁଷ୍ଠିତ ହୋଇଥିବା ବୈଠକ ରେ ଉପସ୍ଥିତ ରହି ଥିଲେ ଏବଂ ଆଗାମୀ ଦିନରେ ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା କ୍ଷେତ୍ରରେ ରାଜ୍ୟ ରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ବୈଠକରେ ଆଶା ପ୍ରକଟ କରାଯାଇଥିଲା I

0
0
0
s2sdefault