ରାଉରକେଲା ,(ବସନ୍ତ କୁମାର ଜେନା): ଓଡିଶାର ପ୍ରଖ୍ୟାତ ମସଲା ନିର୍ମାତା ସଂସ୍ଥା ଗୃହସ୍ଥୀ ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍ ରେ ଧନତେରସ ଉତ୍ସବ ବଡ଼ ଧୁମଧାମ ଓ ଶ୍ରଦ୍ଧାଭାବରେ ପାଳନ କରାଯାଇଛି। କାରଖାନା ପରିସରରେ ଥିବା ଦରବାରରେ ପ୍ରଥମେ ଗୋମାତା, ଗୁରୁମାତା ଓ ପିତୃଦେବଙ୍କୁ ଦୀପ ପ୍ରଜ୍ଵଳନ ଓ ପୁଷ୍ପାଞ୍ଜଳି ଅର୍ପଣ କରି ମା ଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଥିଲା।ଏହି ପବିତ୍ର ପୂଜା ବିସ୍ରାର ଗୁରୁଜି ଶ୍ରୀ ଜନାର୍ଦ୍ଦନ ବଶିଷ୍ଠ ଜୀଙ୍କ ନିୟୋଜନରେ ସମ୍ପନ୍ନ ହୋଇଥିଲା।ପୂଜାରେ ମୁଖ୍ୟ ଯଜମାନ ଭାବରେ ସଂସ୍ଥାର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ଗୋକୁଳ ଆନନ୍ଦ ବଗାଡ଼ିଆ ଜୀ ଅଂଶଗ୍ରହଣ କରିଥିଲେ। ସି.ଏମ୍.ଡି. ଶ୍ରୀ ଗଣେଶ ପ୍ରସାଦ ବଗାଡ଼ିଆ ଜୀ, ଡାଇରେକ୍ଟର ଶ୍ରୀମତୀ ମଞ୍ଜୁ ଦେବୀ ବଗାଡ଼ିଆ ଜୀ, ଏବଂ ସି.ଇ.ଓ. ଶ୍ରୀ ଅମିତ ଅଗରୱାଲ ଜୀ ମଧ୍ୟ ଉପସ୍ଥିତ ରହି ମା ଲକ୍ଷ୍ମୀଙ୍କ ଆରତି କରି ଆଶୀର୍ବାଦ ଗ୍ରହଣ କରିଥିଲେ।ପୂଜା ଶେଷରେ ସଂସ୍ଥାର ସମସ୍ତ ସଦସ୍ୟ ଓ କର୍ମଚାରୀମାନେ ଏକତ୍ର ହୋଇ ଆରତିରେ ଅଂଶ ନେଇଥିଲେ। ଗୃହସ୍ଥୀ ଉଦ୍ୟୋଗ ନିଜର ଉତ୍କୃଷ୍ଟ ଗୁଣଗତା ସହିତ ସମସ୍ତ ଜାତୀୟ ପର୍ବପର୍ବାଣିକୁ ପରିବାରିକ ଆନନ୍ଦରେ ପାଳନ କରିବା ପାଇଁ ଜଣାଶୁଣା ଅଟେ। ଏଠାରେ ପ୍ରତ୍ୟେକ ଉତ୍ସବରେ ସମସ୍ତ କର୍ମଚାରୀମାନଙ୍କ ଅଙ୍ଗସହଭାଗ ଓ ଭାଇଚାରା ଦେଖିବାଯୋଗ୍ୟ ହୋଇଥାଏ।ଅନ୍ତେ ଡାଇରେକ୍ଟର ଶ୍ରୀମତୀ ମଞ୍ଜୁ ଦେବୀ ବଗାଡ଼ିଆ ଜୀ ସମସ୍ତ କର୍ମଚାରୀ ଓ ଉପସ୍ଥିତ ଅତିଥିମାନଙ୍କୁ ଦୀପାବଳି ଉପହାର ବଣ୍ଟନ କରିଥିଲେ।ଏହି ସଫଳ ଆୟୋଜନରେ ସି.ଇ.ଓ. ଶ୍ରୀ ଅମିତ ଅଗରୱାଲ, ଶ୍ରୀ ସିତାରାମ ବଗାଡ଼ିଆ, ଶ୍ରୀ ପ୍ରଫୁଲ୍ଲ ପାତ୍ରୋ, ଶ୍ରୀ ଅଭିନାଶ ମିଶ୍ରା, ଶ୍ରୀ ମୁକେଶ ଠାକୁର, ଏଚ.ଆର୍. ଶ୍ରୀମତୀ ସଙ୍ଗୀତା କୁଣ୍ଡୁ, ଶ୍ରୀମତୀ ଅଞ୍ଜଳି ସାହୁ, ମିସ୍ ସୁଭାଶ୍ରୀ ରାୟ, ଏବଂ ଶ୍ରୀ ଟି. ପୁରୁଷୋତ୍ତମଙ୍କ ବିଶେଷ ଅବଦାନ ରହିଛି।
ରାଜ୍ୟ
ଗୃହସ୍ଥୀ ଉଦ୍ୟୋଗରେ ହର୍ଷୋଲ୍ଲାସର ସହିତ ଧନତେରସ ପୂଜା ସମାପ୍ତ
- Hits: 8