ଝାରସୁଗୁଡ଼ା, ଓଡ଼ିଶା, ୧୮ ଅକ୍ଟୋବର ୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଏହି ସପ୍ତାହରେ ଝାରସୁଗୁଡ଼ାରେ ତୃଣମୂଳ ସ୍ତରରେ ପଦକ୍ଷେପର ଏକ ଶୃଙ୍ଖଳା ମାଧ୍ୟମରେ ସାମୁଦାୟିକ ସ୍ୱାସ୍ଥ୍ୟ ଏବଂ ପ୍ରତିଷେଧକ ଯତ୍ନକୁ ଆଗକୁ ବଢାଇବା ପାଇଁ ଏହାର ପ୍ରତିବଦ୍ଧତାକୁ ପୁନରାବୃତି କରିଛି। କମ୍ପାନୀର ପ୍ରୟାସରେ ସଚେତନତା ଅଧିବେଶନ ମାଧ୍ୟମରେ ବିଶ୍ୱ ହାତ ଧୋଇବା ଦିବସ ପାଳନ କରିବା ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଝାରସୁଗୁଡ଼ା ସହିତ ଘନିଷ୍ଠ ସମନ୍ୱୟରେ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମକୁ ସମର୍ଥନ କରିବା ଅନ୍ତର୍ଭୁକ୍ତ ଥିଲା।
ପ୍ରତିବର୍ଷ ୧୫ ଅକ୍ଟୋବରରେ ପାଳିତ ବିଶ୍ୱ ହାତ ଧୋଇବା ଦିବସ, ରୋଗ ରୋକିବା ପାଇଁ ଏକ ପ୍ରଭାବଶାଳୀ ଏବଂ ସୁଲଭ ଉପାୟ ଭାବରେ ସାବୁନ ସହିତ ହାତ ଧୋଇବାର ସରଳ କାର୍ଯ୍ୟକୁ ଗୁରୁତ୍ୱ ଦିଏ। ଏହା ହାତ ପରିଷ୍କାର ପରିଚ୍ଛନ୍ନତା, ଉପଯୁକ୍ତ ଗ୍ଲୋଭ ବ୍ୟବହାର ଏବଂ ସ୍ୱାସ୍ଥ୍ୟସେବା ସାମଗ୍ରୀର ପରିବେଶଗତ ପ୍ରଭାବ ବିଷୟରେ ସଚେତନତାର ଗୁରୁତ୍ୱକୁ ମଧ୍ୟ ଉଜ୍ଜ୍ୱଳ କରିଥାଏ। ଏହି ଅଭିଯାନର ଏକ ଅଂଶ ଭାବରେ, ବେଦାନ୍ତ ଆଲୁମିନିୟମ ପଡ଼ୋଶୀ ଗ୍ରାମ ଏବଂ ସ୍କୁଲଗୁଡ଼ିକରେ ଏକ ସପ୍ତାହ ବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଥିଲା, ଯାଊଁଥିରେ ପ୍ରାୟ ୩,୦୦୦ ରୁ ଅଧିକ ସମ୍ପ୍ରଦାୟ ସଦସ୍ୟ ଯୋଗଦାନ କରିଥିଲେ।
ହାତ ଧୋଇବାର ଗୁରୁତ୍ୱ ବିଷୟରେ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଶିକ୍ଷା ଦେବା ପାଇଁ ଡାକ୍ତରଙ୍କ ନେତୃତ୍ୱରେ ଏକ ଅଧିବେଶନ ଆୟୋଜନ କରାଯାଇଥିଲା, ତା’ପରେ ପାରାମେଡିକାଲ୍ କର୍ମଚାରୀଙ୍କ ଦ୍ୱାରା ହାତ ପରିଷ୍କାରତାର ସଠିକ୍ ପଦକ୍ଷେପଗୁଡ଼ିକୁ ଦର୍ଶାଇ ଏକ ଲାଇଭ୍ ପ୍ରଦର୍ଶନ କରାଯାଇଥିଲା। ବ୍ୟାପକ ସମ୍ପ୍ରଦାୟ ଅଂଶଗ୍ରହଣକୁ ଉତ୍ସାହିତ କରିବା ପାଇଁ, ସଠିକ୍ ହାତ ଧୋଇବା ଅଭ୍ୟାସ ପ୍ରଦର୍ଶନ କରିବାକୁ ସ୍ୱେଚ୍ଛାସେବୀ ବ୍ୟକ୍ତିମାନଙ୍କୁ ସାବୁନ, ଟୁଥପେଷ୍ଟ, ଟୁଥବ୍ରସ୍, ଜିଭ କ୍ଲିନର୍ ଏବଂ ସାମ୍ପୁ ପାଉଚ୍ ସହିତ ହାତ ପରିଷ୍କାର କିଟ୍ ପ୍ରଦାନ କରାଯାଇଥିଲା। ଦୈନନ୍ଦିନ ପରିଷ୍କାର ଅଭ୍ୟାସକୁ ସୁଦୃଢ଼ କରିବା ପାଇଁ ହାତ ଧୋଇବାର ସଠିକ୍ ପଦକ୍ଷେପଗୁଡ଼ିକୁ ଉଜ୍ଜ୍ୱଳ କରୁଥିବା ଶିକ୍ଷାଗତ ଲିଫଲେଟ୍ ମଧ୍ୟ ବଂଟନ କରାଯାଇଥିଲା।
ଏହି ପ୍ରୟାସ ସହିତ, ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାର ୧୭ଟି ବୁଥ୍ ରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହ ମିଶି ପଲ୍ସ ପୋଲିଓ ଟୀକାକରଣ ଅଭିଯାନ ୨୦୨୫କୁ ମଧ୍ୟ ସମର୍ଥନ କରିଥିଲା। ତିନି ଦିନିଆ ଅଭିଯାନରେ ୧,୪୮୬ ରୁ ଅଧିକ ପିଲାଙ୍କୁ ଟୀକାକରଣ କରାଯାଇଥିଲା, ଯାହା ପୋଲିଓ ଭାଇରସ ବିରୁଦ୍ଧରେ ବ୍ୟାପକ ସମ୍ପ୍ରଦାୟ ସୁରକ୍ଷା ସୁନିଶ୍ଚିତ କରିଥିଲା ଏବଂ ଏକ ପୋଲିଓ ମୁକ୍ତ ରାଷ୍ଟ୍ର ସୁନିଶ୍ଚିତ କରିବା ପାଇଁ ଭାରତର ନିରନ୍ତର ପ୍ରୟାସରେ ଯୋଗଦାନ ଦେଇଥିଲା।
ଏହି ପଦକ୍ଷେପର ପ୍ରଭାବ ଉପରେ ଆଲୋକପାତ କରି, ବେଦାନ୍ତ ଝାରସୁଗୁଡାର ସିଇଓ ଶ୍ରୀଯୁକ୍ତ ସି ଚନ୍ଦ୍ରୁ କହିଛନ୍ତି, “ଉତମ ସ୍ୱାସ୍ଥ୍ୟ ହେଉଛି ସମୃଦ୍ଧ ସମ୍ପ୍ରଦାୟର ମୂଳଦୁଆ। ବେଦାନ୍ତ ଆଲୁମିନିୟମରେ, ଆମେ ପ୍ରତିରୋଧକ ସ୍ୱାସ୍ଥ୍ୟସେବା, ବ୍ୟାପକ ସଚେତନତା ଏବଂ ସୁଲଭ ଚିକିତ୍ସା ସେବା ମାଧ୍ୟମରେ ଆମର ସମ୍ପ୍ରଦାୟ ପାଇଁ ଏକ ସୁସ୍ଥ ଭବିଷ୍ୟତ ଗଠନ କରିବାକୁ ଗଭୀର ଭାବରେ ପ୍ରତିବଦ୍ଧ। ଏହି କ୍ଷେତ୍ରରେ ଆମର ନିୟମିତ ପଦକ୍ଷେପ, ଯେପରିକି ବିଶ୍ୱ ହାତ ଧୋଇବା ଦିବସ ଏବଂ ପଲ୍ସ ପୋଲିଓ ଟୀକାକରଣ ଅଭିଯାନରେ ଯୋଗଦାନ, ସୁସ୍ଥ ଅଭ୍ୟାସକୁ ପୋଷଣ ଏବଂ ସମ୍ପ୍ରଦାୟ ସଦସ୍ୟଙ୍କ ମଙ୍ଗଳ ସୁରକ୍ଷା ଉପରେ ଆମର ଧ୍ୟାନକୁ ପ୍ରତିଫଳିତ କରେ।”
ତାଙ୍କ ମତାମତ ଯୋଡ଼ି, ଝାରସୁଗୁଡାର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ମହେଶ ମୋହନ ପଣ୍ଡା କହିଛନ୍ତି, “ଝାରସୁଗୁଡାରେ ସମ୍ପ୍ରଦାୟ ସ୍ୱାସ୍ଥ୍ୟ ପଦକ୍ଷେପକୁ ଆଗକୁ ବଢାଇବାରେ ବେଦାନ୍ତ ଆଲୁମିନିୟମ ଏକ ସ୍ଥିର ଏବଂ ସକ୍ରିୟ ଅଂଶୀଦାର ହୋଇଛି। ସଚେତନତା କାର୍ଯ୍ୟକ୍ରମ ଏବଂ ଟୀକାକରଣ ଅଭିଯାନ ପାଇଁ ସେମାନଙ୍କର ନିରନ୍ତର ସମର୍ଥନ ସ୍ୱାସ୍ଥ୍ୟସେବା ଉପଲବ୍ଧତାକୁ ଉନ୍ନତ କରିବା ଏବଂ ଗ୍ରାମାଂଚଳରେ ପ୍ରତିରୋଧକ ସ୍ୱାସ୍ଥ୍ୟ ପଦକ୍ଷେପକୁ ପ୍ରୋତ୍ସାହିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।”
ଏହି ପଦକ୍ଷେପଗୁଡ଼ିକ ବ୍ୟତୀତ, ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାର ଲୋକଙ୍କ ପାଇଁ ଅନେକ ସ୍ୱାସ୍ଥ୍ୟସେବା ପଦକ୍ଷେପମାନ ଗ୍ରହଣ କରିଆସୁଛି। ବେଦାନ୍ତ ଡାଇଗ୍ନୋଷ୍ଟିକ୍ ସେଂଟର ପ୍ରତିବର୍ଷ ଜିଲ୍ଲାର ହଜାର ହଜାର ଲୋକଙ୍କୁ ସୁଲଭ ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁବିଧା ପ୍ରଦାନ କରିବା ସହିତ କମ୍ପାନୀର ମୋବାଇଲ୍ ହେଲ୍ଥ ୟୁନିଟ୍ (ଏମଏଚୟୁ) ଏବଂ ସ୍ୱତନ୍ତ୍ର ଚିକିତ୍ସା ଶିବିର ନିୟମିତ ଭାବରେ ଦୂରଦୂରାନ୍ତରେ ଦ୍ୱାର ଦେଶରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଥାନ୍ତି। ଏହାର ନିରନ୍ତର ସହଭାଗୀତା ଏବଂ ସମ୍ପ୍ରଦାୟ-ପ୍ରଥମ ପଦ୍ଧତି ମାଧ୍ୟମରେ, କମ୍ପାନୀ ସମ୍ପ୍ରଦାୟ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବୃଦ୍ଧି କରିବା, ସ୍ୱଚ୍ଛତା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏବଂ ଏହାର କାର୍ଯ୍ୟ କ୍ଷେତ୍ରରେ ସ୍ୱାସ୍ଥ୍ୟସେବା ପାଇଁ ସମାନ ସୁବିଧା ସୁନିଶ୍ଚିତ କରିବା ଜାରି ରଖିଛି।
ବେଦାନ୍ତ ଲିମିଟେଡର ଏକ ବ୍ୟବସାୟ, ବେଦାନ୍ତ ଆଲୁମିନିୟମ୍, ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକ, ଭାରତର ଅଧାରୁ ଅଧିକ ଆଲୁମିନିୟମ୍ ଅର୍ଥାତ୍ ଆର୍ôଥକ ବର୍ଷ ୨୫ ରେ ୨.୪୨ ନିୟୁତ ଟନ୍ ଉତ୍ପାଦନ କରିଛି। ଏହା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦରେ ଏକ ନେତା ଯାହା ମୁଖ୍ୟ ଶିଳ୍ପଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ପ୍ରୟୋଗ ବ୍ୟବହାର କରିଥାଏ। ଆଲୁମିନିୟମ୍ ଶିଳ୍ପ ପାଇଁ ଏସଏଣ୍ଡପି ଗ୍ଲୋବାଲ୍ କର୍ପୋରେଟ୍ ସଷ୍ଟେନେବିଲିଟି ଆସେସମେଂଟ ୨୦୨୪ ବିଶ୍ୱ ରାଙ୍କିଂରେ ବେଦାନ୍ତ ଆଲୁମିନିୟମ୍ ଦ୍ୱିତୀୟ ସ୍ଥାନରେ ରହିଛି, ଯାହା ଏହାର ଅଗ୍ରଣୀ ସ୍ଥାୟୀ ବିକାଶ ଅଭ୍ୟାସର ପ୍ରତିଫଳନ ଅଟେ। ଭାରତରେ ଏହାର ବିଶ୍ୱସ୍ତରୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନା ରିଫାଇନାରୀ ଏବଂ ପାୱାର ପ୍ଲାଂଟ ସହିତ, କମ୍ପାନୀ ଏକ ସବୁଜ ଆସନ୍ତାକାଲି ପାଇଁ 'ଭବିଷ୍ୟତର ଧାତୁ' ଭାବରେ ଆଲୁମିନିୟମର ଉଦୀୟମାନ ପ୍ରୟୋଗକୁ ପ୍ରୋତ୍ସାହିତ କରିବାର ଏହାର ଲକ୍ଷ୍ୟ ପୂରଣ କରୁଛି।