ଭାଗ୍ୟର କି ବିଡମ୍ବନା, ମାତ୍ର ୯ ମାସର କୋମଳମତି ଶିଶୁପୁତ୍ରର ଲିଭର ଅକାମି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଅର୍ଥ ଅଭାବରୁ ଲିଭର ଟ୍ରାନ୍ସପ୍ଲାଣ୍ଟ ଅଟକି ରହିଛି, ସରକାରଙ୍କ ସାହାଯ୍ୟ ଲୋଡିଲେ ପରିବାର ସଦସ୍ୟ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)କିଛି ବର୍ଷ ତଳେ ହୋଇଥିଲା ବାହାଘର । ନୂଆ ସ୍ବପ୍ନ ନୂଆ ଆଶା ନେଇ କେତେ କଣ ଭାବିଥିଲେ । ବେଶ୍ ହସଖୁସିରେ ଚାଲିଥିଲା ତାଙ୍କ ସଂସାର । ଇତି ମଧ୍ୟରେ ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେଲେ ସ୍ତ୍ରୀ।କିନ୍ତୁ ତାଙ୍କର ଏ ଖୁସି ତାଙ୍କ ଜୀବନରେ ବେଶି ଦିନ ରହିଲାନି । ହଠାତ୍ ତାଙ୍କ ଜୀବନରେ ଘୋଟି ଆସିଲା କଳା ବାଦଲ । ଏବେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି କୋମଳମତି ସନ୍ତାନ ଯାହାର ବୟସ ମାତ୍ର ୯ ମାସ। ଆମେ କହୁଛୁ କେସିଙ୍ଗା ବ୍ଲକ ଅନ୍ତର୍ଗତ ଫଟାକମାଲ ପଂଚାୟତ ର ପଦ୍ମାବତୀ ସା ଓ ସ୍ୱାମୀ କୃଷ୍ଣ ଚନ୍ଦ୍ର ମେହେର। ଶିଶୁପୁତ୍ର କୁ ପ୍ରଥମେ ସେମାନେ ବୁର୍ଲା ମେଡିକାଲ ରେ ଭର୍ତି କରାଇଥିଲେ। ବୁର୍ଲାରୁ ନବଜାତ ଶିଶୁର ଲିଭର କିଛି ସମସ୍ୟା ଅଛି ଏବଂ ଛୁଆ ର ଉନ୍ନତ ମାନର ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲ କୁ ସୁପାରିଶ କରିଦେଉଛୁ। ଭୁବନେଶ୍ୱର ଏମ୍ସ ରେ ଚିକିତ୍ସା ପରେ ନବଜାତ ର ଶିଶୁର ଲିଭର ଅକାମି ଏବଂ ଅତି ବେଶୀରେ ୨ ମାସ ପର୍ଯ୍ୟନ୍ତ ବଞ୍ଚି ପାରିବ। ଆପଣ ମାନେ ଯଦି ଲିଭର ପ୍ରତ୍ୟାରୋପଣ କରିବେ, ହୁଏତ ଶିଶୁଟି ବଞ୍ଚି ଯାଇପରେ। ଆମ ଏମ୍ସ ରେ ଲିଭର ଟ୍ରାନ୍ସପ୍ଲାଣ୍ଟ ହୋଇପାରିବନି ଏବଂ ଛୁଆକୁ ଦିଲ୍ଲୀ ଏମ୍ସ କୁ ପଠାଇଦେବୁ ଏବଂ ଲିଭର ପ୍ରତ୍ୟାରୋପଣ ପାଇଁ ଅନ୍ୟୁନ ୨୫ ଲକ୍ଷ ଟଙ୍କାର ଆବଶ୍ୟକ ହୋଇପାରେ ବୋଲି ଭୁବନେଶ୍ୱର ଏମ୍ସ ରୁ ରୋକଠୋକ ଶୁଣାଇଥିଲେ। ଯାହା ଭି ରୋଜଗାର ଓ ସଞ୍ଚୟ ଥିଲା ସବୁ ଚାଲିଗଲାଣି ଚିକିତ୍ସାରେ । ଏବେ ଅର୍ଥ ଶୂନ୍ୟ । ପରିସ୍ଥିତି ଏମିତି ଯେ ସ୍ବାଭିମାନକୁ ବଳି ଦେଇ ସାହାଯ୍ୟ ମାଗିଛନ୍ତି ନିଜେ ଜନ୍ମ କଲା ଶିଶୁ ପୁତ୍ରକୁ ଭଲ କରିବା ପାଇଁ । ଭବିଷ୍ୟତକୁ ନୂଆ କରି ଗଢ଼ିବା ପାଇଁ ଯେଉଁ ସବୁ ସ୍ବପ୍ନ ଦେଖଇ ଆଗକୁ ବଢୁଥିଲେ ତାକୁ ରୋକି ଦେଲା ନିୟତିର ଚକ୍ର । ବିପତ୍ତି ପଡିଲା ତାଙ୍କ ଉପରେ । ବୃତ୍ତିରେ ସେ ଜଣେ କୃଷକ। ସ୍ତ୍ରୀ ର ସୁନା ଗହଣା ଯାହାଥିଲା, ବିକ୍ରି କରି ଶିଶୁକୁ ଚିକିତ୍ସା କରାଇଲେ ହେଲେ ତାଙ୍କର ଲିଭରଟି ଅକାମୀ ହେଇଗଲା । କୌଣସି କାରଣରୁ ଆଉ କାମ କଲାନି। ସଂପ୍ରତି କଳିଯୁଗରେ କିଏ କାହାକୁ ନିଜ ଶରୀର ର ମଇଳା କୁ ଦେବାପାଇଁ କୁଣ୍ଠାବୋଧ କରିଥାନ୍ତି। ହେଲେ ମାଁ ତ ମାଁ ନା। ଦୀର୍ଘ ୯ ମାସ କାଳଧରି ନିଜର ଗର୍ଭରେ ରଖଥିଲା ଆଉ ତାର ପୁତ୍ର ସନ୍ତାନ କୁ ଆଉ ଜନ୍ମ ଦେଇଥିଲା। ପୁଅକୁ ବଂଚେଇବାକୁ ଯାଇ ଅବିଳମ୍ବେ ନିଜର ଲିଭର ଦାନ ପାଇଁ ନିଜେ ଆଗଭର। କିନ୍ତୁ ସେଥିପାଇଁ ଯେତିକି ଅର୍ଥ ଦରକାର ତାକୁ ଯୋଗାଡ଼ କରିବା ତାଙ୍କ ପକ୍ଷେ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି । ଶିଶୁର ଚିକିତ୍ସା ପରିବାରର ସବୁତକ ଜମା ପୁଞ୍ଜି ସରିଲାଣି । ଏବେ ସେ ନିଃସ୍ବ ଓ ନିଃସହାୟ । ତାଙ୍କ ପରିବାର ଆର୍ଥିକ ଦୃଷ୍ଟିରୁ ସ୍ଵଚ୍ଛଳ ନଥିବା ବେଳେ ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିଛନ୍ତି । କେଉଁଠୁ ଆଣିବେ ଏତେ ଟଙ୍କା । ଚିନ୍ତାରେ ପଡ଼ିଛନ୍ତି ପରିବାର ଲୋକେ । ତେଣୁ ସହାୟତା ଲୋଡ଼ିଛନ୍ତି ସମସ୍ତଙ୍କର । ଯଦି ଆପଣମାନେ ସହଯୋଗର ହାତ ବଢ଼େଇବେ ସେ ନିଶ୍ଚୟ ଆଉଥରେ ସୁସ୍ଥ ହେଇ ତାଙ୍କ ପରିବାର ପାଖକୁ ଫେରି ପାରିବେ । ଜନ୍ମ ଗ୍ରହଣ କରିଥିବା ଶିଶୁର ପୁଣି ପାଖରୁ ଦେଖି ଖୁସି ହୋଇ ପାରିବେ । ତେଣୁ ଆପଣମାନଙ୍କୁ ଅନୁରୋଧ, ନିଜ ସାମର୍ଥ୍ୟ ଓ ଇଚ୍ଛା ଅନୁସାରେ ପଦ୍ମାବତୀ ସା ଓ କୃଷ୍ଣ ଚନ୍ଦ୍ର ମେହେରଙ୍କୁ ସହାୟତା କରିବେ ନିଶ୍ଚୟ । ତାଙ୍କୁ ସହଯୋଗ କରିବା ତଥା ବ୍ୟାଙ୍କ ଏକାଉଣ୍ଟ ରେ ସାହାଯ୍ୟ କରିବା ପାଇଁ:-
ବ୍ରଜରାଜ ମେହେର(ଶିଶୁ ପୁତ୍ର)
ମାଁ- ପଦ୍ମାବତୀ ସା
ବାପା- କୃଷ୍ଣ ଚନ୍ଦ୍ର ମେହେର
ଗ୍ରାମ-ଫଟକାମାଲ
A/CNo- 514110110003177
IFSC Code: BKID 0005141
ଫୋନ ପେ ନଂ(8327768749)ରେ ସହଯୋଗ କରି ପାରିବେ । ଆପଣଙ୍କର ଏହି ଛୋଟ ଅନୁଦାନ ତାଙ୍କୁ ବଡ଼ ସାହାଯ୍ୟ କରିପାରିବ ।ଆପଣ ଅନେକ ସମୟରେ ଏଭଳି ଅସହାୟଙ୍କୁ ସାହାଯ୍ୟ କରିଆସିଛନ୍ତି । ଆଜି ଆମେ ସ୍ୱାମୀ ସ୍ତ୍ରୀ କୃଷ୍ଣ ଚନ୍ଦ୍ର ମେହେର ଓ ପଦ୍ମାବତୀ ସା ଆପଣଙ୍କୁ ତଥା ଓଡିଶା ସରକାର ଙ୍କ ଆଗରେ ପୁଣି ଥରେ ଅନୁରୋଧ କରୁଛୁ ଆର୍ଥିକ ସହାୟତା କରନ୍ତୁ ଯେମିତି କୋମଳ ମତି ଶିଶୁପୁତ୍ର ଟି ବଞ୍ଚିଯାଉ। ଆସନ୍ତୁ ଆମ୍ଭେ ସମସ୍ତେ ମିଶି ମାନବିକତା ର ପରିଚୟ ଦେବା ଆଉ ଶିଶୁପୁତ୍ର ଟିକୁ ବଂଚେଇବା ପାଇଁ ଗୋଟେ ଛୋଟ ପ୍ରୟାସ କରିବା।

0
0
0
s2sdefault