ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ୧୬ ତମ ନାଗରିକ ସେବା ଦିବସ ଉପଲକ୍ଷେ ପ୍ରଶାସନିକ ସୁଧାର ଓ ଲୋକ ଶିକାୟତ ବିଭାଗ ଭାରତ ସରକାରଙ୍କର ଦ୍ଵାରା ଆୟୋଜିତ ପ୍ୟାନେଲ ଉପସ୍ଥାପନାରେ ବକ୍ତା ଭାବରେ ଉପସ୍ଥିତ ଥିବା ଅଧିକାରୀ ଭାବରେ ବି.ଭି.ଅର୍ ସୁବ୍ରମଣ୍ୟମ , ସିଇଓ , ନୀତି ଆୟୋଗ , ସୁଶ୍ରୀ ଭି.ରାଧା , ଅତିରିକ୍ତ ସଚିବ ନୀତି ଆୟୋଗ , ସୁଶ୍ରୀ ଲାଜିମା ଭଟ୍ଟା , ଡେପୁଟି ରେସିଡେଣ୍ଟ୍ ପ୍ରତିନିଧି , ୟୁଏନଡିପି ଓ ଦେଶରୁ ଦୁଇ ଜିଲ୍ଲାପାଳ ଭାବରେ ଶ୍ରୀ ରବି ଶଙ୍କର ଶୁକ୍ଳା , ଡୁମକା , ଝାଡଖଣ୍ଡ ଓ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମ ମାଧ୍ୟମରେ ଶେଷ ସ୍ତରରେ ପହଞ୍ଚିବା ବିଷୟ ବସ୍ତୁକୁ ନେଇ ଉପସ୍ଥାପନା କରିବା ସମୟରେ ଭୌଗଳିକ କ୍ଷେତ୍ରରେ ଓ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଭାବେ ବିଭିନ୍ନ ବାଧାବିଘ୍ନ ସ୍ଵତ୍ତେ ନିଜ କାର୍ଯ୍ଯକାଳରେ ରାଜ୍ୟ ସରକାର ଓ ଭାରତ ସରକାରଙ୍କର ବିଭିନ୍ନ ଯୋଜନା ଓ କାର୍ଯ୍ଯକ୍ରମକୁ ସମ୍ମିଶ୍ରଣ ମାଧ୍ୟମରେ ଜନସାଧାରଣଙ୍କ ଜୀବିକା ନିର୍ବାହ , ଜଳ ସେଚନ , କୃଷି , ସ୍ଵାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଜିଲ୍ଲାର ବିକାଶର ପଦଯାତ୍ରାକୁ ପଞ୍ଚାୟତ ସ୍ତରରୁ ଲୋକ ପ୍ରତିନିଧି , ଜନସାଧାରଣ ଓ ବ୍ଲକ୍ ସ୍ତରରେ କାର୍ଯ୍ୟ କରୁଥିବା ପଦାଧିକାରୀଙ୍କ ସୁଦୃଢ ମନବଳ ଓ ଗୌରିକ ତଥା ସାମାଜିକ ସଂଗଠନ ସହଯୋଗରେ ଓ ରାଜ୍ୟ ସରକାରଙ୍କର 5T ଅନ୍ତର୍ଗତ ପଦକ୍ଷେପ , ନୀତି ଆୟୋଗ ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧରଣଙ୍କ ବିକାଶ ହେତୁ ଜିଲ୍ଲାର ବିଭିନ୍ନ ବ୍ଲକ୍ ର ଶେଷ ସ୍ତରରେ ପହଞ୍ଚି ଥିବା ଓ ଆହୁରି ଅଧିକରୁ ଅଧିକ ଜନସାଧାରଣ ନିକଟକୁ ପହଞ୍ଚିବା ନେଇ ଗଜପତି ଜିଲ୍ଲାର ବିକାଶକୁ ଉପସ୍ଥାପିତ କରିବା ସହ କୃତଜ୍ଞତା ଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ୧୨୦୦ ରୁ ଉର୍ଦ୍ଧ୍ବ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଉଚ୍ଚ ପଦାଧିକାରୀ ତଥା ଭାରତ ସରକାରଙ୍କର ସଚିବ , ସରକାରୀ ସଂସ୍ଥାର ମୁଖ୍ୟ ଓ ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବ ମାନେ ଅଂଶ ଗ୍ରହଣ କରିଥିଲେ।
ରାଜ୍ୟ
ସର୍ବ ଭାରତୀୟ ସ୍ତରରେ ଗଜପତି ଜିଲ୍ଲାର ଜିଲ୍ଲାପାଳଙ୍କ ଦ୍ଵାର ବିକାଶର ଉପସ୍ଥାପନା
- Hits: 268