ହେଡଲାଇନସ୍:

ପୂର୍ବବର୍ଷ ଭଳି ଦ୍ୱିତୀୟ ବର୍ଷ ମହାସମାରୋହରେ ପାଳନ କରାଯିବ ମାହାଙ୍ଗା ମହୋତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଅନୁଷ୍ଠିତ ହେବ ଏହି ଉତ୍ସବ

  • ମେ 9 ରୁ 13 ଯାଏ ନୃତ୍ୟ, ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଝୁମିକେ ଦର୍ଶକ l

(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ପୂର୍ବବର୍ଷ ଭଳି ଚଳିତ ବର୍ଷ ଧୁମଧାମ ର ସହ ମାହାଙ୍ଗା ମହୋତ୍ସବ ପାଳନ ହେବା ପାଇଁ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ଏକ ପ୍ରଶାସନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଚଳିତ ବର୍ଷ ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନୀପୁର ସ୍ଥିତ ପ୍ରସିଦ୍ଧ ବ୍ରହ୍ମ କ୍ଷେତ୍ର ପୀଠ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ଚନ୍ଦନ ଯାତ୍ରା ଉତ୍ସବ ଉପଲକ୍ଷେ ମାହାଙ୍ଗା ମହୋତ୍ସବ ଜିଗ୍ନୀପୁର ଠାରେ ଅନୁଷ୍ଠିତ କରାଯିବ l ଏହା ନେଇ ଏକ ପ୍ରଶାସନିକ ବୈଠକ ବିଧାୟକ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ଅନୁଷ୍ଠିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ମାନେ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରାଇବା ପାଇଁ କି କି ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ ବିଶେଷ ଭାବେ ଆଲୋଚନ କରିଥିଲେ l ଏହି ମାହାଙ୍ଗା ମହୋତ୍ସବ ଆସନ୍ତା ମେ ମାସ 9 ତାରିଖ ରୁ 13 ତାରିଖ ପର୍ଯ୍ୟନ୍ତ ମହା ଆଡ଼ମ୍ବରରେ ଅନୁଷ୍ଠିତ କରାଯିବ ଏବଂ ଏହି କାର୍ଯ୍ୟକ୍ରମ ରେ ଓରମାସ ଷ୍ଟଲ, ମିଶନ ଶକ୍ତି ଷ୍ଟଲ, କୃଷି, ଉଦ୍ୟାନ ବିକାଶ ତରଫରୁ ଷ୍ଟଲ ଆଦି ବିଭିନ୍ନ ଅତ୍ୟାଧୁନିକ ଝୁଲଣ, ଚକ୍ରୀ ଦୋଳି, ସମ୍ବଲପୁରୀ ନୃତ୍ୟ, ସଂଗୀତ ସହ ବହୁ ଆଡ଼ମ୍ବରରେ ପାଳିତ ହେବ ମାହାଙ୍ଗା ମହୋତ୍ସବ l ଏହି ପ୍ରଶାସନିକ ବୈଠକରେ ମନ୍ଦିର ଟ୍ରଷ୍ଟି ଧୀରେନ୍ଦ୍ରନାଥ ବେହେରା, ନିଶ୍ଚିନ୍ତକୋଇଲି ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ଅଧକ୍ଷ ଗିରିଶରଞ୍ଜନ ମହାପାତ୍ର, ବିଧାୟକ ଙ୍କ ବ୍ୟକ୍ତିଗତ ସହଯୋଗୀ ଉମାଶଙ୍କର ବିଶ୍ୱାଳ, ଜିଗ୍ନୀପୁର ସରପଞ୍ଚ ଙ୍କ ପ୍ରତିନିଧି ଜ୍ଞାନରଞ୍ଜନ ରାଉତ, ଯୁବନେତା ପ୍ରମୋଦ ସ୍ୱାଇଁ, ବିନୋଦ ସାମଲ ଙ୍କ ସମେତ ବହୁ ବ୍ଲକ ସ୍ତରୀୟ ପ୍ରଶାସନିକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ l

ତେବେ ପୂର୍ବବର୍ଷ ଭଳି ଦ୍ୱିତୀୟ ବର୍ଷ ଏହି ମାହାଙ୍ଗା ମହୋତ୍ସବ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ମହାସମାରୋହ ରେ ପାଳନ କରାଯିବାକୁ ଯାଉଛି l ଏହି କାର୍ଯ୍ୟକ୍ରମ କୁ ସଫଳ କରାଇବା ପାଇଁ ମାହାଙ୍ଗା ଅଞ୍ଚଳ ବାସୀ ବହୁ ସଂଖ୍ୟାରେ ଯୋଗଦାନ କରିବାକୁ ଅନୁଷ୍ଠାନ ପକ୍ଷରୁ ନିମନ୍ତ୍ରଣ କରାଯାଇଛି l

0
0
0
s2sdefault