ହେଡଲାଇନସ୍:

ଓଡିଶା ଧନୀ, ବିଜେଡି ବି ଧନୀ, କିନ୍ତୁ ଓଡିଆ ପୁଅ ଦାଦନ : ଡ.ଲେଖାଶ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବିଜେଡି ସରକାରର ୨୩ ବର୍ଷର ଅପାରଗତା ହେଉଛି “ଦାଦନ ସମସ୍ୟା“
 ଦାଦନଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାର ଆଦୈା ଚିନ୍ତିତ ନୁହନ୍ତି
 କେଉଁ ରାଜ୍ୟରେ କେତେ ଓଡିଆ ଦାଦନ ଖଟୁଛନ୍ତି, ତାର ଏକ ଶ୍ୱେତପତ୍ର ଜାରୀ କରନ୍ତୁ ରାଜ୍ୟ ସରକାର

ଭୁବନେଶ୍ୱର: ଖଣିଜ ଓ ପ୍ରାକୃତିକ ସଂପଦ ଭରପୁର ରାଜ୍ୟ ଓଡିଶା । ଓଡିଶା ଧନୀ, ବିଜେଡି ବି ଧନୀ, କିନ୍ତୁ ଓଡିଆ ପୁଅ ଦାଦନ ! ଓଡିଆ ପୁଅ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି, କିନ୍ତୁ ମୁଖ୍ୟମନ୍ତ୍ରୀ ଜାପାନ ଯାଇ ସୋସିଆଲ ମିଡିଆରେ ‘ରିଲ୍’ ବନାଉଛନ୍ତି । ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା ଥିବା ସତ୍ୱେ ଓଡିଶାର ଲୋକଙ୍କୁ କାମ ଦେଉନଥିବାରୁ ସେମାନେ ବାହାର ରାଜ୍ୟକୁ “ରୋଜଗାର ପାଇଁ ଯାଉଛନ୍ତି, ଶବ ହୋଇ ଫେରୁଛନ୍ତି” । ଏଦୃଶ୍ୟ ଶାସକ ବିଜେଡିର ମୁଖିଆଙ୍କୁ ଦେଖାଯାଉନାହିଁ କି ? ବିଜେଡି ସରକାରର ୨୩ ବର୍ଷର ଅପାରଗତା ହେଉଛି “ଦାଦନ ସମସ୍ୟା“ । ଏହା ହେଉଛି ବିଜେଡି ସରକାରରେ ‘ଆମ ଗଣତନ୍ତ୍ରର’ ବ୍ୟବସ୍ଥା ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ଲେଖାଶ୍ରୀ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶକୁ ଦାଦନ ପାଇଁ ଯାଇଥିବା ଓଡିଆ ଲୋକ ନିଜ ସ୍ତ୍ରୀର ଶବକୁ କାନ୍ଧରେ ବୋହି ବୋହି ନିଜ ଗାଁ ଆଣିବାର ହୃଦୟ ବିଦାରକ ଦୃଶ୍ୟ ଅତ୍ୟନ୍ତ ଭୟଙ୍କର ଥିଲା । ସେହିପରି ବାଙ୍ଗାଲୋରରୁ ୩ ଜଣ ଦାଦନ ପ୍ରାୟ ୧୫୦୦ କିଲୋମିଟର ଚାଲି ଚାଲି ନିଜ ଗାଁ ଓଡିଶାକୁ ଫେରିଲେ । ଏହି ଖବର ଦେଶ ତଥା ବିଦେଶରେ ପ୍ରଚାର ହେବା ପରେ ଦାଦନଙ୍କ ଘରକୁ ଯାଇ ଟଙ୍କା ଦେଇ ଘଟଣାକୁ ଚାପିଦେବାର ପ୍ରଲୋଭନ ଦିଆ୍ାଇଥିବାର ଖବର ମଧ୍ୟ ସାମ୍ନାକୁ ଆସିଛି । ଯିଏ ଶାସନରେ ଅଛନ୍ତି, ସେ ଦେଢ ମିଟର ଚାଲିପାରୁନାହାନ୍ତି ଅଥଚ ଦାଦନକୁ ଦେଢ ଶହ କିଲୋମିଟର ଚାଲିବାକୁ କହୁଛନ୍ତି । ଏହା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ଓ ଲଜ୍ଜାଜନକ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟର ଶ୍ରମମନ୍ତ୍ରୀଙ୍କ ଗୃହ ଜିଲ୍ଲା ଗଞ୍ଜାମରୁ ଅଧିକ ଲୋକ ଦାଦନ ଖଟିବାକୁ ଯାଉଛନ୍ତି । ଏହି ସଂଖ୍ୟା ୫ଲକ୍ଷରୁ ଉଦ୍ଧ୍ୱର୍ ହେବ । ମୁଖ୍ୟମନ୍ତ୍ରୀ ୨୩ବର୍ଷ ଶାସନରେ ରହି ବି ନିଜ ଅଂଚଳରେ ଶିଳ୍ପାଚଂଳ କିମ୍ବା ରୋଜଗାର ପାଇଁ କୌଣସି ବ୍ୟବସ୍ଥା କରିନାହାନ୍ତି । ଫଳରେ ୫ଲକ୍ଷରୁ ଅଧିକ ଲୋକ ଦାଦନ ଖଟୁଛନ୍ତି । ୭୦ ରୁ ୭୫ ପ୍ରତିଶତ ଲୋକ ସୁରତର ସୂତାକଳରେ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ୩ ମାସରେ ୬ ଜଣଙ୍କ ମୃତୁ୍ୟ ହୋଇଛି । ସେହିପରି ପାତ୍ରପୁର, ଛତ୍ରପୁର ଓ ଜଗନ୍ନାଥପ୍ରସାଦ ବ୍ଲକର ୪ଜଣ ଦାଦନ ଶ୍ରମିକଙ୍କ ମୃତୁ୍ୟ ହୋଇଛି । ଭେଣ୍ଡିଆ ପୁଅକୁ ହରାଇ ପରିବାର ବିଚଳିତ ହେଉଥିଲେ ବି ରାଜ୍ୟ ସରକାର ନିରବ ରହୁଛନ୍ତି ଯାହା ସମାଜ ପାଇଁ ଶୁଭଙ୍କର ନୁହଁ । ବାରମ୍ବାର ଦାବୀ ସତ୍ୱେ କରୋନା ମାହାମାରୀ ସମୟରେ ରାଜ୍ୟକୁ ଫେରିଥିବା ଦାଦନଙ୍କ ପଞ୍ଜୀକରଣ କରାଗଲାନାହିଁ । ଦାଦନଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାର ଆଦୈା ଚିନ୍ତିତ ନୁହନ୍ତି । ଅସଲ ମୁଖା ଖୋଲିଯିବା ଭୟରେ ରାଜ୍ୟ ସରକାର ଜାଣିଶୁଣି ଦାଦନମାନଙ୍କ ପଞ୍ଜିକରଣ କରୁନାହାନ୍ତି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ବାହାର ରାଜ୍ୟକୁ ଯାଉଥିବା ଦାଦନ ଶ୍ରମିକଙ୍କ ପଞ୍ଜୀକରଣ ବାଧ୍ୟତାମୁଳକ । ଦାଦନ ପ୍ରବଣ ଜିଲ୍ଲା ଓ ଅଂଚଳରେ ସଚେତନତା ସୃଷ୍ଟି ପାଇଁ ବଜେଟରେ ମଧ୍ୟ ବ୍ୟବସ୍ଥା ରହିଛି । ଏଥି ପାଇଁ ସ୍ୱତନ୍ତ୍ର ବାବେ ଶ୍ରମ ବିଭାଗ ମଧ୍ୟ ରହିଛି । ଦାଦନ ଦଲାଲ୍ଙ୍କ ସହ ରାଜ୍ୟ ସରକାରଙ୍କ ମଧୁଚନ୍ଦ୍ରିକା ଥିବା କାରଣରୁ ଏହାକୁ ସଠିକ ଭାବେ କାର୍ଯ୍ୟକାରୀ କରାଯାଉନାହିଁ । ଶାସକ ବିଜେଡିର ବହୁ ନେତାମାନେ ଦଲାଲ୍ଙ୍କୁ ସୁରକ୍ଷା ଯୋଗାଇ ଦେଉଥିବାରୁ ଦାଦନ ଶ୍ରମିକ ଓ ତାଙ୍କ ପରିବାର ଆଜି ଦୁର୍ଦ୍ଦିନରେ ବାସ କରୁଛନ୍ତି । ଅନ୍ୟ ପଟେ ଶାସକ ବିଜେଡିର ବିଧାୟକ ଓ ନେତାମାନେ ରାଜ୍ୟରେ ଦାଦନ ସମସ୍ୟା ନଥିବାର ବାହାସ୍ପୋଟ ମାରୁଛନ୍ତି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ଓଡ଼ିଶାରେ ମାତ୍ରାଧିକ ବେକାରୀ ରହିଛନ୍ତି କିନ୍ତୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ନଦେଉନାହାନ୍ତି ଫଳରେ ଓଡ଼ିଶାର ଯୁବକ ଯୁବତୀ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟରେ ୮୯୮୭୧୭ ପିଲା ଚାକିରୀ ପାଇଁ ନାମ ପଞ୍ଜୀକରଣ କରିଥିବାର ଗତ ବିଧାନସଭା ଅଧିବେସନରେ ରାଜ୍ୟ ସରକାର ଉତର ରଖିଛନ୍ତି । ଓଡ଼ିଶାରେ ୧,୯୬,୦୦୦ସ୍ନାତକ, ୧୫,୩୩୫ ସ୍ନାତକୋତର ଡିଗ୍ରୀ, ୭୨,୫୧୬ଜଣ ତାଲିମପ୍ରାପ୍ତ, ୩୨,୬୨୮ଡିପ୍ଲୋମା, ୩୨,୨୧୩ଜଣ ଆଇଟିଆଇରେ ଉତୀର୍ଣ୍ଣ ହୋଇ ଚାକିରୀ ଖୋଜୁଛନ୍ତି । ୧୬,୭୦୦ଜଣ ଦଶମ ପାସ୍ ନକରିଥିବା ୧,୭୨,୫୩୪ ପାସ୍ କରିଛନ୍ତି । ବେକାର ଯୁବପିଢ଼ିଙ୍କ ମଧ୍ୟରେ ୩,୧୩,୦୫୧ ଇଂଟରମେଡିଏଟ ଏବଂ ଅନ୍ୟ ୪୭,୭୪୦ଜଣ ବିଭିନ୍ନ ଯୋଗ୍ୟତା ହାସଲ କରିଛନ୍ତି । ୧୨,୫୩୨ ଇଞ୍ଜିନିୟରିଂ ଗ୍ରାଜୁଏଟ ଏବଂ ୪,୧୪୭ପୋଷ୍ଟ ଗ୍ରାଜୁଏଟ୍ ଇଞ୍ଜିନିୟରିଂ ପାସ୍ କରିଛନ୍ତି । ୮୦୧ମେଡିକାଲ ଗ୍ରାଜୁଏଟ୍ ଏବଂ ୨୯ପୋଷ୍ଟ ଗ୍ରାଜୁଏଟ୍ ନିଯୁକ୍ତି ଅପେକ୍ଷାରେ ଅଛନ୍ତି । କେଉଁ ରାଜ୍ୟରେ କେତେ ଓଡିଆ ଦାଦନ ଖଟୁଛନ୍ତି, ତାର ଏକ ଶ୍ୱେତପତ୍ର ଜାରୀ କରନ୍ତୁ ରାଜ୍ୟ ସରକାର ବୋଲି ଡ.ଲେଖାଶ୍ରି ଦାବୀ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ୍ ଏବଂ କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀରଞ୍ଜନ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault