ହେଡଲାଇନସ୍:

"ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୨': ଗଞ୍ଜାମ ଜିଲ୍ଲା ଦେଶର "ଶ୍ରେଷ୍ଠ ଜିଲ୍ଲା ପରିଷଦ' ଏବଂ ହିଞ୍ଜିଳିକାଟୁ ଦେଶର "ଶ୍ରେଷ୍ଠ ବ୍ଲକ୍ ପଞ୍ଚାୟତ'

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର:ଗଞ୍ଜାମ ଜିଲ୍ଲା ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବ ନେଇ ଆସିଛିା ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ସଦ୍ୟ ଘୋଷିତ "ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୨'ରେ ଗଞ୍ଜାମ ଜିଲ୍ଲା ଦେଶର ଶ୍ରେଷ୍ଠ ଜିଲ୍ଲା ପରିଷଦ (ଜିଲ୍ଲା ପଞ୍ଚାୟତ) ଓ ହିଞ୍ଜିଳିକାଟୁ ଦେଶର ୬୬୧୨ଟି ପଞ୍ଚାୟତ ସମିତି ମଧ୍ୟରେ ଶ୍ରେଷ୍ଠ ବ୍ଲକ୍ ପଞ୍ଚାୟତ ଭାବେ ଆସନ୍ତା ୧୭ ତାରିଖରେ ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହେବୋ ଦେଶର ଶ୍ରେଷ୍ଠ ଜିଲ୍ଲା ପରିଷଦ ଭାବେ ଗଞ୍ଜାମ ଜିଲ୍ଲା ପରିଷଦକୁ ୫ କୋଟି ଟଙ୍କାର ଅର୍ଥରାଶି ଏବଂ ହିଞ୍ଜିଳିକାଟୁ ପଞ୍ଚାୟତ ସମିତିକୁ ପୁରସ୍କାର ବାବଦରେ ୨ କୋଟି ଟଙ୍କାର ଅର୍ଥରାଶି ମିଳିବା
ହିଞ୍ଜିଳିକାଟୁ ବ୍ଲକର କଞ୍ଚୁରୁ ଗ୍ରାମ ପଞ୍ଚାୟତ ସୁସ୍ଥ ପଞ୍ଚାୟତ ବିଭାଗରେ ଦ୍ୱିତୀୟ ଶ୍ରେଷ୍ଠ ବିବେଚିତ ହୋଇଛିା ସେହିପରି ଭଞ୍ଜନଗର ବ୍ଳକର କୁଲାଡ ଗ୍ରାମ ପଞ୍ଚାୟତ ସାମାଜିକ ସୁରକ୍ଷିତ ବ୍ଲକ ବିଭାଗରେ ଦ୍ୱିତୀୟ ଶ୍ରେଷ୍ଠ ବିବେଚିତ
ହୋଇଛିା ଉଭୟ ବ୍ଲକ୍ ପୁରସ୍କାର ବାବଦରେ ୭୫ଲକ୍ଷ ଟଙ୍କା ଏବଂ ମାନପତ୍ର ପାଇବୋ ହିଞ୍ଜିଳିକାଟୁ ବ୍ଲକର ଶାସନ ଆମ୍ବଗାଁ ଗ୍ରାମ ପଞ୍ଚାୟତ ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ ବିଭାଗରେ ଦ୍ୱିତୀୟ ସ୍ଥାନ ହାସଲ କରିି ମାନପତ୍ର ସମେତ ପୁରସ୍କାର ବାବଦରେ ୭୫ଲକ୍ଷ ଟଙ୍କାର ଅର୍ଥରାଶି ପାଇବା ପାତ୍ରପୁର ବ୍ଳକର ଆଙ୍କୁଲି ଗ୍ରାମ ପଞ୍ଚାୟତ ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଞ୍ଚାୟତରେ ଦ୍ୱିତୀୟ ଶ୍ରେଷ୍ଠ ହୋଇଛିା ଏହି ଗ୍ରାମପଞ୍ଚାୟତକୁ ପୁରସ୍କାର ବାବଦରେ ୭୫ଲକ୍ଷ ଟଙ୍କା ଏବଂ ମାନପତ୍ର ମିଳିବା କାର୍ବନ ନେଚୁରାଲ ବିଶେଷ ପଞ୍ଚାୟତ ପୁରସ୍କାର ବାବଦରେ ସୁନ୍ଦରଗଡ଼ ଜିଲ୍ଲା ବଣାଇଗଡ ପଞ୍ଚାୟତକୁ ମାନପତ୍ର ସହ ୫୦ ଲକ୍ଷ ଟଙ୍କାର ଅର୍ଥରାଶିରେ ସମ୍ମାନିତ କରାଯିବା ଓଡ଼ିଶାକୁ ସର୍ବଧିକ ୮ଟି ପୁରସ୍କାର ମିଳିବ ଏବଂ ପୁରସ୍କାର ବାବଦରେ ସର୍ବମୋଟ ୧୦.୫୦ କୋଟି ଟଙ୍କାର ଅର୍ଥରାଶି ମିଳିବା ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଏବଂ ଜିଲ୍ଲା ପ୍ରଶାସନର ନିରନ୍ତର ପ୍ରୟାସ ଯୋଗୁଁ ଓଡ଼ିଶା ଆଜି ଜାତୀୟସ୍ତରରେ ତା'ର ଉତ୍କର୍ଷ ପ୍ରତିପାଦିତ କରିପାରିଛିା
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଆଧାରିତ ଦୂରଦୃଷ୍ଟି, ସ୍ୱଚ୍ଛ ଶାସନ ଏବଂ ପ୍ରଶାସନିକ ଅଧିକାରୀ, କର୍ମଚାରୀ ଓ ପଞ୍ଚାୟତିରାଜ ପ୍ରତିନିଧିଙ୍କ ଆନ୍ତରିକ ଉଦ୍ୟମ ଓ ଗ୍ରାମବାସୀଙ୍କ ସହଯୋଗ ଯୋଗୁ ଏଭଳି ଉଲ୍ଲେଖନୀୟ ସଫଳତା ହାସଲ କରାଯାଇପାରିଛି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ କରିଛନ୍ତିା

0
0
0
s2sdefault