ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼/ରାଉରକେଲା (ବସନ୍ତ କୁମାର ଜେନା):- ମାର୍ଚ ମାସ 20 ତାରିଖ ରୁ ଅପ୍ରେଲ ମାସ 3 ତାରିଖ ପର୍ଯ୍ଯନ୍ତ 15 ଦିନ ଧରି ଜିଲ୍ଲା ରେ ପାଳନ କରାଯାଉଥିବା ପୋଷଣ ପକ୍ଷ ଆଜି ଉଦଯାପିତ ହୋଇଯାଇଛି I
କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପ୍ରଭାସିନୀ ଚକ୍ର ଜିଲ୍ଲା ରେ ଅତି ଉତ୍ତମ ଭାବେ ପୋଷଣ ପକ୍ଷ ପାଳିତ ହୋଇଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ I
ଏହି ଉଦଯାପନୀ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜ ରୁ କୁପୋଷଣ କୁ ସମ୍ପୂର୍ଣ୍ଣ ରୂପେ ନିପାତ କରିବା ତଥା ବିଶେଷ ଭାବେ ମା ଓ ଶିଶୁ ଙ୍କର ପୋଷଣ ନିମନ୍ତେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ଅଭିହିତ କରିଥିଲେ I ସେହିପରି ସମସ୍ତେ ସୁସ୍ଥ ଖାଦ୍ୟ ପାନୀୟ ଅଭ୍ୟାସ କରିବା କୁ ପରାମର୍ଶ ଦେଇଥିଲେ I
କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ ଲକ୍ଷ୍ମୀପ୍ରିୟା ପ୍ରଧାନ ପୋଷଣ ପକ୍ଷ ପାଳନ ର ଉଦ୍ଦେଶ୍ୟ ତଥା ଏହି ପକ୍ଷ ପାଳନ ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ଏହା ସହିତ ସେ ସନ୍ତୁଳିତ ଖାଦ୍ୟ ପାନୀୟ ଅଭ୍ୟାସ ଏବଂ ଓରଗାନିକ ଖାଦ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ I

ଜିଲ୍ଲା ରେ କିପରି କିଶୋରୀ ବାଳିକାଙ୍କ ସ୍ୱାସ୍ଥ୍ୟ ଉପରେ ମିଳିତ ଭାବରେ କାମ କରି ହେବ ତାହା ଉପରେ ଜିଲ୍ଲା ସଂଯାଜିକା ମୀନାକ୍ଷୀ ପ୍ରଧାନ କହିଥିଲେ। ମିଶନ୍ ଶକ୍ତି ଜିଲ୍ଲା ସଂଯାଜିକା ଶ୍ରୀମତୀ ସୁଶୀଳା ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଅବସରରେ ମା ସାରଦା ପାଲା ଦଳ ଦ୍ୱାରା ପାଲା ମାଧ୍ୟମ ରେ ପୋଷଣ ଖାଦ୍ୟ ପେୟ ଅଭ୍ୟାସ ତଥା ମିଲେଟ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ଉପରେ ସଚେତନତା ପାଲା ପରିବେଷଣ କରିଥିଲେ I

ଏହି କାର୍ଯ୍ୟକ୍ରମ ଉପଲକ୍ଷେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ମାନ ଆଯୋଜନ କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା I ସେହିପରି ସବଡେଗା ସି ଡି ପି ଓ ଶ୍ରୀମତୀ ସନ୍ଧ୍ୟା ରାଣୀ ନାୟକ ଙ୍କୁ ବେଷ୍ଟ ସି ଡି ପି ଓ, ବଡଗାଁ ଏଲ୍ ଏସ୍ ଶ୍ରୀମତୀ ସୁନିତା ପୁରୋହିତ, ହେମଗିରି ର ଅଙ୍ଗନବାଡି କର୍ମୀ ଶ୍ରୀମତୀ ମୀନତି ଅଧା, ବାଲିଶଙ୍କରା ଅଙ୍ଗନବାଡ଼ି ର ଶ୍ରୀମତୀ ଲକ୍ଷ୍ମୀ ଗୁରୁ ଙ୍କୁ ବେଷ୍ଟ ସହାୟିକା ଏବଂ ଭବାନୀପୁର ଅଙ୍ଗନବାଡ଼ି କେନ୍ଦ୍ର କୁ ବେଷ୍ଟ କେନ୍ଦ୍ର ଭାବେ ପୁରସ୍କୃତ କରାଯାଇଥିଲା I
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ , ସମସ୍ତ ସି. ଡି. ପି. ଓ, ସୁପର ଭାଇଜର, ଅଙ୍ଗନବାଡ଼ି କର୍ମୀ, ଛାତ୍ରଛାତ୍ରୀ ଆଦି ଯୋଗ ଦେଇଥିଲେ I କାର୍ଯ୍ୟକ୍ରମ ଶେଷରେ ଏନ୍. ଓ. ପି ପରିଚାଳକ ଶ୍ରୀମତୀ ଶକ୍ତି ରାଣୀ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ I

0
0
0
s2sdefault