ବିଧାନସଭାରେ ଉଠାଇଲେ ଅଂଚଳର ବିଭିନ୍ନ ସାମୁହିକ ସମସ୍ୟା
ବରଗଡ / ଭୁବନେଶ୍ୱର :- ଗତ ଉପ ନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ବିଜୟର ମୁକୁଟ ପିନ୍ଧିଥିବା ବିଧାୟିକା ବର୍ଷା ସିଂ ବରିହା ବିଧାନସଭାରେ ପ୍ରଥମ ଥର ପାଦ ଦେଇ ଅଂଚଳର ସାମୁହିକ ସ୍ବାର୍ଥ ପାଇଁ ନିଜର ପରାକାଷ୍ଠା ଦେଖାଇଛନ୍ତି। ପୁରପଲ୍ଲୀର ସମସ୍ୟାକୁ ବିଧାନସଭାରେ ଉପସ୍ଥାପନା କରି ନିଜର ନିର୍ବାଚନ ମଣ୍ଡଳୀ ର ବିକାଶ କୁ ଫୋକସ କରିଛନ୍ତି ।ନବାଗତା ବିଧାୟିକା ମହିଳା ସଶକ୍ତିକରଣ ସହିତ ଚାଷୀ ସମାଜର ଉନ୍ନତି ଓ ଯୁବସମାଜ ଉପରେ ଅଧିକ ଗୁରୁତ୍ଵ ପ୍ରଦାନ କରୁଥିବା ଦେଖିବାକୁ ମିଳିଛି ।ପଦ୍ମପୁର ବିଧାୟିକ ଭାବରେ ଡୁମେରବାହାଲ ମଧ୍ୟମ ଜଳସେଚନ ଯୋଜନାରେ ଜଳସେଚନର ବ୍ୟବସ୍ଥା କେବେ ହେବ ବୋଲି ପ୍ରଶ୍ନ କରିଥିଲେ।ତାର ପ୍ରତ୍ୟୁତ୍ତରରେ ବିଭାଗୀୟ ମନ୍ତ୍ରୀ ଖୁବ ଶୀଘ୍ର ଏକ ଉଚ୍ଚ ସ୍ତରୀୟ କମିଟୀ ଉକ୍ତ ପ୍ରୋଜେକ୍ଟ ପରିଦର୍ଶନ ଯାଇ ରିପୋର୍ଟ ପ୍ରଦାନ ପରେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଥିଲେ।ଅନ୍ୟ ଏକ ପ୍ରଶ୍ନ ରେ ପଦ୍ମପୁର ଅଂଚଳର କ୍ରୀଡାବିତମାନଙ୍କୁ ପ୍ରୋତ୍ସାହିତ କରିବାକୁ ପଦ୍ମପୁର ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ନିର୍ମାଣାଧିନ ଦର୍ଶକ ଗେଲେରୀର ଉନ୍ନୟନ କାମ କେତେ ହୋଇଛି ଏବଂ କେବେ ସମ୍ପୁର୍ଣ୍ଣ ହେବ ବୋଲି ବିଧାନସଭାରେ ଦୃଷ୍ଟି ଆକର୍ଷଣ କରିଥିଲେ। ବିଧାୟିକା ବର୍ଷା ସିଂ ବରିହା ବିଧାନସଭାରେ ସାହସିକତା ସହ ପ୍ରସ୍ତାବ ଆଗତ କରିଥିବାରୁ ବିଭିନ୍ନ ପଦ୍ମପୁର ଅଂଚଳର ମହିଳା ସଙ୍ଗଠନ ସହିତ ଯୁବସମାଜ ଓ ବୁଦ୍ଧିଜୀବୀ ମହଲରେ ବିଧାୟିକା ଙ୍କୁ ପ୍ରଶଂସା କରାଯାଇଛି ।ତୁଲସୀ ଦୁଇ ପତ୍ରରୁ ବାସିଲା ପରି ପ୍ରଥମ ଅଧିବେଶନରେ ନିଜସ୍ବ ପରିଚୟ ସୃଷ୍ଟି କରି ନିର୍ବାଚନ ମଣ୍ତଳୀର ବିକାଶରେ ନିଜକୁ ସମର୍ପିତ କରିଥିବାରୁ ତାଙ୍କୁ ଉପ ନିର୍ବାଚନ ସମୟରେ ନାନା ପ୍ରକାର କଥା କହି କଟୁ ସମାଲୋଚନା କରୁଥିବା ବ୍ୟକ୍ତି ଓ ଗୋଷ୍ଠୀ ମାନଙ୍କୁ ଏକ ପ୍ରକାର କଡା ଜବାବ ମିଳିଥିବା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।।