ପାଇକମାଳ, ୧୫।୩ : ଓଡିଶା ଡ୍ରାଇଭର ମହାସଂଘ ଆହ୍ବାନ କ୍ରମେ ଡ୍ରାଇଭର ଏକତା ମହାମଞ୍ଚ ତରଫରୁ ଡାକରା ଦିଆଯାଇଥିବା ଷ୍ଟେରିଙ୍ଗ ଛାଡ ଆନ୍ଦୋଳନରେ ପାଇକମାଳ ଡ୍ରାଇଭର ସଂଘ ର ସମସ୍ତ ଡ୍ରାଇଭର ଭାଈ ମାନେ ୧୦ ଦଫା ଦାବି ନେଇ ପାଇକମାଳ ମୂଖ୍ୟ ଛକ ଠାରେ ଆଜି ସକାଳ ୬ ଟା ଠାରୁ ଅନ୍ଦୋଳନରେ ବସିଛନ୍ତି । ଆନ୍ଦୋଳନ ଯାଗୁଁ ରାସ୍ତାର ଉଭୟ ପାଶ୍ବରେ ମାଲ ବାହୀ ଟ୍ରକମାନେ ଠିହା ହୋଇ ରହିଥିଲା । ପାଇକମାଳ ପୋଲିସ ଆନ୍ଦୋଳନୀ ସ୍ଥଳେ ପହଞ୍ଚି ଡ୍ରାଇଭର ଭାଇମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁ ଫଳ ମିଳି ନଥିଲା ମଧ୍ୟ ଜରୁରୀ ଗାଡି ଓ ବକ୍ତିଗତ ଗାଡିମାନଙ୍କୁ ଛାଡିଥିଲେ । ପାଇକମାଳ ଡ୍ରାଇଭର ସଂଘ ସଭାପତି ଶଙ୍କର ସେଠ , ଉପ ସଭାପତି ଦେବାନନ୍ଦ ସାହୁ, ଦିପକ ସାହୁ , ଅଜିତ ଦାସ , ରୋହିତ ଯାନୀ , ଶଙ୍କର ସେଠ , ଦିଗାମ୍ବର ସାଣ୍ଢ , ନରେଶ କଂଢ଼େର , କପିଳ କୁମ୍ଭୀର , ହରେକୃଷ୍ଣ ରଣା, ପ୍ରଦୀପ ସାହୁ , ବିଶ୍ୱନାଥ ପାଣ୍ଡକି , ନବୀନ ଅଦବାର ,କୁଳମଣି ପାଣ୍ଡେ , ରବୀନ୍ଦ୍ର ରଣା, ନେହେରୁ ଲାଲ ଗଣ୍ଡ , ହେମନ୍ତ ହଂଶ ଙ୍କର ସମେତ ବହୁ ସଂଖ୍ୟାରେ ଡ୍ରାଇଭର ପାଇକମାଲ ମୁଖ୍ୟ ଛକ ଠାରେ ଧାରଣାରେ ବସିବା ସହିତ ଆନ୍ଦୋଳନ ବର୍ତ୍ତମାନ ସୁଦ୍ଧା ଜାରି ରହିଛି ।
ରାଜ୍ୟ
ଷ୍ଟେରିଙ୍ଗ ଛାଡ ଆନ୍ଦୋଳନରେ ପାଇକମାଳ ଡ୍ରାଇଭର ସଂଘ
- Hits: 249