ହେଡଲାଇନସ୍:

TPSODL ର ପାରଳାଖେମୁଣ୍ଡି ଡିଭିଜନ ତରଫରୁ ୫୨ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୫୨ ତମ ଜାତୀୟ ସୁରକ୍ଷା ସପ୍ତାହ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ TPSODL ପାରଳାଖେମୁଣ୍ଡି ଡିଭିଜନ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହେଇଥିଲା।
ଏଥିରେ ମୁଖ୍ୟ ଅଥିତି ଭାବେ ଗଜପତି ଜିଲ୍ଲାର CDMO & PHO ଡାକ୍ତର ପି .କେ. ପାତ୍ର ଏବଂ ସମ୍ମାନୀତ ଅତିଥି ଭାବେ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଞ୍ଜିନିଅର ଗଙ୍ଗା ଗୌରୀ ପ୍ରସାଦ ପଟ୍ଟନାୟକ , ବ୍ଲଡ଼ ବେଙ୍କ୍ ଅଫିସର ଏନ୍. ରବି ବାବୁ , ଡାକ୍ତର ଖଗେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ପାରଳାଖେମୁଣ୍ଡି ବିଦ୍ୟୁତ ବିଭାଗ ଅଧୀନରେ କାର୍ଯ୍ୟରତ ବିଜିନେସ ଆସୋସିୟଟ ୩୩/୧୧ କେଭି ର ଓଁମକାର ଟେକ୍ନିକାଲ ସର୍ଭିସ ପ୍ରାଇଭେଟ ଲିମିଟେଡ଼ ଏଜେନ୍ସି ଅଧୀନରେ କାର୍ଯ୍ୟରତ କର୍ମଚାରୀ ମାନେ ପ୍ରାୟ ପଚାଶ ୟୁନିଟ୍ ରକ୍ତ ସ୍ୱଇଚ୍ଛାରେ ରକ୍ତଦାନ କରି ରକ୍ତଦାନ ମହା ପୁଣ୍ୟ ର ବାର୍ତା ପ୍ରଦାନ କରିଛନ୍ତି।
ଏହି କାର୍ଯ୍ୟକ୍ରମକୁ ସତ୍ୟବ୍ରତ କଅଁର , ବିଶ୍ବଭୂଷଣ ବିଷୋୟୀ , ଅଭିଷେକ ପଟ୍ଟନାୟକ , ଆଦିତ୍ୟ ପ୍ରସାଦ ପଟ୍ଟନାୟକ ପରିଚାଳନା କରିଥିଲେ।

0
0
0
s2sdefault