ହେଡଲାଇନସ୍:

ଟାଟା ପାୱାର ସଦର୍ଣ୍ଣ ଓଡିଶା ବିତରଣ ଲିମିଟେଡ଼ ପକ୍ଷରୁ ରକ୍ତ ଦାନ ଶିବିର ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବ୍ରହ୍ମପୁର: ଟାଟା କମ୍ପାନୀର ପ୍ରତିଷ୍ଠାତା ଜେ. ଏନ. ଟାଟାଙ୍କ ଜୟନ୍ତୀ ଅବସରରେ ବ୍ରହ୍ମପୁରର କର୍ପୋରେଟ କାର୍ଯ୍ୟାଳୟ ଓ ଜୟପୁରର ସାର୍କୀଲ କାର୍ଯ୍ୟାଳୟରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ସମୁଦାୟ ୧୭୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା, ସେଥିମଧ୍ୟରୁ ବ୍ରହ୍ମପୁରରେ ୧୨୩ ୟୁନିଟ ଓ ଜୟପୁରରେ ୫୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ବ୍ରହ୍ମପୁରରେ MKCG ହସ୍ପିଟାଲର ସହଯୋଗରେ ରକ୍ତ ଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ଟାଟା ପାୱାରର ବିଭିନ୍ନ ବିଭାଗର କର୍ମଚାରୀମାନେ ଭାଗନେବା ସହିତ ଆଗାମୀ ଦିନରେ ରକ୍ତଦାନ ପାଇଁ ପତିଶ୍ରୁତିବଦ୍ଧ ହୋଇଥିଲେ।

0
0
0
s2sdefault