ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ବଜେଟ ୨୦୨୩-୨୪ର ମୁଖ୍ୟାଂଶ
ଭୁବନେଶ୍ୱର,: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଗୁଣାତ୍ମକ ବ୍ୟବସ୍ଥା ମାଧ୍ୟମରେ ରାଜ୍ୟର ମାନବ ସମ୍ବଳ ସାମର୍ଥ୍ୟକୁ ପୋଷଣ ଓ ସୁଦୃଢ଼ କରିବାର ଦାୟିତ୍ୱ ବହନ କରିଛି । ରାଜ୍ୟର ଯୁବବର୍ଗଙ୍କୁ ବୈଷୟିକ ଭାବେ ସକ୍ଷମ କରିବା ଏବଂ ବିଶ୍ୱସ୍ତରୀୟ ଶ୍ରମଶକ୍ତିରେ ସାମିଲ କରିବା ଲକ୍ଷ୍ୟ ନେଇ ସମାଜର ସମସ୍ତ ବର୍ଗ ପାଇଁ ସୁଲଭ ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡ଼େଇ ପ୍ରକାଶ କରିଛନ୍ତି ।
ଆଜି ଗୀତଗୋବିନ୍ଦ ସଦନଠାରେ ବଜେଟ୍ ୨୦୨୩-୨୪ ସଂପର୍କିତ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଘଡ଼େଇ କହିଛନ୍ତି ଯେ ଏକ ସ୍ଥାୟୀ ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଓଡିଶା ସରକାରଙ୍କର ଏକ ପ୍ରମୁଖ ଯୋଜନା ଭାବେ ପରିଗଣିତ ହୋଇଛି । ଏହା ଯୁବବର୍ଗଙ୍କ ଦକ୍ଷତା ମାଧ୍ୟମରେ ପରିବର୍ତ୍ତନଶୀଳ ମାନବ ବିକାଶ ଆଣିବା ଏବଂ ଗkiଝଝeଛ-in-କ୍ସଛiଟhଚ୍ଚ କୁ ଏକ ବିଶ୍ୱସ୍ତରୀୟ ଘରୋଇ ବ୍ରାଣ୍ଡରେ ପରିଣତ କରିବା ପାଇଁ ଏକ ବ୍ୟାପକ ମିଶନ ସହିତ କାର୍ଯ୍ୟ କରୁଛି ।
ଏହି ବିଭାଗ ଅଧିନରେ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ, ନିୟୁକ୍ତି ନିର୍ଦ୍ଦେଶାଳୟ, ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ,ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ପରିଷଦ ଆଦି ନିର୍ଦ୍ଦେଶାଳୟ/ପ୍ରମୁଖ ପ୍ରତିଷ୍ଠାନ ପରିଚାଳିତ ହେଉଛି ।
ରାଜ୍ୟରେ ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି (ବିପିୟୁଟି), ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି (ଭିଏସ୍ଏସ୍ୟୁଟି) ବୁର୍ଲା, ଓଡ଼ିଶା ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ (ଓୟୁଟିଆର), ଭୁବନେଶ୍ୱର ଆଦି ତିନୋଟି ସରକାରୀ ବୈଷୟିକ ବିଶ୍ୱବିଦ୍ୟାଳୟ ରହିଛି । ରାଜ୍ୟରେ ୪ଟି ସରକାରୀ ଇଞ୍ଜିନିୟରିଂ କଲେଜ ଓ ୨ଟି ସରକାରୀ ମ୍ୟାନେଜମେଣ୍ଟ କଲେଜ କାର୍ଯ୍ୟ କରୁଛି । ଏହି ୪ଟି ସରକାରୀ ଇଞ୍ଜିନିୟରିଂ କଲେଜଗୁଡିକ ହେଉଛି ଢେଙ୍କାନାଳର ସାରଙ୍ଗସ୍ଥିତ ଇନ୍ଦିରା ଗାନ୍ଧୀ ଇନ୍ଷଫିଚ୍ୟìଟ୍ ଅଫ୍ ଟେକ୍ନୋଲୋଜି, ବ୍ରହ୍ମପୁରର ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ, କେନ୍ଦୁଝରର ସରକାରୀ ଇଞ୍ଜିନିୟରିଂ କଲେଜ ଓ କଳାହାଣ୍ଡିର ସରକାରୀ ଇଞ୍ଜିନିୟରିଂ କଲେଜ । ସେହିପରି ଦୁଇଟି ସରକାରୀ ମ୍ୟାନେଜମେଣ୍ଟ କଲେଜ ହେଉଛି କଲେଜ ଅଫ ଆଇଟି ଆଣ୍ଡ ମ୍ୟାନେଜମେଣ୍ଟ ଏଜୁକେସନ, ଭୁବନେଶ୍ୱର ଏବଂ ଇନଷ୍ଟିଚ୍ୟìଟ ଅଫ ମ୍ୟାନେଜମେଣ୍ଟ ଆଣ୍ଡ ଇନଫରମେସନ ଟେକ୍ନୋଲୋଜି, କଟକ । ଓଡ଼ିଶାର ବିଜୁ ପଟ୍ଟନାୟକ ଚଳଚ୍ଚିତ୍ର ଓ ଟେଲିଭିଜନ ପ୍ରତିଷ୍ଠାନ, କଟକ ମଧ୍ୟ ଏହି ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରୁଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ୬୦ଟି ସରକାରୀ ଆଇଟିଆଇ ଏବଂ ୩୪ଟି ସରକାରୀ ପଲିଟେକ୍ନିକ୍ କାର୍ଯ୍ୟ କରୁଛି ।
ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରକୁ ସମୃଦ୍ଧ କରିବା ଲାଗି ବିଭାଗ ଦ୍ୱାରା ବିଭିନ୍ନ ପଦକ୍ଷେପ ନିଆଯାଇଛି । ୧୦ଟି ପ୍ରମୁଖ ବିଭାଗ / ସରକାରୀ ଏଜେନ୍ସି ଦକ୍ଷତା ବିକାଶ କାର୍ଯ୍ୟକଳାପରେ ନିୟୋଜିତ ଅଛନ୍ତି ଏବଂ ସେଗୁଡ଼ିକ ମଧ୍ୟରେ DTET ଏବଂ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ମାଧ୍ୟମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅନ୍ତର୍ଭୁକ୍ତ, ପଞ୍ଚାୟତିରାଜ ବିଭାଗ, ଏସଟି ଆଣ୍ଡ ଏସସି ଉନ୍ନୟନ ବିଭାଗ, ପର୍ଯ୍ୟଟନ ବିଭାଗ, କୃଷି, ହସ୍ତତନ୍ତ ଓ ବୟନଶିଳ୍ପ, ବାଣିଜ୍ୟ ଓ ପରିବହନ, ମତ୍ସ୍ୟ ଓ ପ୍ରାଣୀପାଳନ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରୟୁକ୍ତି ବିଭାଗ ଏବଂ ଏମ୍ଏସ୍ଏମ୍ଇ ବିଭାଗ ରହିଛନ୍ତି ।
ସ୍କିଲï ଇନ ଓଡ଼ିଶା ବ୍ୟାନରରେ ୧୬ ଲକ୍ଷ ୧୭ ହଜାର ୧୦୧ ଜଣ ଯୁବକଯୁବତୀଙ୍କୁ ତାଲିମ ଦିଆଯାଇଛି । ଦକ୍ଷତା-ପ୍ରଶିକ୍ଷଣରେ ବିଶ୍ୱସ୍ତରୀୟ ମାନର ଉତ୍କର୍ଷ ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୨୦୧୮ରେ ରାଜ୍ୟ ସରକାରଙ୍କ ‘ସ୍କିଲï-ଇନ୍-ଓଡ଼ିଶା’ ଅଭିଯାନର ଲୋଗୋ ଉନ୍ମୋଚନ କରିଥିଲେ । ସେବେଠାରୁ କୁଶଳୀରୁ ସ୍କିଲଡ-ଇନ-ଓଡ଼ିଶାକୁ ଫୋକସ୍ କରିବା ଏବଂ ଆମ ରାଜ୍ୟରୁ ସର୍ବୋତ୍ତମ କୁଶଳୀ ଲୋକ ଆସନ୍ତି ବୋଲି ଏକ ବ୍ରାଣ୍ଡର ଧାରଣା ସୃଷ୍ଟି କରିବା ଗଉTଊ ବିଭାଗର ମିଶନରେ ପରିଣତ ହୋଇଛି ।
ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପ (OSDP) ଅଧୀନରେ ରାଜ୍ୟର ଯୁବପିଢ଼ିଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ନିୟୁକ୍ତି ପାଇଁ ଉଚ୍ଚକୋଟୀର ଶିଳ୍ପଭିତ୍ତିକ ତାଲିମ ପ୍ରଦାନ କରିବା ପାଇଁ ଅତ୍ୟାଧୁନିକ ଭିତ୍ତିଭୂମି ଥିବା ବିଶ୍ୱ ଦକ୍ଷତା କେନ୍ଦ୍ର (WSC)କୁ ଓଡ଼ିଶା ସରକାରଙ୍କ ପ୍ରମୁଖ ଦକ୍ଷତା ପ୍ରଶିକ୍ଷଣ ପ୍ରତିଷ୍ଠାନ ଭାବେ ପ୍ରତିଷ୍ଠା କରାଯାଇଛି ।
ସମସ୍ତ ଜିଲ୍ଲାରେ ଅତିକମରେ ଗୋଟିଏ ସରକାରୀ ପଲିଟେକନିକ୍ ପ୍ରତିଷ୍ଠିତ ହୋଇଅଛି । ୨୦୨୨-୨୩ ଆର୍ଥିକ ବର୍ଷରେ ୧୧ ଟି ନୂତନ ସରକାରୀ ଆଇଟିଆଇ କାର୍ଯ୍ୟକ୍ଷମ ହେବା ଫଳରେ ରାଜ୍ୟରେ ମୋଟ ସରକାରୀ ଆଇଟିଆଇ ସଙ୍ଖ୍ୟା ୬୦ ରେ ପହଞ୍ଚିଛି । ଅତିରିକ୍ତ ୦୯ ଟି ସରକାରୀ ଆଇଟିଆଇ ଆଗାମୀ ଆର୍ଥିକ ବର୍ଷରେ କାର୍ଯ୍ୟକ୍ଷମ ହେବାର ଯୋଜନା ରହିଅଛି ।
ଆଇଟିଆଇ ଏବଂ ପଲିଟେକ୍ନିିକ ଉତ୍କର୍ଷ କେନ୍ଦ୍ର, ମିନି ଟୁଲ୍ ରୁମ୍, ଡିଜିଟାଲ ବିଷୟବସ୍ତୁ, ଜୀବନ ଦକ୍ଷତା ପ୍ରଶିକ୍ଷଣ ଆଦି ମାଧ୍ୟମରେ ଶିକ୍ଷାର ମାନ ବୃଦ୍ଧି କରାଯାଇଛି । ଭାରତୀୟ ଗୁଣବତ୍ତା ପରିଷଦ ମାଧ୍ୟମରେ ପଲିଟେକ୍ନିକଗୁଡ଼ିିକର ଗ୍ରେଡିଂ କରାଯାଇ ସେମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ସୃଷ୍ଟି କରାଯାଉଛି ।
ସରକାରଙ୍କ ୫-‘ଟି’ ପଦକ୍ଷେପର ଅଂଶବିଶେଷ ସ୍ୱରୂପ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ (ପୂର୍ବର ସିଇଟି)କୁ ଆସନ୍ତା ୫ ବର୍ଷ ମଧ୍ୟରେ ଏକ ଉତ୍କର୍ଷ ବିଶ୍ୱବିଦ୍ୟାଳୟ ଭାବେ ବିକଶିତ କରାଯିବ । ଏଥିପାଇଁ ମୋଟ ୧୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସେହିପରି ଭିଏସ୍ଏସ୍ୟୁଟି, ବୁର୍ଲାରେ ସ୍ମାର୍ଟ କ୍ଲାସ ରୁମ୍, ଆଡଭାନ୍ସଡ୍ ଲାବୋରେଟୋରୀ ଓ କମ୍ପ୍ୟìଟର ସେଣ୍ଟର ଭଳି ସୁବିଧା ଥିବା ଏକ ଫେସ୍ ଲିଫଫ ନିର୍ମାଣ କରାୟିବ, ଯେଉଁଥିରେ ଆଗାମୀ ୫ ବର୍ଷ ମଧ୍ୟରେ ୨୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ଭିତ୍ତିଭୂମି କ୍ଷେତ୍ରରେ ୨୦୨୩-୨୪ ବଜେଟରେ ସରକାରୀ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ, ପଲିଟେକ୍ନିକ୍ ଏବଂ ଆଇଟିଆଇର ବିକାଶ ପାଇଁ ୨୪୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ନାନୋ ୟୁନିକର୍ଣ୍ଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀତାର ଭାବନାକୁ ପ୍ରୋତ୍ସାହିତ କରାଯାଉଛି ଏବଂ ଯୁବ ଏବଂ ଆଶାୟୀ ଉଦ୍ୟୋଗୀମାନଙ୍କୁ ୧ ବର୍ଷ ପାଇଁ ୧ ଲକ୍ଷ ଟଙ୍କାର ବିନା ସୁଧରେ ଋଣ ପ୍ରଦାନ କରାଯାଉଛି । ଗତ ପାଞ୍ଚ ବର୍ଷ ମଧ୍ୟରେ ଉପରୋକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ୫୦୦ରୁ ଅଧିକ ଉଦ୍ୟୋଗୀ ଲାଭବାନ ହୋଇଛନ୍ତି ।
ବିଭିନ୍ନ ଚାହିଦା ଆଧାରିତ କ୍ଷେତ୍ରରେ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ, ପ୍ରଶିକ୍ଷଣ ସହଯୋଗୀଙ୍କ ସହଯୋଗରେ କ୍ସଗଉଅ ମାଧ୍ୟମରେ ୨୦୧୧-୧୨ରୁ Placement Linked Training Program (PLTP) ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଲା ବେରୋଜଗାର ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି କରି ସେମାନଙ୍କୁ ନିୟୁକ୍ତି ସୁୟୋଗ ପ୍ରଦାନ କରିବା । ୨୦୧୧-୧୨ ମସିହାରୁ ରାଜ୍ୟରେ ୧ ଲକ୍ଷ ୧୨ ହଜାର ୬୯୪ ଜଣ ଯୁବକଯୁବତୀଙ୍କୁ ପିଏଲଟିପି ଅଧୀନରେ ତାଲିମ ଦିଆଯାଇଥିବାବେଳେ ୩୦,୦୩୮ ଜଣ ଯୁବକଯୁବତୀଙ୍କୁ ବିଭିନ୍ନ ସଂସ୍ଥାରେ ନିୟୁକ୍ତି ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଘଡେଇ କହିଛନ୍ତି ।
ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ କହିଛନ୍ତି ଯେ ରୁଷର କାଜନରେ ଅନୁଷ୍ଠିତ ବିଶ୍ୱ ଦକ୍ଷତା ପ୍ରତିଯୋଗିତା ୨୦୧୯ରେ ଓଡ଼ିଶାର ଶ୍ରୀ ଅଶ୍ୱଥ ନାରାୟଣ ସାନାଗାଭାରପୁ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୨୦୨୨ ଜାନୁଆରୀରେ ନୂଆଦିଲ୍ଲୀଠାରେ ଶେଷ ହୋଇଥିବା ଔକ୍ତଉଔଅ ଗଔଔକକ ପ୍ରତିଯୋଗିତାରେ ଓଡ଼ିଶା ଦଳ ପ୍ରଥମ ଥର ପାଇଁ ପଦକ ତାଲିକାରେ (୧୦ ସ୍ୱର୍ଣ୍ଣ, ୧୮ ରୌପ୍ୟ, ୧୦ ବ୍ରୋଞ୍ଜ ଓ ୧୩ ମେଡାଲିଆନ୍ସ ଅଫ୍ ଏକ୍ସିଲେନ୍ସ) ପ୍ରଥମ ସ୍ଥାନ ଅଧିକାର କରିଥିଲା । ୟୁରୋପର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ବିଶ୍ୱ ଦକ୍ଷତା ପ୍ରତିଯୋଗିତା-୨୦୨୨ରେ ଓଡ଼ିଶା ଜଳ ପ୍ରଯୁକ୍ତି ବିଦ୍ୟାରେ ଗୋଟିଏ ରୌପ୍ୟ ପଦକ ଏବଂ ରେଷ୍ଟୁରାଣ୍ଟ ସେବା କ୍ଷେତ୍ରରେ ଗୋଟିଏ ମେଡାଲ ଅଫ୍ ଏକ୍ସିଲେନ୍ସ ହାସଲ କରିଛି ।
Center for Monitoring Indian Economy (CMIE)ର ସଦ୍ୟତମ ତଥ୍ୟ (ଫେବୃଆରି ୨୦୨୩) ଅନୁୟାୟୀ, ଓଡ଼ିଶାରେ ବେକାରୀ ହାର (୧.୫ ପ୍ରତିଶତ) ଯାହାକି ଜାତୀୟ ହାର (୭.୫ ପ୍ରତିଶତ) ଠାରୁ ବହୁତ କମ୍ । ବିଭିନ୍ନ ସରକାରୀ ବିଭାଗ, ଉଦ୍ୟୋଗ, ଘରୋଇ କ୍ଷେତ୍ରର ବ୍ୟକ୍ତିବିଶେଷ/ଏଜେନ୍ସି ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ମିଳିତ ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇପାରିଛି ।
ରାଜ୍ୟର ସରକାରୀ ଆଇଟିଆଇ ଗୁଡ଼ିକରେ ‘ସୁଦକ୍ଷା’ ଯୋଜନା ଆରମ୍ଭ ହୋଇଛି । ଏହି ଯୋଜନାରେ ବର୍ଗ ନିର୍ବିଶେଷରେ ଛାତ୍ରୀମାନଙ୍କୁ ବୃତ୍ତି ପ୍ରଦାନ କରାଯାଉଛି, ଯାହାଫଳରେ ଆଇଟିଆଇ ପାଠ୍ୟକ୍ରମରେ ସେମାନଙ୍କ ଶିକ୍ଷା ସମ୍ପୂର୍ଣ୍ଣ ମାଗଣାରେ ହୋଇପାରିବ । ଏହି ଯୋଜନାରେ ଛାତ୍ରୀନିବାସରେ ରହୁଥିବା ଛାତ୍ରୀଙ୍କ ହଷ୍ଟେଲ ଖର୍ଚ୍ଚ ମଧ୍ୟ ସାମିଲ ରହିଛି । ଆଇଟିଆଇ ପରେ apprenticeship ପାଇଁ ଯାଉଥିବା ଛାତ୍ରୀମାନେ National Apprenticeship Promotion Scheme ଅଧୀନରେ ନିର୍ଦ୍ଧାରିତ ଷ୍ଟାଇପେଣ୍ଡ ବ୍ୟତୀତ ୧୦୦୦ Tଞ୍ଚଞ୍ଛ-ଫଞ୍ଛ ପାଇବାକୁ ଯୋଗ୍ୟ ବିବେଚିତ ହେବେ । ସରକାରୀ ଆଇଟିଆଇରୁ ଉତ୍ତୀର୍ଣ୍ଣ ହୋଇଥିବା ଯେକୌଣସି ବାଳିକା, ଯିଏ ରାଜ୍ୟ ବାହାରେ ନିୟୁକ୍ତି ନେବେ, ସେମାନଙ୍କୁ ସ୍ଥାନାନ୍ତରଣ ଖର୍ଚ୍ଚ ଭରଣା କରିବା ନିମନ୍ତେ ୫୦୦୦ ଟଙ୍କା ଏକକାଳୀନ ରକ୍ଷଣାବେକ୍ଷଣ ଖର୍ଚ୍ଚ ଆକାରରେ ପ୍ରଦାନ କରାଯାଉଛି । ଏହି ଯୋଜନାର ପ୍ରଚଳନ ଫଳରେ ସରକାରୀ ଆଇଟିଆଇରେ ଛାତ୍ରୀମାନଙ୍କ ନାମଲେଖା ୨୦୧୬-୧୭ ରେ ୬% ଥିବାବେଳେ ୨୦୨୨-୨୩ରେ ଏହା ୨୨% କୁ ବୃଦ୍ଧି ପାଇଛି । ଚଳିତ ବର୍ଷ ବ୍ୟାପକ କାଉନସେଲିଂ ଚାଲିଛି ଏବଂ ଆମେ ଆଶା କରୁଛୁ ଯେ ଝିଅମାନଙ୍କର ନାମଲେଖା ଆହୁରି ବୃଦ୍ଧି ପାଇବ । ସରକାର ୨୦୨୩-୨୪ ବଜେଟରେ ଏହି ଯୋଜନାକୁ ସରକାରୀ ପଲିଟେକ୍ନିକ୍ ଗୁଡିକରେ ସମ୍ପ୍ରସାରଣ କରିବା ଲାଗି ଘୋଷଣା କରିଛନ୍ତି । ନୂଆ ଓଡ଼ିଶା (ନୂତନ ଉନ୍ନତି ଅଭିଳାଷ, ଓଡ଼ିଶା) ନାମରେ ନୂଆ ସ୍କିମ ଘୋଷଣା କରିଛନ୍ତି । ଏହି ଯୋଜନା ଅଧିନରେ ନୂତନ ଯୁଗର ଉଦୀୟମାନ ପ୍ରଯୁକ୍ତିରେ ଯୁବକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନାରେ ଯୁବକଯୁବତୀମାନଙ୍କୁ କ୍ଲାଉଡ୍ କମ୍ପୁ୍ୟଟିଂ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଅଗ୍ମେଣ୍ଟେଡେ ରିଏଲିଟି, ଭର୍ଚୁଆଲ ରିଏଲିଟି, ଡାଟା ସାଇନ୍ସ, ଥ୍ରୀ-ଡି ପ୍ରିଣ୍ଟ ଭଳି ନୂତନ ପ୍ରଯୁକ୍ତି ବିଦ୍ୟାରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ପ୍ରତିବର୍ଷ ପ୍ରାୟ ଏକ ଲକ୍ଷ ଯୁବକଯୁବତୀ ଏହି ତାଲିମ ପ୍ରଦାନରେ ଅଂଶଗ୍ରହଣ କରିବେ । ଚଳିତ ୨୦୨୩-୨୪ ଆର୍ଥିକ ବର୍ଷରୁ ଗ୍ରୀନ୍ ପାସେଜ କାର୍ଯ୍ୟକ୍ରମ ନୂତନ ଭାବେ ପ୍ରଚଳନ କରାଯାଉଛି । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ସରକାରୀ ଆଇଟିଆଇ ଓ ପଲିଟେକ୍ନିକ୍ଗୁଡ଼ିକରେ ଅଧ୍ୟୟନ/ତାଲିମ ନେଉଥିବା ଅନାଥ ପିଲାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା । ସରକାରୀ ଆଇଟିଆଇ ଓ ପଲିଟେକ୍ନିକ୍ଗୁଡ଼ିକରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ଯୋଜନାରେ ଟୁ୍ୟସନ୍ ଫି, ଆବେଦନ ଫି, ହଷ୍ଟେଲ ସିଟ୍ ଭଡ଼ା, ପାଠାଗାର ଫି, ପରୀକ୍ଷା ଫି ଆଦି ଛାଡ଼ କରାଯିବ । ଏହା ବ୍ୟତୀତ ହଷ୍ଟେଲର ଛାତ୍ରଛାତ୍ରୀଙ୍କୁ ମାସିକ ୨ ହଜାର ଟଙ୍କା ଏବଂ ଦିବାଧ୍ୟାୟୀ ଛାତ୍ରଛାତ୍ରୀଙ୍କୁ ମାସିକ ଏକ ହଜାର ଟଙ୍କା ଭରଣପୋଷଣ ଭତ୍ତା ପ୍ରଦାନ କରାଯିବ ।
ଆମର ଆଇଟିଆଇ ଏବଂ ଡିପ୍ଲୋମା ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ଟାଟା ଷ୍ଟିଲ, ଟେକ୍ ମହିନ୍ଦ୍ରା, ଆଇଟିସି, ସୁଜୁକି ମୋଟରସ୍, ଅଶୋକ ଲେ-ଲାଣ୍ଡ ଆଦି ସଂସ୍ଥାରେ ନିୟୁକ୍ତି ପାଇଥାନ୍ତି । ବିଶ୍ୱ ଦକ୍ଷତା କେନ୍ଦ୍ର, ଭୁବନେଶ୍ୱରର ପ୍ରଥମ ବ୍ୟାଚର ସମସ୍ତ ୨୧୪ ଜଣ ସ୍ନାତକ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀରେ ସ୍ଥାନ ପାଇଛନ୍ତି । ତନ୍ମଧ୍ୟରୁ ୫୬ ଜଣ ଛାତ୍ରଛାତ୍ରୀଙ୍କ ଅନ୍ତର୍ଜାତୀୟ କ୍ଷେତ୍ରରେ ଅବସ୍ଥାପିତ ଅଛନ୍ତି ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀମତୀ ପାଢ଼ୀ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମଳନୀକୁ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ ଓ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଗୁର୍ବୀର ସିଂ ପରିଚାଳନା କରିଥିବାବେଳେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ ।