ହେଡଲାଇନସ୍:

ମାଇକ୍ରୋଫାଇନାନ୍ସ ଲୁଟ ଘଟଣାର ପର୍ଦାଫାଶ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 
  • ନିଜେ ମେନେଜର ଟଙ୍କା ହଡପ କରି ପୋଲିସ କୁ କରିଥିଲା ଫୋନ

  • ଅଭିଯୁକ୍ତ ନିକଟରୁ ଜବତ ହେଲା 2 ଲକ୍ଷ 93 ହଜାର ରୁ ଉର୍ଦ୍ଧ୍ବ ଟଙ୍କା

ବରଗଡ :- ଗତ 9 ତାରିଖ ରାତିରେ 112 କୁ ପାଇକମାଲ ନିକଟସ୍ଥ ବୈଦପାଳି ରୁ ଏକ ଫୋନ ଯାଇଥିଲା । ଏହି ଫୋନ କଲ କରିଥିବା ବ୍ୟକ୍ତି ଜଣକ କହିଥିଲା ଯେ କିଛି ସମୟ ପୂର୍ବରୁ କିଛି ବ୍ୟକ୍ତି ତାଙ୍କର ଅଫିସ ଭିତରକୁ ପଶି ବନ୍ଧୁକ ଓ ଚାକୁ ଦେଖାଇ ତାଙ୍କ ନିକଟରୁ ପ୍ରାୟ ତିନି ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଏହି ବ୍ୟକ୍ତି ଜଣକ ନିଜକୁ ଫିଉଜେନ ମାଇକ୍ରୋଫାଇନାନ୍ସ କମ୍ପାନି ର ମେନେଜର ବୋଲି ପରିଚୟ ଦେଇଥିଲେ । ଖବର ପାଇକମାଲ ଥାନା କୁ ପହଂଚିବା ପରେ ତୁରନ୍ତ ପୋଲିସ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇ ପୋଲିସ ଟିମ ଘଟଣା ସ୍ଥଳକୁ ପହଞ୍ଚି ଥିଲେ । ଏହି ଘଟଣାର ବିଧିବଦ୍ଧ ଭାବରେ ଅଭିଯୋଗ ତା ପରଦିନ ଅର୍ଥାତ ଗତ ତା:10/03/2023 ଦିନ, ସକାଳ ୯.00 ଟାରେ ଅଭିଯୋଗକାରୀ ଜଗନ୍ନାଥ ପ୍ରଧାନ(48),ପି: ଭଗବାନ ପ୍ରଧାନ,ନି :ପ୍ରାଣପୁର ଥା:ବେଲଗୁଣ୍ଠା ଜି:ଗଞ୍ଜାମ,ଯିଏ ବର୍ତ୍ତମାନ ଫ୍ୟୁଜନ ମାଇକ୍ରୋଫାଇନାନ୍ସର ଏରିଆ ମ୍ୟାନେଜର ଭାବରେ କାର୍ଯ୍ୟରତ ବ୍ୟକ୍ତି , ଯିଏକି ଫ୍ୟୁଜନ ମାଇକ୍ରୋଫାଇନାନ୍ସର ଡିଭିଜନାଲ ମ୍ୟାନେଜରଙ୍କ ପାଖରୁ ପାଇକମାଲର ବୋଇଦପାଲିରେ ଥିବା ବ୍ରାଞ୍ଚର ₹ ୨,୯୩,୧୭୮ ର ଏକ ଡକାୟତି ବିଷୟରେ ଅବଗତ ହୋଇ ଏହାର ତଦନ୍ତ ପାଇଁ ଆସିଥିବା ବିଷୟରେ ଏକ ଲିଖିତ ଅଭିଯୋଗ ପାଇକମାଲ ଥାନାରେ ଆସି ପ୍ରଦାନ କଲେ। କିନ୍ତୁ ଏ ବିଷୟରେ ବ୍ୟାଙ୍କ ମ୍ୟାନେଜର ଚନ୍ଦନ ବେହେରାଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଜବାବ ଦେଇ ପାରି ନଥିଲେ ବୋଲି ତାଙ୍କ ଲିଖିତ ଅଭିଯୋଗରେ ରିପୋର୍ଟ ଜଗନ୍ନାଥ ବେହେରା ପ୍ରକାଶ କରିଥିଲେ । ପୋଲିସର ତଦନ୍ତ ପରେ ବ୍ୟାଙ୍କ ମ୍ୟାନେଜର ଚନ୍ଦନ ବେହେରା (28),ପି:ବିଜୟ ବେହେରା,ନି:ହୁମର, ଥା:ଛତ୍ରପୁର ଜି:ଗଞ୍ଜାମ,ବିଭିନ୍ନ ମାଇକ୍ରୋଫାଇନାନ୍ସରୁ ଜମା ହୋଇଥିବା ₹ ୨,୯୩,୧୭୮ ଆତ୍ମସାତ କରିଥିବା,ଗ୍ରାହକ ତଥା ବ୍ୟାଙ୍କକୁ ଧୋକା ଦେଇଥିବା ତଥା ଟଙ୍କାକୁ ବ୍ୟାଙ୍କରେ ଜମା କରିବା ବଦଳରେ ଘରକୁ ଟଙ୍କା ପଠାଇଥିବା ସ୍ବୀକାର କରିଥିଲେ। ପାଇକମାଲ ପୋଲିସ ଟଙ୍କାକୁ ଅଭିଯୁକ୍ତଙ୍କ ଗଞ୍ଜାମସ୍ଥିତ ଘରୁ ଠାବ କରିବା ସହ ଜବତ କରିବା ସହିତ ପାଇକମାଲ ଥାନାରେ ଏକ କେଶ ରୁଜୁ କରି ଅଭିଯୁକ୍ତ ମେନେଜର କୁ ପ୍ରଥମେ କୋର୍ଟ ଓ ପରେ ଜେଲକୁ ପଠାଇ ଦେଇଥିବା ସୁଚନା ରହିଛି ।ପାଇକମାଲ ଥାନାର ସବଇନ୍ସପେକ୍ଟର ଶ୍ରୀ ବିମଲ ଲାକ୍ରା, ଏହି ଘଟଣାର ଅନ୍ୟାନ୍ୟ ଦିଗ ଉପରେ ଆହୁରି ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଙ୍କର ସୂତ୍ରରୁ ପ୍ରକାଶ ।

0
0
0
s2sdefault