ହେଡଲାଇନସ୍:

ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ପାଳିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର- ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସରୋଜ କୁମାର ଭୁଏଙ୍କ ଅଧ୍ୟକ୍ଷତାରେ  ଗୁରୁଦିବସ ପାଳିତ ହୋଇଯାଇଛି। ସଭାରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମୂଲ୍ୟ କିଶୋର ସାହୁ ମୁଖ୍ୟଅତିଥି ଭାବରେ ଏବଂ ଗୋଷ୍ଠୀଶିକ୍ଷା ଅଧିକାରୀ ସୁନୀଲ ମୁଣ୍ଡୁ ଓ ମୋ ସ୍କୁଲ ଅଭିଯାନର ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରଭାନୁ ପଧାନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଗୁରୁ ଶିଷ୍ୟ ସମ୍ପର୍କର ବିଶଦ ତଥ୍ୟ ଉପସ୍ଥାପନା କରିଥିଲେ। ବିଦ୍ୟାଳୟର ପୂର୍ବ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରଙ୍କମଣି ସାହୁ  ଓ ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ସୀତାକାନ୍ତ ଦାସଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରଯାଇଥିଲା। ବିଦ୍ୟାଳୟ ମନ୍ତ୍ରୀମଣ୍ଡଳର ବିଜୟୀ ସଭ୍ଯ ମାନଙ୍କର ଅଭିଷେକ ଉତ୍ସବ ପାଳନ ଅବସରରେ ପ୍ରଧାନ ଶିକ୍ଷକ ମନ୍ତ୍ରୀମାନଙ୍କର ଶପଥ ପାଠ କରାଇଥିଲେ। ବିଦ୍ୟାଳୟର ଶିକ୍ଷକ ଅଭିଳାଷ ସାହୁ ସ୍ଵାଗତ ଭାଷଣ ଓ ରାଜେଶ କୁମାର ଖମାରୀ ସଂଯୋଜନା କରିଥିଲେ। ପରେ ପରେ ଅତିଥିମାନଙ୍କ ଦ୍ଵାରା ପ୍ରାଚୀର ପତ୍ରିକା “ ପୀୟୂଷ’’ ଉନ୍ମୋଚିତ ହୋଇଥିଲା। ସମସ୍ତ ଶିକ୍ଷକ, କର୍ମଚାରୀ,ଅଭିଭାବକ ପୂର୍ଣ୍ଣ ସହଯୋଗରେ ଏକ ମନୋଜ୍ଞ ପରିବେଶରେ ସଭା କାର୍ଯ୍ୟ ସମ୍ପାଦନ ହୋଇଥିଲା। ଶେଷରେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ କାର୍ତ୍ତିକ ଦାଶ ଧନ୍ୟବାଦ ଦେଇଥିଲେ।

 
0
0
0
s2sdefault