ହେଡଲାଇନସ୍:

ସାମ୍ବାଦିକ କଣ କୁଖ୍ୟାତ ଅପରାଧୀ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • କାହା ପକେଟରେ ରହି ସାମ୍ବାଦିକଙ୍କ ଉପରେ ଦାଉ ସାଧୁଛି ପୋଲିସ

  • ସାମ୍ବାଦିକ ଙ୍କୁ ଗିରଫ ପରେ ରାସ୍ତା ରେ ଚଲାଇ ଚଲାଇ ଫଟ ସୁଟ କରିବାଘଟଣାକୁ ନିନ୍ଦା

  • ପ୍ରତିବାଦ ରେ ଧାରଣାରେ ବିଭିନ୍ନ ସାମ୍ବାଦିକ ସଂଗଠନ

ଭୁବନ/ଅବିନାଶ ସାଥୁଆ ମହାପାତ୍ର- ଜଣେ ସାମ୍ବାଦିକଙ୍କୁ ଗିରଫ ପରେ ସର୍ବ ସମ୍ମୁଖରେ ରାସ୍ତା ରେ ପୋଲିସ୍ ଚଲାଇ ଚଲାଇ ନେବା ଏବଂ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ତାଙ୍କର ଫଟ ସୁଟିଂ କରିବା ଭଳି ଅଭିଯୋଗ ଆସିଛି ଢ଼େଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳରୁ। ଅଭିଯୋଗ ଅନୁଯାୟୀ ଏକ ନିର୍ଦ୍ଧିଷ୍ଟ ଖବରକାଗଜ ର ସାମ୍ବାଦିକ ରବିନ୍ ଦାସ ବିଭିନ୍ନ ସମୟରେ ଲୋକାଭିମୁଖୀ କାର୍ଯ୍ୟର ସଫଳ ରୂପାୟନ ପାଇଁ ଖବରକାଗଜ ସହ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଥିଲେ । ଯାହା କି ଠିକାଦାର ଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ଖଣି ମାଫିଆ ମାନଙ୍କୁ ବ୍ୟଥିତ କରିଥିଲା।ଫଳରେ ଯୋଜନାବଦ୍ଧ ଭାବରେ ଗୋଟିଏ ଦିନରେ ଭୁବନ ଥାନା ରେ ଦୁଇ ଦୁଇଟି SC/ST ମାମଲା ରୁଜୁ କରାଯାଇଥିଲା। ଉକ୍ତ ମାମଲାକୁ ଭିତ୍ତିକରି ପୋଲିସ୍ ଗତ ସାତ ତାରିଖରେ ଭୁବନ ଅଞ୍ଚଳରୁ ରବିନ୍ କୁ ଗିରଫ କଲା।ଗିରଫ ପରେ ଭୁବନ ପୋଲିସ ଆକ୍ରୋଶମୂଳକ ଭାବେ ନିଜର ହିତାହିତ ଜ୍ଞାନ ହରାଇ ତାଙ୍କୁ ସର୍ବ ସମ୍ମୁଖରେ ଭୁବନ ବଜାର ମଧ୍ୟରେ ଚଲାଇ ଚଲାଇ ନେବା ସହ ବିଭିନ୍ନ ସ୍ଥାନରେ ନିଜେ ଥାନା ଅଧିକାରୀ ରବିନ୍ ଦାସ ଙ୍କ ଫଟୋ ଉଠାଇବା କୁ ନେଇ ସାଧାରଣରେ ଚର୍ଚା ଜୋର ଧରିଥିଲା। ଏହାକୁ ବିରୋଧ କରିବା ସହ ମାନବାଧିକାର କ୍ଷୁର୍ଣ୍ଣ ହେଉଥିବା ଦର୍ଶାଇ ଭୁବନ ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ମଧୁପ ରଞ୍ଜନ ନନ୍ଦଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ସାମ୍ବାଦିକ ତଥା ଆଇନଜୀବୀ ଅଲେଖ ପ୍ରସାଦ ତ୍ରିପାଠୀ, ସଞ୍ଜୟ ନାୟକ ଦୁଃଶାସନ ପୃଷ୍ଟିଙ୍କ ସହ ଅନ୍ୟ କର୍ମକର୍ତ୍ତା ଆଠ ତାରିଖ ଠାରୁ ଭୁବନ ଥାନା ସମ୍ମୁଖରେ ଧାରଣା ଦିଆଯାଇଥିଲା।ନଅ ତାରିଖ ଦିନ ଜିଲ୍ଲାର ଗଁନ୍ଦିଆ ଡିଜିଟାଲ ମିଡିଆ ଆସୋସିଏସନ୍ ର ସଭାପତି ପ୍ରଦୀପ କୁମାର ଦାସ, ଗଁନ୍ଦିଆ ମିଳିତ ସାମ୍ବାଦିକ ସଂଘର ସଭାପତି କ୍ଷିରୋଦ ଚଂଦ୍ର ଦାସ, ପୁଷ୍ପଲତା ସାମଲ ଏବଂ କାମାକ୍ଷାନଗରର ଚିତ୍ତରଞ୍ଜନ ଦ୍ବିବେଦୀ ଙ୍କ ନେତୃତ୍ବରେ ସମସ୍ତ ସାମ୍ବାଦିକ ମାନେ ଉକ୍ତ ଆନ୍ଦୋଳନ ରେ ଯୋଗଦାନ କରି ଭୁବନ ଅଞ୍ଚଳରେ ଦିନ କୁ ଦିନ ଚୋରି ଡକାୟତି ବଢ଼ିଚାଲିଥିବାବେଳେ ଖଣି ମାଫିଆ ସକ୍ରିୟ ହେଉଛନ୍ତି। କିଛି ଦିନ ତଳେ ଥାନା ଠାରୁ ମାତ୍ର ପାଞ୍ଚଶହ ମିଟର ଦୂରରେ ଚାଲିଥିବା ଚୋରା କ୍ରୋମାଇଟ ବେପାର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଜବତ ହେଲାଭଳି ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଥିଲା। ସେହିପରି ଏସିଆ ମହାଦେଶର ସର୍ବବୃହତ ଗ୍ରାମ କୁହାଯାଉଥିବା ଭୁବନ ର ଏକମାତ୍ର ମେଡିକାଲ ମଧ୍ୟରୁ ଚୋରି, ସର୍ବପରି ଭୁବନ - ମନ୍ଦାର ମୁଖ୍ୟ ରାସ୍ତାରେ ସଂଧ୍ୟା ସମୟରେ ଡିସେମ୍ବର ମାସରୁ ହୋଇଥିବା ନର୍ସରୀ ମାଲିକଙ୍କ ହତ୍ୟା ଘଟଣାରେ ପୋଲିସ ନିରବ ଦ୍ରଷ୍ଟା ସାଜିଥିବା ବେଳେ ଜଣେ କର୍ତ୍ତବ୍ୟ ରତ ସାମ୍ବାଦିକ ଙ୍କୁ ମିଥ୍ୟା ମାମଲା ରେ ଗିରଫ କରିବା ଏବଂ ପରେ ଏପରି ଅମାନୁଷିକ ବର୍ବରତାର କର୍ଯ୍ୟକୁ ଘୋର ନିନ୍ଦା କରିଥିଲେ। ତେବେ ସଂଧ୍ୟାରେ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଉପଖଣ୍ଡ ସ୍ତରୀୟ ପୋଲିସ୍ ଅଧିକାରୀ ଶ୍ରୀ ରଞ୍ଜନ କୁମାର ଦେ ଧାରଣାରତ ସାମ୍ବାଦିକ ମାନଙ୍କ ପାଖରେ ପହଞ୍ଚି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବାର ପ୍ରତିଶ୍ରୁତି ଦେବା ପରେ ସାମ୍ବାଦିକ ମାନେ ଧାରଣାରୁ ଉଠିଥିଲେ। ତେବେ ଆଗାମୀ ଦିନରେ ଏହାର ନିରପେକ୍ଷ ତଦନ୍ତ ନହେଲେ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି ସାମ୍ବାଦିକ ସଂଗଠନ ଗୁଡ଼ିକ କହିଛନ୍ତି।

0
0
0
s2sdefault