କାମାକ୍ଷାନଗର/ ରିତେଶ ବ୍ରହ୍ମ : କଡା ସୁରକ୍ଷା ବ୍ୟବସ୍ଥା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି ଚଳିତ ବର୍ଷର ସମେଟିଭ ଆସେସମେଣ୍ଟ-୨ ମାଟ୍ରିକ ପରୀକ୍ଷା । ଢେଙ୍କାନାଳ ଜିଲ୍ଲାରେ ୯୭ ଗୋଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୧୬ ହଜାର ୨୮୫ ଜଣ ଛାତ୍ରଛାତ୍ରୀ । ଯେଉଁମାନଙ୍କ ମଧ୍ୟରେ ୧୫ ହଜାର ୯୯୫ ଜଣ ରେଗୁଲାର ଓ ୧୨୦ ଜଣ ଏକ୍ସ ରେଗୁଲାର ଏବଂ ୧୬୦ ଜଣ ମଧ୍ୟମା ଓ ଓପନ ସ୍କୁଲର ପରୀକ୍ଷାର୍ଥୀ ରହିଛନ୍ତି । ଜିଲ୍ଲାର ମୋଟ ୮ ଗୋଟି ବ୍ଲକ ମଧ୍ୟରେ ଭୁବନରେ ୧୧,ଢେଙ୍କାନାଳ ସଦରରେ ୧୬ ,ଗଁନ୍ଦିଆରେ ୧୨ ,ହିନ୍ଦୋଳରେ ୧୩ ,କାମାକ୍ଷାନଗରରେ ୧୨ ,କଙ୍କଡାହାଡ଼ରେ ୮ ,ଓଡାପଡ଼ାରେ ୧୩ ଏବଂ ପରଜଙ୍ଗ ବ୍ଲକରେ ୧୧ ଗୋଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଏଥିସହିତ ମଧ୍ୟମା ଓ ଓପନ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ୧ଟି କେନ୍ଦ୍ର କରାଯାଇଛି । ପରୀକ୍ଷା ବ୍ୟବସ୍ଥାକୁ କଡାକଡି ପାଇଁ ସିସିଟିଭିର ବ୍ୟବସ୍ଥା ହୋଇଛି । ପରୀକ୍ଷା ସମୟ ୮ ଟାରୁ ୧୦ ଟା ହୋଇଥିବା ଯୋଗୁଁ ,ଖରାକୁଆଖି ଆଗରେ ରଖି ପାନୀୟ ଜଳ ଓ ବ୍ୟାପକ ଓଆରଏସ(ORS) ର ବ୍ୟବସ୍ଥା ହୋଇଛି । ମୋଟା ମୋଟି ଭାବେହାଇ ସିକ୍ୟୁରିଟି ବ୍ୟବସ୍ଥା ମଧ୍ୟରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେଉଛନ୍ତି । ଆଜିଠାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଜାରି ରହିବ । ତେଣୁ କପି ରୋକିବା ପାଇଁ ବିଭିନ୍ନ ପ୍ରଶାସନିକ ସ୍ତରରେ ସ୍କ୍ୱାର୍ଡ ଗଠନ କରାଯାଇଛି । ଚଳିତ ବର୍ଷ ରାଜ୍ୟରେ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପରୀକ୍ଷାର୍ଥୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ୩୨୧୮ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି। ଏଥିପାଇଁ ୩୧୬ଟି ନୋଡାଲ ସେଣ୍ଟର ବୋର୍ଡ କରିଛି ।ପରୀକ୍ଷା କେନ୍ଦ୍ର ଭିତରକୁ ଆଡମିଟ କାର୍ଡ, ପେନ୍, ପେନସିଲ୍ ଓ ଜୋମେଟ୍ରିବକ୍ସ ନେବାର ଅନୁମତି ରହିଛି। ସେହିଭଳି ମଧ୍ୟମା ପାଇଁ ୨୯୧୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୧୦୮ଟି କେନ୍ଦ୍ରରେ ପରୀକ୍ଷା ଦେବାକୁ ବ୍ୟବସ୍ଥା ହୋଇଛି ଏବଂ ଓପନ୍ ସ୍କୁଲ ପରୀକ୍ଷାରେ ୭୧୮୧ ପରୀକ୍ଷାର୍ଥୀ ୧୪୬ଟି ସେଣ୍ଟରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।
ରାଜ୍ୟ
କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚଳତ ବର୍ଷର ମାଟ୍ରିକ ପରୀକ୍ଷା ।
- Hits: 337