ହେଡଲାଇନସ୍:

ବାଲେଶ୍ୱର ଜିଲ୍ଲା ଅନୁସୂଚିତ ଜାତି କଂଗ୍ରେସ କମିଟି ଗଠିତ : ମୃତ୍ୟୁଞ୍ଜୟ  ହେଲେ ଜିଲ୍ଲା ସଭାପତି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାଲେଶ୍ୱର: ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶରତ କୁମାର ରାଜଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ବହୁ କଂଗ୍ରେସ ନେତାଙ୍କୁ ନେଇ ଏକ ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ବିଧାୟକ ତଥା ରାଜ୍ୟ ଅନୁସୂଚିତ ବିଭାଗର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ଶଗରିଆ ଓ ରାଜ୍ୟ ଅନୁସୂଚିତ ବିଭାଗର ସହ ଅଧ୍ୟକ୍ଷ ବାଙ୍କନିଧି ବେହେରା ଉପସ୍ଥିତ ରହି ମୃତ୍ୟୁଞ୍ଜୟ ଜେନାଙ୍କୁ ଜିଲ୍ଲା ଅନୁସୂଚିତ ଜାତି ସଭାପତି ଭାବେ ମନୋନୀତ କରିଥିଲେ । ଏହାପରେ ଶ୍ରୀ ଜେନା ତାଙ୍କର ୪ଜଣ ଉପସଭାପତି ୭ଜଣ ଜେନେରାଲ ସେକ୍ରେଟେରୀ ଓ ୧୧ଜଣ ସେକ୍ରେଟେରୀଙ୍କ ନାମ ଘୋଷଣା କରି ଏକ କମିଟି ଗଠନ କରିଥିଲେ । ଉକ୍ତ ସଭାରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ପି.ସି.ସି ସାଧାରଣ ସଂପାଦକ ସଂଜୀବ କୁମାର ଗିରି, ପି.ସି.ସି ସଂପାଦକ ସତ୍ୟଶିବ ଦାସ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ତପନ ଦାସ, ଜିଲ୍ଲା ଯୁଗ୍ମ ସଭାପତି ଅରଜିତ ଘୋଷାଲ, ଶମ୍ଭୁନାଥ ମାଝୀ, ତରୁଣ ଦାସ, କହ୍ନେଇ ବେହେରା, ଗୌତମୀ ସେଠୀ, ଶ୍ରୀକାନ୍ତ ଜେନା, ବିକ୍ରମ ପଣ୍ଡା, ପଦ୍ମଲୋଚନ ଲେଙ୍କା, ବାସନ୍ତୀ ନାୟକ, ଅର୍ଚ୍ଚନା ନନ୍ଦୀ, ପ୍ରତିମା ପଣ୍ଡା, ଟୁକୁନା ଦାସ, ଅର୍ଧେନ୍ଦୁ  ଦାସ, ଆଶୀଷ ସାହୁ, ନିତିଶ କୁମାର ବାରିକ, ସୁଧାଂଶୁ ଜେନା, ସତ୍ୟନାରାୟଣ ଗୁପ୍ତା ଆଦି ବହୁ କଂଗ୍ରେସ ନେତା ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବିଶେଷ କରି ବିଧାୟକ ତଥା ରାଜ୍ୟ ଅନୁସୂଚିତ ବିଭାଗର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ଶଗରିଆ ବାଲେଶ୍ୱର ଉନ୍ନତିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କର ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ । ଶେଷରେ ତୁଷାରକାନ୍ତି ତପସ୍ୱୀ ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault