ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କର ରାଉରକେଲା ଗସ୍ତ ନିମନ୍ତେ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା (ବସନ୍ତ କୁମାର ଜେନା) : ଆଜି ତା ୦୯/୦୩/୨୩ ରିଖରେ ରାଉରକେଲା ଜିଲା ବିଜୁଜନତା ଦଳର ସଭାପତି ତଥା ମାନ୍ୟବର ବିଧାୟକ ଶ୍ରୀ ସାରଦା ପ୍ରସାଦ ନାୟକଙ୍କ ସଭାପତିତ୍ଵରେ,ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆସନ୍ତାକାଲି ରାଉରକେଲା ଆଗମନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି । ଆମ ଜିଲ୍ଲାର ପର୍ଜ୍ୟବେକ୍ଷକ ତଥା ମାନ୍ୟବର ମନ୍ତ୍ରୀ (ଗ୍ରାମଊନ୍ନୟନ ଏବଂ ଦାକ୍ଷତା ବିକାଶ) ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ,ଆସନ୍ତା କାଲିର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଆଗମନର କର୍ଜ୍ୟକ୍ରମ ଯଥା ଅପରାନ୍ହ ୫.୨୦ ରେ ଉଡାଜାହାଜ ପଡିଆରେ ଅବତରଣ ପରେ, ନବନିର୍ମିତ ବୀର୍ସାମୁଣ୍ଡ। ଆଥଲେଟିକ ଷ୍ଟାଡିୟମ କୁ ୫.୩୦ରେ ପହଁଚି, ଯୁବ କ୍ରୀଡାବିତ ଓ ସର୍ବସାଧାରଣ ମାନଙ୍କ ପାଇଁ ନୂତନ ଷ୍ଟାଡିୟମ ଉନ୍ମୋଚନ ଓ ଉଚ୍ଛର୍ଗ କରିବେ ।ଏହାପରେ ୭ ଘଟିକରେ ସମୟରେ ବୀର୍ସାମୁଣ୍ଡ ହକି ଷ୍ଟାଡିୟମରେ ହେଉଥିବା ଭାରତ ଓ ଜର୍ମାନୀ ଆନ୍ତର୍ଜାତୀୟ ହକି ପ୍ରତିଯୋଗୀତା କୁ ଶୁଭାରମ୍ବ କରିବେ । ଏହାସହିତ ଆହୁରି ଅନେକ କାର୍ଯ୍ୟ କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ସୂଚନା ଦେଇଥିଲେ । ଏଥିନିମନ୍ତେ ସମସ୍ତ କର୍ମୀମାନେ ଅତି ଶୃଙ୍ଖଳା ର ସହିତ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ସଫଳ କରିବାକୁ ନିବେଦନ କରିଥିଲେ । ବୈଠକରେ ପୂର୍ବତନ ବିଧାୟକ ନିହାର ସୋରେନ, ରାଜ୍ୟ ଯୁବ କର୍ଜ୍ୟକାରୀ ସଭାପତି ବୈକୁଣ୍ଠ ନାୟକ,ବିରମିତ୍ରପୁର ପୌରଅଧକ୍ଷ ସଂଜୀବ ମିଶ୍ର,ବିଶ୍ରା ବ୍ଲକ ଅଧକ୍ଷ ଫୁଲମନୀ କେରକେଟ।,ନୂଆଗାଁ ବ୍ଲକ ଅଧକ୍ଷ ବିଶ୍ଵାସୀ ଟପ୍ପୋ,କୁଆରମୁଣ୍ଡା ବ୍ଲକ ଅଧକ୍ଷ,ଜ୍ୱୋତି କେର୍କେଟା,ଜିଲପରିଷଦ ଜ୍ଵତି ଟେଟେ,ରାଜେନ୍ଦ୍ର କୁଜୁର,ଡି ମିଞ୍ଜି,ମକୁଳ ଏକ୍କା,ସାମନାଥ ରାହା,ପ୍ରଦୀପ ରାଉତରାୟ,ମୋନୁ ଦାସ,ରାଉରକେଲା ନଗର ସଭାପତି ଗଗନ ପଣ୍ଡା,ଜିଲା ଉପସଭାପତି ସୁଦାମ ଦାସ,କାନ୍ଦୁରା ମହାନ୍ତି,ମୁଖପାତ୍ର ଜୟନ୍ତ କୁମାର ମିଶ୍ର, ବରିଷ୍ଠ ନେତା ଶ୍ରୀଚରଣ ମହାନ୍ତି ,ବିଲାଲ ଆହମଦ,ରାଜ୍ୟ ଆଇନିଜୀବୀ ଉପସଭାପତି ସନ୍ତୋଷ ନାୟକ,ରାଜ୍ୟ ଯୁବ ସାଧାରଣ ସମ୍ପାଦକ ସୁବାସ ସ୍ଵାଇଁ,ଅନ୍ୟତମ ସାଧାରଣ ସମ୍ପାଦକ ବିଭୁତି ପୁହାଣ,ରାଜ୍ୟ ଛାତ୍ର ସମ୍ପାଦକ ଡି ଅବିକ କୁମାର,ଦୁସମନ୍ତ ରାଉତରାୟ, ବାବୁ ଖାନ,ମହିଳା ନେତ୍ରୀ ଜ୍ୟୋସ୍ନା ନାୟକ,ଯୁବସଭାପତି ସୁଶାନ୍ତ ରାଉତ,ନିରଞ୍ଜନ ଚୌଧୁରୀ, ଭରତ ଦାସ,ଗୁଡୁ ସୋନର,ଶିତୁ ସାମଲ,ବଇନା ସାମଲ, ପ୍ରମୁଖ ବହୁ ନେତାମାନେ ଉପସ୍ଥିତ ଥିଲେ l

0
0
0
s2sdefault