ପୁରୀ (ଅନିମେଶ ପଟ୍ଟନାୟକ): ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ନିଆଁ ଦୂର୍ଘଟଣାକୁ ୨୪ ଘଣ୍ଟା ବିତିଛି । ହେଲେ ଏଯାବତ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରାଯାଇପାରିନି । ୧୦୦ରୁ ଅଧିକ ଟିମ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥାଇ ବି ଅପରେସନକୁ ସଫଳ କରିବା କଷ୍ଟକର ହୋଇ ପଡିଛି ।
ସେପଟେ ପୁରା ବିଲ୍ଡିଂ ଅନ୍ଧାରରେ ଅଛି । ଧୁଆଁ ଯୋଗୁଁ ଉଦ୍ଧାରକାରୀ କର୍ମଚାରୀଙ୍କୁ ଭିତରେ ପସିବାରେ ଅସୁବିଧା ହେଉଛି । ଅପରେସନକୁ ଆଉ କିଛି ଘଣ୍ଟା ସମୟ ଲାଗିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ।