ହେଡଲାଇନସ୍:

ବିସ୍ଥାପିତ ମାନଙ୍କୁ କ୍ଷତିପୁରଣ ଏବଂ ଥଇଥାନ କାର୍ଯ୍ୟ ଶିଘ୍ର ହେଲେ ସବୁ ଅସୁବିଧାର ସମାଧାନ ହୋଇଯିବ : କଳିକେଶ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଲୋୟର ସୁକତେଲ ପ୍ରକଳ୍ପ କାମ ତ୍ୱରାନ୍ୱିତ ପାଇଁ ସାଂସଦଙ୍କ ରାଜ୍ୟସଚିବାଳୟରେ  ସମିକ୍ଷା 

ଶାସକପ୍ରଶାସକ/ଭୁବନେଶ୍ୱର :  ରାଜ୍ୟ ସଚିବାଳୟଜେ ରାଜୀବ ଭବନସ୍ଥିତ ଜଳସମ୍ପଦ ବିଭାଗର ସମ୍ମିଳନ କକ୍ଷଠାରେ ଲୋୟର ସୁକତେଲ ପ୍ରକଳ୍ପ କାମର ଅଗ୍ରଗତିକୁ ନେଇ ସାଂସଦ କଳିକେଶ ନାରାୟଣ ସିଂଦେଓ ସମୀକ୍ଷା କରିଛନ୍ତି | ଜଳ ସମ୍ପଦ  ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି  ବୈଠକରେ ପ୍ରକଳ୍ପ କୁ ନେଇ ବିଭିନ୍ନ ସମସ୍ୟା ଉପରେ  ଆଲୋଚନା କରିଛନ୍ତି । ଏହି ବୈଠକରେ ପ୍ରକଳ୍ପରେ ବିସ୍ଥାପିତ ମାନଙ୍କୁ କେତେ ପରିମାଣର କ୍ଷତି ପୁରଣ ଏବଂ କେତେ ଜଣକୁ ଥଇଥାନ କରାଯାଇଛି ସେ ବିଷୟରେ ଆଲୋଚନା କରାଯାଇଥିଲା । ଏହି ସମିକ୍ଷା ବୈଠକରେ ଜଳସମ୍ପଦ ବିଭାଗର ଉପସଚିବଙ୍କ ସମେତ ବିଭାଗର ବରିଷ୍ଠ  ଅଧିକାରୀ ଉପସ୍ଥିତ ଥିଲେ । ବିସ୍ଥାପନ ଏବଂ କ୍ଷତିପୁରଣ ରେ ଉପୁଜିଥିବା ସମସ୍ୟା ଉପରେ କଥାବାର୍ତ୍ତା ହୋଇଥିଲା  । ବିସ୍ଥାପିତ ମାନଙ୍କୁ କ୍ଷତି ପୁରଣ ଏବଂ ଥଇଥାନ କାର୍ଯ୍ୟ ଶିଘ୍ର ହେଲେ ସବୁ ଅସୁବିଧାର ସମାଧାନ ହୋଇଯିବ ବୋଲି ବିଭାଗୀୟ ଅଧିକାରୀମାନଙ୍କୁ କରିଥିଲେ । ୨୦୧୩ ଜମି ଅଧରଗ୍ରହଣ ଆଇନକୁ ନେଇ ଲାଗି ରହିଥିବା ବିବାଦକୁ ତୁରନ୍ତ ସମାଧାନ କରିବାପାଇଁ ସାଂସଦ ବିଭାଗିୟ ସେମାନଙ୍କୁ ପରାମର୍ଶ ଦେଇଥିଲେ । ବଲାଙ୍ଗିରର ଜୀବନରେଖା କୁହାଯାଇଥିବା ଲୋୟର ସୁକତେଲ ପ୍ରକଳ୍ପ ୩୨ ଜଜାର ହେକ୍ଟର ଜମିକୁ ପାଣି ଯୋଗାଇ ଦେଲେ ବଲାଙ୍ଗିର ଜିଲ୍ଲା ଶସ୍ୟ ଶାମଳା ହୋଇଯିବ ଏବଂ ଏଥିପାଇଁ   ୨୪୪୮.୦୯ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଏହାକୁ  ତୁରନ୍ତ କାର୍ଯ୍ୟକ୍ଷମ ପାଇଁ ବଲାଙ୍ଗିର ବାସି ଚାହିଁ ବସିଛନ୍ତି ବୋଲି ସାଂସଦ କହିଛନ୍ତି । ପ୍ରକାଶଥାଉ କି ଗତ ସପ୍ତାହରେ ସାଂସଦ ସ୍ଥାନୀୟ ସର୍କିଟ ହାଉସ ଠାରେ ଏନେଇ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ସମିକ୍ଷା କରିଥିଲେ ଏବଂ ଉପୁଜିଥିବା ସମସ୍ୟା ଉପରେ ପୁଂଖାନୁ ପୁଂଖ ଆଲୋଚନା କରିଛନ୍ତି । ଏହି ବୈଠକରେ ବିଜେଡିର ଯୁବନେତା ଅରକେଶ ସିଂହଦେଓ ମଧ୍ୟ ଉପସ୍ଥିତ ଥିଲେ |

0
0
0
s2sdefault