ହେଡଲାଇନସ୍:

ଏ ସପ୍ତାହରେ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଭୁବନେଶ୍ୱର : ଉତ୍ତର  ବଙ୍ଗୋପସାଗର ଓ ସଂଲଗ୍ନ ଅଂଚଳରେ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ଥିବାରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ୫ ରୁ ୭ ତାରିଖ ମଧ୍ୟରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ସୋଆ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) । 

ସେପ୍ଟେମ୍ବର ୫ ତାରିଖ ଦିନ ଉତର ବଙ୍ଗୋପ ସାଗର ଓ ତା’ର ଆଖପାଖ ଅଂଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଏହା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି । ଫଳରେ ଓଡ଼ିଶାର ଉପକୂଳ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଏବଂ ସୁନ୍ଦରଗଡରେ ୨୪ ଘଂଟା ଧରି ପ୍ରବଳ ବର୍ଷା ହୋଇପାରେ ବୋଲି ସିଇସିର ନିର୍ଦ୍ଦେଶକ  ଡ. ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।  

ବୁଧବାର ଦିନ ଅପରାହ୍ଣରେ ଓଡ଼ିଶାର ଆଭ୍ୟନ୍ତରୀଣ ଅଂଚଳରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବୁଧବାର ଓ ଗୁରୁବାର ଦିନ ସମ୍ବଲପୁର, ଦେବଗଡ, ସୁନ୍ଦରଗଡ ଏବଂ ଝାରସୁଗୁଡାରେ ଅଧିକରୁ ଅଧିକ ବର୍ଷା ହେବାର ଆଶଙ୍କା ରହିଛି । ଏହା ବ୍ୟତୀତ ଅନୁଗୁଳ, ଢେ଼ଙ୍କାନାଳ, ବରଗଡ, ସୋନପୁର , କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ , ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ, ଯାଜପୁର କଟକରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ ବୋଲି ଡ. ସାହୁ କହିଛନ୍ତି । 

ଗୁରୁବାର ଓ ଶୁକ୍ରବାର ଦିନ ଛତିଶଗଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସେ କହିଛନ୍ତି । 

0
0
0
s2sdefault