ନୂଆଦିଲ୍ଲୀ:ଜାତୀୟ ରାଜଧାନୀର ଗ୍ୟାସ ବ୍ୟବହାରକାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଉ ଏକ ଝଟକା | ଉଚ୍ଚ ମୁଦ୍ରାସ୍ଫୀତି ଚାପରେ ଗ୍ରାହକଙ୍କ ମୁଣ୍ଡରେ ଗୋଟେ ବୋଝ ଲଦିଦେଇ ତୈଳ ମାର୍କେଟିଂ କମ୍ପାନୀଗୁଡିକ (ଓଏମସି) ଆଜି (ବୁଧବାର, 1 ମାର୍ଚ୍ଚ 2023) ଠାରୁ ରାଜଧାନୀରେ ଉଭୟ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଏବଂ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।
ପ୍ରାୟ ୬ ମାସ ପରେ ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି। ଗତ ଥର 6 ଜୁଲାଇ 2022 ରେ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଥିଲା
1 ମାର୍ଚ୍ଚ 2023 ଠାରୁ କାର୍ଯ୍ୟକାରୀ ହେଉଥିବା ଦର ଆଧାରରେ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ୩୫୦ .୫୦ ଟଙ୍କା ବୃଦ୍ଧି କରାଯାଇଛି | 19 କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ବର୍ତ୍ତମାନ ଦିଲ୍ଲୀରେ ୨୧୧୯ .୫୦ ଟଙ୍କା ହେବ | ଏହି ସମୟରେ ଘରୋଇ ଏଲପିଜି ସିଲିଣ୍ଡର ୧୪.୨ କିଲୋଗ୍ରାମ ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଛି। ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ଦର ବର୍ତ୍ତମାନ ଦିଲ୍ଲୀରେ ୧୧୦୩ ଟଙ୍କା ହେବ।
ରାଜ୍ୟ
ଚୁଲି ମୁଣ୍ଡକୁ ଆଉ ଏକ ଜୋର ଝଟକା : ବଢ଼ିଲା ଜାଳେଣି ଗ୍ୟାସ ଦର
- Hits: 801