ଯଶୀପୁର: ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକ ଚାକିଡି ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦଲକିବେଡା ଠାରେ ଶିକ୍ଷକ ରାମଚନ୍ଦ୍ର ସୋରେନ୍ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନ କେନ୍ଦ୍ର ଚାକିଡ଼ି ର ସଂଯୋଜକ ଶ୍ରୀ ଖିତିଶ ମହନ୍ତ ଙ୍କ ସଭାପତିତ୍ବ ରେ ସଭା କାର୍ଯ୍ୟ ପରିଚାଳନା ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ଯଶିପୁର ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀ ମଙ୍ଗଳ ଚରଣ ସିଂ ଓ ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ସାହେବ୍ ଚନ୍ଦ୍ର ମହାନ୍ତ , ଜlମୁକେଶ୍ୱର୍ ସିଆରସିସି ରାଜେନ୍ଦ୍ର ପାଲ , ବାଉଁସନାଲି ସିଆରସିସି ବସନ୍ତ କୁମାର ନାଏକ ଓ ଚାକିଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିଲୀପ ମହାନ୍ତ ଯୋଗଦାନ କରି ମଞ୍ଚାସିନ ହୋଇଥିଲେ । ଶିକ୍ଷକ ଶ୍ରୀ ସୋରେନ ମହୋଦୟ ସ୍ଥାନୀୟ ଅଞ୍ଚଳରେ ଦୀର୍ଘବର୍ଷ ଧରି ଶିକ୍ଷକତା କରିଥିଲେ ଓ ଛାତ୍ର ଛାତ୍ରୀ ତଥା ଲୋକଙ୍କ ପ୍ରୀୟଭାଜନ ହୋଇପାରିଥିଲେ । ସହକାରୀ ଶିକ୍ଷକ ଶ୍ରୀ ପୁରନ୍ ମେହେର ଓ ବରିଷ୍ଠ ଶିକ୍ଷକ ଦୁର୍ଯ୍ୟୋଧନ ମହାନ୍ତ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଚାକିଡି କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ସଭାସlଙ୍ଗ କରାଯାଇଥିଲା ।
ରାଜ୍ୟ
ଶିକ୍ଷକଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ
- Hits: 285