ହେଡଲାଇନସ୍:

ପ୍ରକୃତି ବିନା ଅଗ୍ନି ପିଣ୍ଡୁଳାରେ ପରିଣତ ହୋଇଯିବ ଧରିତ୍ରୀ :- ପଦ୍ମଶ୍ରୀ ପଟ୍ଟାୟତ ସାହୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ

ବରଗଡ଼ :- ବରଗଡ଼ , ନୂଆପଡା ଓ ବଲାଙ୍ଗିର ଜିଲ୍ଲାର ସୀମା ନିର୍ଦ୍ଧାରଣ କରୁଥିବା ବିଶ୍ୱପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ କେବଳ ଏକ ଜଙ୍ଗଲ କିମ୍ବା ପାହାଡ଼ ନୁହେଁ , ପୁରାଣ ସାକ୍ଷୀ ଅଛି , ଏହି ପର୍ବତରେ ଭରି ରହିଛି ହଜାର ହଜାର ପ୍ରଜାତିର ଔଷଧୀୟ ବୃକ୍ଷ , ଲତା ଓ ଗୁଲ୍ମ । ପ୍ରାକୃତିକ ପରିବେଶ ରେ ରହିଥିବା ଏହି ଔଷଧୀୟ ବୃକ୍ଷ, ଲତା ଓ ଗୁଳ୍ମ ର ଉପଯୋଗୀତା ପୂର୍ବରୁ ରୁ ରହିଥିଲା ଓ ଆଜି ମଧ୍ୟ ରହିଛି । ଏହି ପର୍ବତରେ ଏନେକ ପ୍ରକାର ବିରଳ ପ୍ରଜାତିର ଉଦ୍ଭିଦ ମଧ୍ୟ ରହିଛି । ଏହି ସବୁ କୁ ଅନୁଧ୍ୟାନ କରି ପୂର୍ବତନ କେନ୍ଦ୍ର ମାନବ ସମ୍ବଳ ବିକାଶ ରାଷ୍ଟ୍ର ମନ୍ତ୍ରୀ ଡ଼ାକ୍ତର କୃପାସିନ୍ଧୁ ଭୋଇ ଙ୍କର ଉଦ୍ୟମ କ୍ରମେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କର ଦ୍ୱାରା ଆଜିଠାରୁ 42ବର୍ଷ ପୂର୍ବେ , ପାଇକମାଲ ହାଇ ସ୍କୁଲ ର ହଷ୍ଟେଲ ରେ ଆରମ୍ଭ ହୋଇଥିଲା ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ । ମାତ୍ର ଦୁଇ ଜଣ ଅଧ୍ୟାପକ ଓ କିଛି ହାତଗଣତି ଅସ୍ଥାୟୀ କର୍ମଚାରୀ ମାନଙ୍କୁ ନେଇ ଗଢି ଉଠିଥିବା ଏହି ଅନୁଷ୍ଠାନ ଆଜି ଦୁଇ ଶହ ରୁ ଉର୍ଦ୍ବ ପ୍ରୋଫେସର, ଡାକ୍ତର ଓ ଅଧ୍ୟାପକ ଓ ଅନ୍ୟାନ୍ୟ କର୍ମଚାରୀ ଙ୍କୁ ନେଇ ଏକ ସଫଳ ଅନୁଷ୍ଠାନ ଭାବରେ ନିଜକୁ ଦେଶରେ ପରିଚିତ କରାଇବାରେ ସଫଳ ହୋଇ ପାରିଛି । ଇତି ମଧ୍ୟରେ ଏହି ଅନୁଷ୍ଠାନ ରୁ ଶିକ୍ଷା ଲାଭ କରି ହଜାରେ ରୁ ଉର୍ଦ୍ବ ଡାକ୍ତର , ଅଧ୍ୟାପକ ଓ ପ୍ରୋଫେସର ବାହାରି ଦେଶକୁ ନିଜର ସେବା ପ୍ରଦାନ କରୁଛନ୍ତି । ଆଜିର ଦିନରେ ଏହି ଅନୁଷ୍ଠାନର ପରିବେଶ , ଅନୁଷ୍ଠାନ ରେ ଉପଲବ୍ଧ ବ୍ୟବସ୍ଥା ଓ ମୁଖ୍ୟତଃ ଏହାର ପରିବେଶ ଦେଶର ଅନ୍ୟ ଅନୁଷ୍ଠାନ ପାଇଁ ନିଶ୍ଚିତ ଭାବରେ ଏକ ଉଦାହରଣ । ଆଜି ଏହି ଅନୁଷ୍ଠାନ ପାଳନ କରୁଛି ନିଜର 42ତମ ବାର୍ଷିକ ଉତ୍ସବ । ଆଜି ସନ୍ଧ୍ୟାରେ ମହାବିଦ୍ୟାଳୟ ପରିସରରେ ପାଳନ ପାଳନ କରାଯାଇଥିବା ଏହି ଉତ୍ସବରେ କଲେଜର ପରିଚାଳନା କମିଟି ସଭାପତି ସତ୍ୟଭୂଷଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସଭାରେ ମୁଖ୍ୟଅତିଥି ଭାବେ ସମ୍ବଲପୁର ବିଶ୍ବ ବିଦ୍ୟାଳୟର ଉପ କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର,ସମ୍ମାନିତ ଅତିଥି ରୂପେ ପ୍ରଫେସର ପ୍ରଦିପ କୁମାର ନାୟକ,ଜୟଶ୍ରୀ ମିଶ୍ର, ତଥା ପଦ୍ମଶ୍ରୀ ପଟ୍ଟାୟତ ସାହୁ,ମୁଖ୍ୟବକ୍ତା ଭାବେ ପ୍ରଫେସର ସୁଜିତ କୁମାର ପୃଷେଠ ଯୋଗ ଦେଇଥିଲେ । ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ଭଗବାନ ଧନମନ୍ତରୀ ଓ ନୃସିଂହନାଥ ମହାପ୍ରଭୁଙ୍କ ଫୋଟୋ ରେ ମାଲ୍ୟାର୍ପଣ କରାଯାଇ ଦୀପ ପ୍ରଜ୍ବଳନ କରି ଉତ୍ସବ ର ସୁଭରମ୍ବ କରାଯାଇଥିଲା । ପ୍ରଥମେ କଲେଜ ଅଧ୍ୟକ୍ଷ କ୍ଷିରୋଦ୍ରି ତନୟା ରାଉତରାୟ ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ।ଲ । ଏହାପରେ ମହାବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ତଥା ମୁଖ୍ୟ ପ୍ରଶାସକ ଶ୍ରୀ ମନୋଜ କୁମାର ତ୍ରିବେଦୀ ବିବରଣୀ ପଠନ କରିବା ପରେ ଉତ୍ସବ ଆରମ୍ଭ ହୋଇଥିଲା । ଏହାପରେ ମୁଖ୍ୟ ଅତିଥି ଙ୍କର ସମେତ ସମ୍ମାନିତ ଅତିଥି ତଥା ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ମାନଙ୍କର ଅଭିଭାଷଣ ହୋଇଥିଲା । ଚଳିତ ବର୍ଷ ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନିତ ବୈଦ୍ୟ ଶ୍ରୀ ପଟ୍ଟାୟତ ସାହୁ ଙ୍କୁ ମହାବିଦ୍ୟାଳୟ ତରଫରୁ ସ୍ୱତନ୍ତ୍ର ଭାବରେ ସମ୍ମାନିତ କରାଯାଇଥିଲା । ନିଜର ଅଭିଭାଷଣ ରଖି ଶ୍ରୀ ସାହୁ କହିଥିଲେ ଯେ , ପ୍ରକୃତି ସହିତ ଆୟୁର୍ବେଦ ଓ ପରିବେଶ ର ସମ୍ପର୍କ ଓ ବିଲୁପ୍ତ ହେବାକୁ ବସିଥିବା ବୃକ୍ଷର ସଂରକ୍ଷଣ ବାବଦରେ କହିବା ସହିତ ଆଗାମୀ ଦିନରେ ପରିବେଶ ସୁରକ୍ଷା ପ୍ରତି ସଚେତନ ହୋଇ କାମ ନ କଲେ ଧରିତ୍ରୀ ଅଗ୍ନି ପିଣ୍ଡୁଳା ହୋଇଯିବ ବୋଲି କହିଥିଲେ । ଏହାପରେ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯକ୍ରମ ର ଅୟୋଜନ କରାଯାଇଥିଲା ।

0
0
0
s2sdefault