ହେଡଲାଇନସ୍:

ଚାଷ କାମ କାମ ଯାହାର, କେତେ ଦୁଃଖ  ତାହାର :  ଆସ ଚାଷ କରିବା, ବିଷ ଖାଇ ମରିବା !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବେଳ ଥାଉ ପଶି ଯାଉ ଚେତା, ସଂକଟରେ ଆମ ଅନ୍ନଦାତା

    BARGARH/ GOURANGA CHARANA DASH    :-  ବରଗଡ଼ ଜିଲ୍ଲା ଓଡିଶାର ଭାତ ହାଣ୍ଡି | ହେଲେ ଏ ଭାତ ହାଣ୍ଡିରେ ବିଷ ଭରି ଦେଇଛି ରାଜନୈତିକ ସ୍ଥାଣୁତା ଆଉ ପ୍ରଶାସନିକ ଚଂଚକତା | ପ୍ରଶାସନ ଲୋକଙ୍କୁ ତାର ହକ ଦେବା ପାଇଁ, ରାଜନେତା ଲୋକଙ୍କ ଦାବି ଉଠାଇବା ପାଇଁ ଉଦ୍ଦିଷ୍ଟ ଥିବା ବେଳେ କେଉଁଠି ନ କେଉଁଠି ଏଇ ଦୁଇ ଗୋଷ୍ଠୀ ଚାଷୀ ପ୍ରତି ସେମାନଙ୍କ ଦାୟିତ୍ୱରେ ଅବହେଳା କରି ଚାଲିଛନ୍ତି | ଚାଷୀ ବିଲ ଆଉ ଖଳା ଛାଡି ରାଜରାସ୍ତାରେ, ତା ପରିବାର ଅନଟନରେ ଆଉ କେଉଁଠି କେଉଁଠୁ ଓପାସରେ | ସରକାର ଦାଉ ସାଧିଲା ବେଳକୁ କେତେବେଳେ ପ୍ରକୃତି ଦାଉ ସାଧୁଛି | ସରକାର ଅସହାୟ ଅବା ପ୍ରଶାସନ ଅପାରଗ ! ନହେଲେ ବୀମା କମ୍ପାନୀ ଚାଷୀଙ୍କୁ ଚୂନ ମାରି ଫାଂକି ଚାଲିଛନ୍ତି, ଆଉ ଚାଷୀ ନିଜ ଫସଲ ହାନି ଜନିତ ବୀମା ଗଣ୍ଡାକ ପାଇଁ ଗୋଡ ସଳଖି ଠିଆ ହେବ ବୋଲି ଆଶା କରିଥିବା ବେଳେ ପ୍ରଶାସନର ଭୂମିକା ସେମାନଙ୍କୁ ହତାଶ କରିଛି | ଆଉ ଖାସ କରି ବରଗଡ଼ ଜିଲ୍ଲାରେ ଲଗାତାର ଭାବେ ଚାଷୀ ଆତ୍ମହତ୍ୟା ବା ମୃତ୍ୟୁ (ଯାହା ବି କୁହାଯାଉ ) ବଢି ଚାଲିଛି |  ଚାଷୀ ପ୍ରତି ଏଭଳି ଉଦାସୀନତା ଚାଲିଥିବା ବେଳେ ହତାଶ ଚାଷୀ କରିବା କଣ ତାହାର ଉତ୍ତର ପ୍ରଶାସନ, ରାଜନେତା ଆଉ ସରକାର ଉତ୍ତର ଦେବା ଉଚିତ |  ଅନ୍ନଦାତାଙ୍କୁ ଆତ୍ମହତ୍ୟାର ବାଟ ଦେଖାଇବା ନ ତାକୁ ବଂଚିବାର ରହ ଦେଖାଇବା, ଏବେ ଚିନ୍ତା କରିବାର ବେଳ ଆସିଛି | କାହିଁକି  ଦେଶକୁ ଖାଦ୍ୟ ଯୋଗାଉଥିବା ଅନ୍ନଦାତା ଆଜି ରାଜରାସ୍ତାରେ ?  ନିଜର ହକ ପାଇଁ ନିଜର କାମଧନ୍ଦା ଛାଡି ହକ ପାଇବା ପାଇଁ କାହିଁକି କରୁଛି ଲଢ଼େଇ ? ଚାଷ ଓ ଚାଷୀ ର ଉନ୍ନତି ପାଇଁ ରହିଛି ସହ ସହ ଯୋଜନା କିନ୍ତୁ ଯୋଜନା ଚାଲିଛି କେବଳ ଯୋଜନା ତେବେ କାହା ପାଇଁ ? ସବୁଠି ସମସ୍ୟା ର ସମ୍ମୁଖୀନ ହେଉଛି ନିରୀହ ଚାଷୀ। ଆଜିକାର ସମୟ ରେ ଚାଷ କାମ କରିବା ସତେ ଯେମିତି ମହାପାପ ହେଇଗଲାଣି । କଣ ଚାଷ କରିବା ସେ ଆତ୍ମହତ୍ୟା କରି ତା ପରିବାରକୁ ଭସାଇ ଦେବା ପାଇଁ ଆଉ ସରକାର ଓ ରାଜନେତାଙ୍କୁ କୁମ୍ଭୀର କାନ୍ଦଣାର ଖୋରାକ ଯୋଗାଇ ଦେବା ପାଇଁ !!! ପିଲା ଦିନେ ପଢିଥିଲୁ," ଚାଷ କାମ କାମ ଯାହାର, କେତେ ସୁଖ ତାହାର, ସେହିସିନା ଦୁନିଆକୁ ଯୋଗାଉଛି ଆହାର | ଆସ ଚାଷ କରିବା, କଳ ହଳ ଧରିବା ....... "| ହେଲେ ଏବେ  ବୋଧ ହୁଏ ତା ପରିଭାଷା ବଦଳି ଯାଇଛି !!! "ଚାଷ କାମ କାମ ଯାହାର, କେତେ ଦୁଃଖ  ତାହାର, .... | ଆସ ଚାଷ କରିବା, ବିଷ ଖାଇ ମାରିବା ......" | ସରକାର, ରାଜନେତା ଆଉ ପ୍ରଶାସନ ଗମ୍ଭୀର ଭାବେ ଚିନ୍ତା କରିବାର ବେଳ ଉପନୀତ ହୋଇଛି |  .

 ଆମେ  ବରଗଡ଼ ଜିଲ୍ଲା କଥା ସାମ୍ପଲ ଭ|ବେ ନେବା | ଓଡିଶା ର ଭାତହାଣ୍ଡି ଭାବରେ ପରିଚିତ ବରଗଡ ଜିଲ୍ଲାରେ ଚାଷ ଓ ଚାଷୀର ଅବସ୍ଥା ନକହିବା ଭଲ |  ନିଜ ଦାବି ହାସଲ କରିବା ପାଇଁ ବର୍ଷ ର ଅଧିକାଂଶ ସମୟ ସବୁ କାମଧନ୍ଦା ଛାଡି ଚାଷୀ ବାଧ୍ୟ ହେଉଛି ଆନ୍ଦୋଳନ କରିବାକୁ ପ୍ରତ୍ୟେକ ଦିନ କୋଣସି ନ କିଣାସୀ ଜାଗାରେ ଧାରଣା କିମ୍ବା ପ୍ରଦର୍ଶନ କରୁଛି ଆମର ଅନ୍ନଦାତା । ତଥାପି ଅନ୍ନଦାତା ପାଇଁ ପାରୁନାହିଁ ହକ ।ପ୍ରଶାସନିକ ଉଦାସୀନତା ଓ ଖମଖିଆଳି ମନୋଭାବ ପାଇଁ ବାରମ୍ବାର ଅପମାନିତ ହେଉଛି ଚାଷୀ। ବିଗତ ଏକ ସପ୍ତାହରୁ ବେଶୀ  ହେଇ ଗଲାଣି ଝରବନ୍ଧ ଅଂଚଳରେ ଚାଷୀ ମନେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ରେ ବୀମା ଟଙ୍କା ନପାଇବାରୁ ବିଭିନ୍ନ ବ୍ୟାଙ୍କ  ସେବା ସମବାୟ ସମିତି ରେ ତାଲା ପକାଇ ବିରୋଧ ପ୍ରଦର୍ଶନ କରି ଆସୁଥିଲେ ।ହେଲେ ଏହି ବିରୋଧ ପ୍ରଦର୍ଶନ ରେ କୋଣସି ଫଳ ନ ମିଳିବାରୁ ପ୍ରଥମେ ତହସିଲ ଅଫିସ ଓ ଆଜି ବ୍ଲକ ଅଫିସ କୁ ତାଲା ପକାଇ ନିଜର କ୍ଷୋଭ ଦର୍ଶାଇଛନ୍ତି ଏବଂ ପ୍ରଶାସନକୁ ଖୋଲା ଖୋଲି ଭାବରେ ଚେତାବନୀ ଦେଇଛନ୍ତି ଯେ ଯଦି ଖୁବ ଶୀଘ୍ର ସମ୍ପୁର୍ଣ ବୀମା ରାଶି ପ୍ରଦାନ କରାନଯାଏ ତେବେ ଆଗାମୀ ଦିନରେ ସ୍କୁଲ କଲେଜ ରାସ୍ତାଘାଟ ସବୁ ବନ୍ଦ କରି ଦେବସହିତ ଆନ୍ଦୋଳନ କୁ ଆହୁରି ବ୍ୟାପକ କରାଯିବ ।  ପରିସ୍ଥିତି ର ଗମ୍ଭୀରତାକୁ ହୃଦବୋଧ  କରି ପ୍ରଶାସନ ଯଦି ଚାଷୀ ମାନଂକର ଏହି ସମସ୍ୟାରେ ତୁରନ୍ତ ଓ ସଠିକ ସମାଧାନ ନ କରନ୍ତି ତେବେ ବାସ୍ତବରେ ଅଗାମିଦିନରେ ପରିସ୍ଥିତି ଅତି ଜଟିଳ ହେବାର ସମ୍ଭାବନାକୁ ଏଡାଇ ଦିଆ ଯାଇନପାରେ ।

 

0
0
0
s2sdefault