ହେଡଲାଇନସ୍:

୧୦  ଜଣ ଭୂମିହୀନଙ୍କୁ ଘର ଡିହ ପଟ୍ଟା ବଣ୍ଟନ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର, (ଜୟଶଙ୍କର ଦାଶ ):ଯାଜପୁର ତହସିଲ ଅଧିନସ୍ଥ ୧୦ ଜଣ ଭୂମିହୀନଙ୍କୁ ଘର ଡିହ ପଟ୍ଟା ପ୍ରଦାନ କରାଯାଇଚ୍ଥି ।  ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାପାଳ  ରଂଜନ କୁମାର ଦାସ ଏହି ୧୦ ଜଣ ଭୂମି ହୀନଙ୍କୁ ପଟ୍ଟା ବଣ୍ଟନ କରିବା ସହ ଜମିର ଉପଯୁକ୍ତ ଯତ୍ନ , ସୁରକ୍ଷା ଓ ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ ।  ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ମାଳଆନ୍ଦପୁରର ଗଣେଷ ରାଉତ, କାର୍ତ୍ତିକ ରାଉତ, ଶ୍ରୀକାନ୍ତ ରାଉତ, ଭାଷ୍କର ରାଓ, ଶିବ ରାଓ, ସଂଜୁ ରାଉତ, ସେବତୀ ରାଉତ, ମହେଶ ରାଉତ, ବ୍ରଜରାଜନଗରର ଗୋପାଳ ଚନ୍ଦ୍ର ଘଡାଇ, ସାଧୁ ଚରଣ ବେଜ୍ ପ୍ରମୁଖଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା । 

0
0
0
s2sdefault