ଚମ୍ପୁଆ ନଗରମଣ୍ଡଳର ୫ମ କାର୍ଯ୍ୟକାରିଣୀ ବୈଠକ ଓ ସମର୍ପଣ ଦିବସ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ବିଜେପି ରାଜ୍ୟ ସଭାପତି

ଚମ୍ପୁଆ:ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନଗର ମଣ୍ଡଳର ୫ମ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓ ସମର୍ପଣ ଦିବସ ଅନୁଷ୍ଠିତ ହୋଇଯାଇଛି । ବିଜେପି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନଗରମଣ୍ଡଳ ସଭାପତି ରାଜେଶ ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଯୋଗଦେଇ ସଶକ୍ତ ମଣ୍ଡଳ ଓ ମଜଭୁତ ବୁଥ ଗଠନ କରି ତୃଣମୂଳ ସ୍ତରରେ ସଂଗଠନକୁ ଅଧିକ ମଜଭୁତ କରିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକର୍ତ୍ତାମାନେ ଅଧିକ କ୍ରିୟାଶୀଳ ହୋଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ପ୍ରତ୍ୟେକ ଘରେ ପହଞ୍ଚାଇବାକୁ ଆହ୍ୱାନ ଦେଇଥିଲେ । ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ଼. ମୁରଲୀ ମନୋହର ଶର୍ମା ବିଜେଡ଼ିର ୨୪ ବର୍ଷର ଅନ୍ଧାରୀ ଶାସନ କାଳରେ ଲୋକମାନଙ୍କ ମତାମତକୁ ଅଣଦେଖା କରୁଥିବା ସହ ଅମଲାତନ୍ତ୍ର ଶାସନକୁ କଡ଼ା ନିନ୍ଦା କରିଥିଲେ । ଅର୍ଥ ଓ ବାହୁବଳ ପ୍ରୟୋଗ କରି ଶାସକଦଳର ଭୋଟ ହାତେଇବା ନୀତି ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି କହିଥିଲେ । ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ତଥା ଚମ୍ପୁଆ ନିର୍ବାଚନମଣ୍ଡଳୀ ପ୍ରଭାରୀ ରାଧାକାନ୍ତ ମହାନ୍ତ ସରକାରଙ୍କ ଆବାସ ତାଲିକାରେ ଅନିୟମିତତା, ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକର କାର୍ଯ୍ୟାଦେଶ ନିଜ ଚେଲାଚାମୁଣ୍ଡାକୁ ଦେଇ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଛନ୍ଦି ହେବା, ଆଇନଶୃଙ୍ଖଳା ପରିସ୍ଥିତି ର ଅବନତୀ, ମହିଳାମାନେ ରାଜ୍ୟରେ ନିର୍ଯ୍ୟାତିତ, ଅସୁରକ୍ଷିତ ବୋଲି ବର୍ଷଥିଲେ । ଚମ୍ପୁଆ ବ୍ଲକରେ ୪୦୦ରୁ ଉଦ୍ଧ୍ୱର୍ ଯୋଗ୍ୟ ହିତାଧିକାରୀ ଆବାସ ତାଲିକାରୁ ବାଦ୍ ପଡ଼ିଥିବା ଭତ୍ତା, ରେସନକାର୍ଡ଼ ବଣ୍ଟନରେ ଅନିୟମିତତା ଉପରେ ଗର୍ଜ୍ଜିଥିଲେ । ଏଠାରେ ସରକାରୀ ଅର୍ଥରେ ବ୍ୟାପକ ହରିଲୁଟ ସହ ରାସ୍ତା ଘାଟ, ନାଳନର୍ଦ୍ଦମା, ଡ଼୍ରେନଗୁଡ଼ିକର ମରାମତି ଅଭାବରୁ ଆବର୍ଜନାମୟ ପରିବେଶ ସୃଷ୍ଟି ହୋଇଥିବା ପ୍ରକାଶ କରିଥିଲେ ।
ଏହି ଅବସରେ ପ୍ରଖର ରାଷ୍ଟ୍ରବାଦୀ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୂଣ୍ୟ ତିଥିକୁ ଦଳ ସମର୍ପଣ ଦିବସ ଭାବେ ପାଳନ କରୁଛି । ତେଣୁ ଚମ୍ପୁଆରେ ବିଜେପି କାର୍ଯ୍ୟକର୍ତ୍ତାମାନେ ନିଜର ସମର୍ପଣ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକାରିଣୀ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଲୋକସଭା ପ୍ରଭାରୀ ସଞ୍ଜିବ ମହାନ୍ତି ଲୋକସଭା ସଂଯୋଜକ ଶୁକଦେବ ମହାନ୍ତ, ଜିଲା ସାଧାରଣ ସଂପାଦକ ଅନୁବ୍ରତ ବେହେରା, ଚମ୍ପୁଆ ବିଧାନସଭା ସଂଯୋଜକ ଦେବପ୍ରସାଦ ମିଶ୍ର, ଓବିସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ଚର୍ଚ୍ଚିଲ ମହାକୁଡ଼, ନଗର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଅଭିନୟ ସାହୁ, ସଂପାଦକ ଅବିନାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଚମ୍ପୁଆ ନଗର ମଣ୍ଡଳ ସାଧାରଣ ସଂପାଦକ ସଞ୍ଜୟ ଗିରି ମଞ୍ଚ ପରିଚାଳନା କରିଥିଲା ବେଳେ ସଂପାଦକ ରମେଶ ଗିରି ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault