- ଗୋପପୁରେ ନନ୍ଦଉତ୍ସବ,ପୁତୁନା ନିଧନ
ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ସ୍ଥିତ ବାବା ଅବଧୂତ ସାଂସ୍କୃତିକ ସଂଘ ପକ୍ଷରୁ ପ୍ରଥମ ବିରାଟ ଧନୁଯାତ୍ରା ମହୋତ୍ସବର ଶନିବାର ଥିଲା ପଞ୍ଚମ ସନ୍ଧ୍ୟା । କଂସଙ୍କ ନଗର ପରିକ୍ରମା କରିବା ସହ ରାଜ ଦରବାର ଅନୁଷ୍ଠିତ ହୋଇଥିଲା। କଂସ ମହାରାଜଙ୍କ ଆଦେଶ କ୍ରମେ କମିଟି ସଭାପତି ରାଜେଶ କୁମାର ସେଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ରାଜସଭାର ସାମ୍ବାଦିକ କିଶୋର ହୋତା, ଖଣ୍ଡହତା ସରପଞ୍ଚ ଜୟଶ୍ରୀ ଦେହୁରୀ ,ପିତାମହୁଲ ସରପଞ୍ଚ ଆକସ୍କିତା ବଢ଼ିଆ, କମିରା ସରପଞ୍ଚ ଅନୁସୟା ପଧାନ, ,ଲୁତୁପଙ୍କ ସରପଞ୍ଚ ଅଶୋକ ନନ୍ଦ, ଚମ୍ପାମାଲ ସରପଞ୍ଚ ମହେନ୍ଦ୍ର ଜଗଦଲା , ବାନ୍ଧ ଶିଳ୍ପୀ ପରମେଶ୍ବର ମେହେର,ଭକ୍ତଚରଣ ମେହେର ପ୍ରମୁଖ ଯୋଗଦେଇ ମହାରାଜା କଂସଙ୍କ ପ୍ରଶ୍ନ ଉତ୍ତର ରଖିଥିଲେ। ରାଜକୀୟ ଅତିଥି ମାନଙ୍କ ପାଇଁ ରାଜ ଦରବାରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ସାମ୍ପା ବିଶ୍ଵାଲ ସଭା ପରିଚାଳନା କରିଥିଲେ। ନାଟ୍ୟ ଅଭିନୟକ୍ରମେ ଗୋପପୁରେ ମହା ଆଡ଼ମ୍ବରରେ ନନ୍ଦ ଉତ୍ସବ ଆୟୋଜନ, ନାରଦଙ୍କ ପରାମର୍ଶକ୍ରମେ ପୁତୁନା ପ୍ରେରଣା। ପୁତୁନା ନିଧନରେ କଂସ ଶୋକରେ ମର୍ମାହତ ଆଦି ନାଟ୍ୟ ଅଭିନୟ ହୋଇଥିଲା। ଶାନ୍ତି ଶୃଙ୍ଖଳା ସହ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଦର୍ଶକ ମନଭରି ଉପଭୋଗ କରୁଛନ୍ତି। ଏହି ଅବସରରେ ମୀନା ବଜାର, , ବିଭିନ୍ନ ଘରୋଇକରଣ ସାମଗ୍ରୀ ଦୋକାନ ପସରା, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳିଛି। ସୁରକ୍ଷା ଦୃଷ୍ଟିରୁ ସୁବଳୟା ପୋଲିସ ପକ୍ଷରୁ ଗୋଟିଏ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। କମିଟିର ସମ୍ପାଦକ ସୁଦାମ ମେହେରଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରୁଛନ୍ତି।












