ହେଡଲାଇନସ୍:

ଦେବଗଡ଼ରେ ସ୍ୱାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହରେ କେନ୍ଦ୍ରମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦେବଗଡକୁ ଆଗକୁ ନେବାକୁ ହେଲେ ଶିକ୍ଷା, ସଂସ୍କୃତି ସହ କୃଷି ପରମ୍ପରାକୁ ପ୍ରାଧାନ୍ୟ ଦେବାକୁ ହେବ- ଧର୍ମେନ୍ଦ୍ର ପ୍ରଧାନ

  • • ମୁଁ ଯେବେ ବି ଦେବଗଡକୁ ଆସେ, ମନରେ ବହୁତ ଉତ୍ସାହ ରୁହେ

  • • ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଗଠନରେ ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେବଙ୍କ ଅବଦାନ ଚିର ସ୍ମରଣୀୟ

  • • ସଂସ୍କୃତ ନ ପଢିଲେ ଭାରତୀୟ ଜ୍ଞାନ ପରମ୍ପରାକୁ ବୁଝିବା ଅସମ୍ଭବ

  • • ଶିକ୍ଷାନୁଷ୍ଠାନ ପରିସରରେ ଥିବା ଭଗବାନ ଶିବ ମନ୍ଦିରରେ ଦର୍ଶନ କଲେ

ଭୁବନେଶ୍ୱର/ନୂଆପଡ଼ା- ଶିକ୍ଷା ଜଗତର ଅନ୍ୟତମ ପୁରାତନ ପେଣ୍ଠସ୍ଥଳୀ ଦେବଗଡ ଅଞ୍ଚଳକୁ ଆଗକୁ ନେବାକୁ ହେଲେ ଗୁଣାତ୍ମକ ଶିକ୍ଷା, ସଂସ୍କୃତ ଶିକ୍ଷା ସହ କୃଷି ପରମ୍ପରାକୁ ପ୍ରାଧାନ୍ୟ ଦେବାକୁ ହେବ ବୋଲି ରବିବାର ଦେବଗଡ଼ ଜିଲ୍ଲା ନୂଆପଡା ସ୍ଥିତ ସ୍ୱାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଣୀତ ଜାତୀୟ ଶିକ୍ଷା ନୀତିରେ ସବୁ ଭାରତୀୟ ଭାଷାକୁ ପ୍ରାଧାନ୍ୟ ଦିଆଯାଇଛି । ସର୍ବଭାରତୀୟ ସ୍ତରରେ ସଂସ୍କୃତ ସବୁଠୁ ପ୍ରାଚୀନ ଭାଷା ବୋଲି ପ୍ରମାଣ ମିଳିଛି । ସଂସ୍କୃତ ଭାଷା, ଆମର ବେଦ ଭାଷା ତଥା ପ୍ରାଚୀନ ଭାଷା । ଏ ସମାଜ ସଂସ୍କୃତିକୁ ଆତ୍ମୀୟତାର ସହ ଗ୍ରହଣ କରିଥିଲା । ସଂସ୍କୃତିରେ ଚାଷ, ଖଣିଜ ସମ୍ପଦ, ବ୍ୟାକରଣ ପ୍ରଜାତନ୍ତ୍ରର ସବୁ ଚରିତ୍ର ଉଲ୍ଲେଖ ଅଛି । ସଂସ୍କୃତ ନ ପଢିଲେ ଭାରତୀୟ ଜ୍ଞାନ ପରମ୍ପରାକୁ ବୁଝିବା ଅସମ୍ଭବ ।

ମୁଁ ଯେବେ ବି ଦେବଗଡକୁ ଆସେ, ମନରେ ବହୁତ ଉତ୍ସାହ ରୁହେ । ଶିକ୍ଷା ଜଗତର ଅନ୍ୟତମ ପୁରାତନ ପେଣ୍ଠସ୍ଥଳୀ ହେଉଛି ଦେବଗଡ । ଏଠାରେ ଅନେକ ସ୍କୁଲ ଓ ଶିକ୍ଷାନୁଷ୍ଠାନ ଅଛି । ଦେବଗଡ ଜିଲ୍ଲାରେ କୃଷି ଭିତ୍ତିକ ଅର୍ଥନୀତି ସହ ମଧ୍ୟ ଜଡିତ । ଏହି ଅଞ୍ଚଳକୁ ଆଗକୁ ନେବାକୁ ହେଲେ ଗୁଣାତ୍ମକ ପାଠପଢା ସହ ସଂସ୍କୃତ ଶିକ୍ଷାକୁ ପ୍ରାଧାନ୍ୟ ଦେବାକୁ ହେବ । ଜ୍ଞାନ ସହ ଏଠାକାର କୃଷି ପରମ୍ପରାକୁ ପ୍ରାଥମିକତା ଦେବାକୁ ପଡିବ ।

୧୯୩୬ ମସିହା ଏପ୍ରିଲ ମାସ ପହିଲାରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିଥିଲା । ଏହାକୁ ରୂପ ଦେବାରେ ଦିଗରେ ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେବଙ୍କ ଅବଦାନ ଚିର ସ୍ମରଣୀୟ । ସଂସ୍କୃତ ତଥା ଓଡ଼ିଆ ସାହିତ୍ୟରେ ତାଙ୍କର ପ୍ରତ୍ୟକ୍ଷ ଦିଗଦର୍ଶନ କାରଣରୁ ଓଡ଼ିଶାର ମର୍ଯ୍ୟାଦା ବୃଦ୍ଧି ପାଇଥିଲା । ତାଙ୍କର ପରମ୍ପରାକୁ ଆଗକୁ ନେବା ଆମ ସମସ୍ତଙ୍କର ଦାୟିତ୍ୱ ।

ଗ୍ରାମବାସୀଙ୍କ ସଦିଚ୍ଛା କାରଣରୁ ସାମାଜିକ ମନୋରମ ପରିବେଶରେ ପ୍ରତିଷ୍ଠିତ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟଟି ଉଚ୍ଚକୋଟୀର ଅନୁଷ୍ଠାନ ଭାବେ ପରିଣତ ହୋଇପାରିଛି । ଏକ ଉପାନ୍ତ ଅଞ୍ଚଳରେ ପୂଜ୍ୟ ସ୍ୱାମୀ ଶିବାନନ୍ଦଙ୍କ ଆଦର୍ଶରେ ଏହି ଶିକ୍ଷାନୁଷ୍ଠାନ ସ୍ୱରୂପ ମଲ୍ଲି ପ୍ରସ୍ଫୁଟିତ ହୋଇ ୨୫ ବର୍ଷ ପୂରଣ କରିବା ସ୍ଥାନୀୟ ଅଞ୍ଚଳ ପାଇଁ ଗୌରବର ବିଷୟ ।

ଏହି ଅବସରରେ ଶ୍ରୀ ପ୍ରଧାନ ଶିକ୍ଷାନୁଷ୍ଠାନ ପରିସରରେ ଥିବା ଭଗବାନ ଶିବ ମନ୍ଦିରରେ ଦର୍ଶନ କରିଥିଲେ ।

0
0
0
s2sdefault