ଭୁବନେଶ୍ୱର : ବରିଷ୍ଠ ନିଜେପି ନେତା ତଥା ସମ୍ପ୍ରତି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଛତିଶଗଡ଼ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି | ଆନ୍ଧ୍ରାପଦେଶର ରାଜ୍ୟପାଳ ବିଜନେ ଜଷ୍ଟିସ ଅବଦୁଲ ନଜରଙ୍କୁ ନିଯୁକ୍ତି ମିଳିଛି | ରମେଶ ବୈଶ୍ୟଙ୍କୁ ମହାରାଷ୍ଟ୍ର ରାଜ୍ୟପାଳ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ଗୁଲାବ ଚାନ୍ଦ କଟାରିୟାଙ୍କୁ ଆସାମ , କେଟି ପାରନାଏକଙ୍କୁ ଅରୁଣାଚଳ ପ୍ରଦେଶ, ବ୍ରିଗେଡିଆର ଡି ଏସ ମିଶ୍ରଙ୍କୁ ଲାଦଖ, ଲକ୍ଷ୍ମଣ ଆଚାର୍ଯ୍ୟଙ୍କ ସିକିମ, ଏସ ପି ଶୁକ୍ଳାଙ୍କୁ ହିମାଚଳ, ସିପି ରାଧାକୃଷ୍ଣନଙ୍କୁ ଝାରଖଣ୍ଡ, ଅନୁଶୁୟା ଉଇକେଙ୍କୁ ମଣିପୁର, ଲା ଗାନେସନଙ୍କୁ ନାଗାଲାଣ୍ଡ, ଫଗୁ ଚୌହାନଙ୍କୁ ମେଘାଳୟ ଓ ରାଜେନ୍ଦ୍ର ବି ଆଋଏକରଙ୍କୁ ବିହାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି | ରାଷ୍ଟ୍ରପତି ଭବନ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି |
ରାଜ୍ୟ
ବିଶ୍ୱଭୂଷଣ ହରିଚନ୍ଦନ ଛତିଶଗଡ଼ ରାଜ୍ୟପାଳ ନିଯୁକ୍ତ
- Hits: 423











