ମହେନ୍ଦ୍ରଗିରି ମହାଶିବରାତ୍ରୀ ପାଇଁ ପ୍ରସ୍ତୁତ ବୈଠକ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପ୍ରସିଦ୍ଧ ମହେନ୍ଦ୍ରଗିରି ପର୍ବତ ଶିଖରରେ ଥିବା ମାତା କୁନ୍ତୀ , ଯୁଧିଷ୍ଠିର ଓ ଭୀମ ମନ୍ଦିରରେ ଚଳିତ ବର୍ଷ ମହାଶିବ ରାତ୍ରୀ ଧୁମ୍ ଧାମରେ ପାଳନ କରାଯିବ।
ଏଥି ନିମନ୍ତେ ଗୁରୁବାର ଦିନ ସନ୍ଧ୍ୟାରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୧୬ ତାରିଖ ରୁ ୧୮ ତାରିଖ ପର୍ଯ୍ୟନ୍ତ ଶିବରାତ୍ରୀ ଅନୁଷ୍ଠିତ ହେବ ଏଥିପାଇଁ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରଯାଇଥିଲା। ମହେନ୍ଦ୍ରଗିରି ମହାଶିବରାତ୍ରି ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁମାନେ ପ୍ରବଳ ଜନସମାଗମ ହେବାର ରହିଅଛି । ଭକ୍ତମାନେ ଯିବା ଆସିବା ରାସ୍ତାର ବିଭିନ୍ନ ସ୍ଥାନରେ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯିବ। ରାସ୍ତାର ମରାମତି ପାଇଁ ପୂର୍ତ୍ତୀ ବିଭାଗ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି। ୧୦ ଟଙ୍କାର ସୁଲଭ ଦରରେ ପ୍ରସାଦ ବିକ୍ରୟ ପାଇଁ ବ୍ୟବସ୍ଥା କରାଯାଇଛି। ମହେନ୍ଦ୍ରଗିରି ଶିଖର ମଧ୍ୟରେ ବିଭିନ୍ନ ସ୍ଥାନରେ ପାନୀୟ ଜଳ ଯୋଗାଇଦିଆଯିବ। ପର୍ବତ ଶିଖରରେ ଯାନବାହାନ ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ , ଦୁଇ ଚକିଆ ପାଇଁ ୫୦ , ତିନି ଚକିଆ ଯାନ ପାଇଁ ୧୦୦ ଟଙ୍କା ଓ ଚାରି ଚକିଆ ଯାନ ପାଇଁ ୩୦୦ଟଙ୍କା ଧାର୍ଯ୍ୟ କରାଯାଇଛି।
ସେହିପରି କୁନ୍ତୀ ମନ୍ଦିର , ଯୁଧିଷ୍ଟିର ମନ୍ଦିର , ଭୀମ ମନ୍ଦିର ଦର୍ଶନ ପାଇଁ ପ୍ରତି ମନ୍ଦିର ପିଛା ୨୦ ଟଙ୍କା ରଖାଯାଇଛି। ମହେନ୍ଦ୍ରଗିରି ମହାଶିବ ରାତ୍ରୀ ୧୬ ତାରିଖ ଠାରୁ ତା ୧୮ତାରିଖ ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ କରିବେ। ଏହାପରେ ୧୭ ତାରିଖ ରାତିରେ ମହାଦୀପ ଉଠିବ ବୋଲି ଆଲୋଚନା କରାଯାଇଛି। ପ୍ରବଳ ଜନସମାଗମ ଦୃଷ୍ଟିକୁ ରଖି ପୋଲିସ୍ ଫୋର୍ସ ସୁରକ୍ଷା ପାଇଁ ନିୟୋଜିତ ରହିବେ। ବିଦ୍ୟୁତ୍ ବିଭାଗୀୟ ଅଧିକାରୀମାନେ ୨୪ ଘଣ୍ଟା ବିଦ୍ୟୁତ୍ ଚାଲୁରଖିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ସେଠାରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉପସ୍ଥିତ ରହିବେ। ସେହିପରି ଚିକିତ୍ସା ପାଇଁ ମେଡିକାଲ୍ ଟିମ୍ ନିୟୋଜିତ ରହିବା ସହିତ ଔଷଧ ସାମଗ୍ରୀ ରଖି ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ବୈଠକରେ ଗଜପତି ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ୍ କୁମାର , ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଓ ଶ୍ରୀ ପ୍ରଦୀପ କୁମାର ନାୟକ, ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ , ପିଏ. ଆଇଟିଡିଏ ଶ୍ରୀ ଫାଲଗୁନି ମାଝୀ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର , ଉପଖଣ୍ଡ ପୋଲିସ୍ ଅଧିକାରୀ ଶ୍ରୀ ରାମକୃଷ୍ଣ ପତି , ତହସିଲଦାର ପାରଳାଖେମୁଣ୍ଡି ଶ୍ରୀ ନାରାୟଣ ବେହେରା , ତହସିଲଦାର ରାୟଗଡ଼ ଶ୍ରୀମତୀ ନିଲାବତି ଆଚାର୍ଯ୍ୟ , ରାୟଗଡ଼ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ରାଜ ରଞ୍ଜିତ ବଲ , ରାୟଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ପୂର୍ଣ୍ଣବାସୀ ନାୟକଙ୍କ ସମେତ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ଗଣ ଉପସ୍ଥି

0
0
0
s2sdefault