ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ କ୍ଷୁଦ୍ରଜଳସେଚନ ବିଭାଜନ ପକ୍ଷରୁ ସ୍ଥାନୀୟ କ୍ଷୁଦ୍ରଜଳସେଚନ ବିଭାଜନ ପ୍ରାଙ୍ଗଣ ପରିସରରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଛି।
ଫେବୃଆରୀ ୧ ରୁ ୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଲକର ସ୍ତରୀୟରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯିବ।
ଗଜପତି ଜିଲ୍ଲାସ୍ତରୀୟ କ୍ଷୁଦ୍ରଜଳସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ଇ.ଜଗନ୍ନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ରୋମଞ୍ଚଳ ଖମାରୀ , ଜିଲ୍ଲାପରିଷଦ ସଭାପତି ଶ୍ରୀଯୁକ୍ତ ଜି.ତିରୁପତି ରାଓ ଅତିଥି ଭାବରେ ଯୋଗଦେଇ ଥିଲେ।
ଜିଲ୍ଲାରେ ଜଳ ପରିଚାଳନା କ୍ଷେତ୍ରରେ ପାଣି ପଞ୍ଚାୟତ ଗୁଡିକର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସହଭାଗୀ ଜଳସେଚନ ମାଧ୍ୟମରେ ତୃଣମୂଳସ୍ତରରେ ଜଳର ଉପଲବ୍ଧତାରେ ଗୁଣାତ୍ମକ ମାନ ବୃଦ୍ଧି ଆଦି ପରିପ୍ରେକ୍ଷୀରେ ଏହି ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି।
ଚଳିତ ବର୍ଷ ପାଣି ପଞ୍ଚାୟତ ପକ୍ଷ ଫେବୃଆରୀ ୧ ତାରିଖରେ ଉପଖଣ୍ଡ କାର୍ଯ୍ୟାଳୟ , ଫେବୃଆରୀ ୮ ରେ ଜିଲ୍ଲା ସ୍ତରୀୟ ଏବଂ ଫେବୃଆରୀ ୧୫ରେ ରାଜ୍ୟସ୍ତରରେ ଏହିପରି ୩ଟି ସ୍ତରରେ ପାଳନ କରାଯିବ । ସେହିପରି ଆମ ଜିଲ୍ଲାରେ ମଧ୍ୟ ୨ ତାରିଖ ଦିନ ଗୋଷାଣୀ , ୩ ତାରିଖ ଦିନ କାଶୀନଗର , ୪ ତାରିଖ ଦିନ ଗୁମ୍ମା , ୫ ତାରିଖ ଦିନ ରାୟଗଡ଼ ଓ ନୂଆଗଡ , ୬ତାରିଖ ଦିନ ଅର୍.ଉଦୟଗିରି ଓ ୭ ତାରିଖ ଦିନ ମୋହନା ବ୍ଲକରେ ପରିଭ୍ରମଣ କରିବ।
ଏହି ରଥ ପାଣି ପଞ୍ଚାୟତର ଭୂମିକା ସମ୍ପର୍କରେ ବାର୍ତ୍ତା ନେଇ ସଚେତନତା ରଥ ପରିକ୍ରମା କରିବ। ଜଳ ଭିତ୍ତିଭୂମି ନିର୍ମାଣ , ଅଧିକରୁ ଅଧିକ କୃଷିକ୍ଷେତ୍ରକୁ ଜଳ ସେଚନ ବ୍ୟବସ୍ଥା ସହିତ ପାଣି ପଞ୍ଚାୟତକୁ ଆହୁରି ସୁଦୃଢ କରିବା ସହ ଜଳର ସଂରକ୍ଷଣ , ପୁନଃ ବ୍ୟବହାର , ଫସଲ ବିବିଧକରଣ ତଥା ଫସଲ ଘନତ୍ବ ବୃଦ୍ଧି ସହିତ ଜଳର ସୁପରିଚାଳନା ପାଇଁ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ଜଳ ପରିଚାଳନାରେ ସମାନତା ତଥା ସମୁଚିତ ଉପାୟ ଅବଲମ୍ବନ ,ପାଣି ପଞ୍ଚାୟତରେ ମହିଳା ମାନଙ୍କ ଅଂଶ ଗ୍ରହଣ ତଥା ନେତୃତ୍ବକୁ ଅଧିକ ଗୁରୁତ୍ବ ପ୍ରଦାନ ସହିତ ଜଳ ବ୍ୟବହାରକାରୀଙ୍କ ମଧ୍ୟରେ ବିଭିନ୍ନ ଜଳ ଆବଣ୍ଟନ ଜନିତ ବିବାଦର ଆପୋଷ ସମାଧାନ ହେଉଛି ଏହାର ମୂଳ ଲକ୍ଷ୍ୟ ବୋଲି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କ ବାର୍ତ୍ତା ମାଧ୍ୟମରେ ଜଣାଇଛନ୍ତି।
ଜିଲ୍ଲାର ସମସ୍ତ ବ୍ଲସ୍ତରୀୟରେ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ବିଭିନ୍ନ ସ୍ତରରେ ପ୍ରଦର୍ଶନୀ ଓ ପାଣି ପଞ୍ଚାୟତ ସମାବେଶମାନ ଆୟୋଜନ କରାଯିବ। ଏହା ସହିତ ସୂଚନା , ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମ , ପ୍ରଦର୍ଶନୀ ମାଧ୍ୟମରେ ଜଳର ଉପଯୁକ୍ତ ବିନିଯୋଗ ନେଇ ସାମାଜିକ-ବ୍ୟବହାରିକ ପରିବର୍ତ୍ତନର ଆବଶ୍ୟକତା ସଂପର୍କରେ ସଚେତନତା ଓ ପାଣି ପଞ୍ଚାୟତ ରଥ ପରିକ୍ରମା କରିବ।
ଏହି ପରିପ୍ରେକ୍ଷୀରେ ବ୍ୟାନର ପ୍ରସ୍ତୁତି, ପାଣି ପଞ୍ଚାୟତ ପକ୍ଷ ପାଳନ ଲୋଗୋ , ସ୍ଲୋଗାନ ,ସଙ୍ଗୀତ , ଶପଥ ପାଠ ଆଦି କାର୍ଯ୍ୟକ୍ରମ କାରାଯାଇଛି ।
ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା , ପ୍ରବନ୍ଧ ଲିଖନ , ଚିତ୍ର ଓ କୁଇଜ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଛି।
ଏହି ଜିଲ୍ଲା ସ୍ତରୀୟ ଉତ୍ସବରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ କୈଳାଶ ଚନ୍ଦ୍ର ବେହେରା , ପ୍ରକଳ୍ପ ନିର୍ଦ୍ଦେଶକ
ଜଳ ଛାୟା ବିଭାଗୀୟ ଅଧିକାରୀ ଯନ୍ତ୍ରୀ ସୁରେଶ କୁମାର ପଟ୍ଟନାୟକ , ଉପ ନିର୍ଦ୍ଦେଶକ ଉଦ୍ୟାନ କୃଷି ବିଭାଗୀୟ ଅଧିକାରୀ ସୁଶାନ୍ତ ରଂଜନ ଦାସ ,ଇ. ରାମଚନ୍ଦ୍ର ବେହେରା, ନିର୍ବାହୀ ଯନ୍ତ୍ରୀ ପାରଳାଖେମୁଣ୍ଡି ଖଣ୍ଡ, ଇ.ନିରଞ୍ଜନ ଭୂଆଁ , ସହକାରୀ ଯନ୍ତ୍ରୀ ବିଦ୍ୟୁତ୍ ଅଧିକାରୀ ପାରଳାଖେମୁଣ୍ଡି , ବିଘ୍ନେସ୍ ସିଂ, ସହକାରୀ ନିର୍ବାହୀ ଯନ୍ତ୍ରୀ ପାରଳାଖେମୁଣ୍ଡି ସମେତ ପାଣି ପଞ୍ଚାୟତ କର୍ମକର୍ତ୍ତା ଓ ଚାଷୀଭାଇ ମାନେ ଉପସ୍ଥିତ ଥିଲେ।
ରାଜ୍ୟ
ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ
- Hits: 264