କାମାକ୍ଷାନଗର/ରିତେଶ ବ୍ରହ୍ମା- ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ତଳବେରଣା ଗାଁର ପ୍ରଣବ କୁମାର ପଣ୍ଡା ହେବେ ଭୂ ବିଜ୍ଞାନୀ । ବାପା ତଥା ବାରିହାପୁର କଲେଜର ଅଧ୍ୟକ୍ଷ ନରେନ୍ଦ୍ର କୁମାର ପଣ୍ଡା ଓ ମାଆ ଗୋପଲକ୍ଷ୍ମୀ ପଣ୍ଡାଙ୍କ ପୁଅ ହେଉଛନ୍ତି ପ୍ରଣବ । ପିଲାଟି ଦିନରୁ ଦେଶ ମାତୃକାର ସେବା କରିବା ପାଇଁ ଅଭିଳାଷ ରଖିଥିବା ପ୍ରଣବ ଚଳିତ ବର୍ଷ ୟୁପିଏସସି (UPSC) ଭୂ ବିଜ୍ଞାନ ପରୀକ୍ଷାରେ ୭୫ତମ ସ୍ଥାନ ଅଧିକାର କରି କୃତିତ୍ୱ ଅର୍ଜ୍ଜନ କରିଛନ୍ତି । ପ୍ରଣବ ସମ୍ବଲପୁର ବିଶ୍ୱ ବିଦ୍ୟାଳୟରୁ ପୋଷ୍ଟ ଗ୍ରାଜୁଏସନରେ ଉତ୍ତୀର୍ଣ୍ଣ ହେବା ପରେ ୟୁପିଏସସି ପାଇଁ ପ୍ରସ୍ତୁତ ହୋଇଥିଲେ । ଗତ ବର୍ଷ ଫେବୃୟାରୀ ମାସରେ ପିଲିମିନାରୀ ପରୀକ୍ଷାରେ କ୍ୱାଲିଫାଇ କରିବା ପରେ ଜୁନ ମାସରେ ମେନ ପରୀକ୍ଷା ଏବଂ ଚଳିତ ବର୍ଷ ଜାନୁଆରୀ ମାସରେ ବ୍ୟକ୍ତିତ୍ୱ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କର ଏହି ସଫଳତାର ଶ୍ରେୟ ତାଙ୍କର ପିତାମାତାଙ୍କୁ ଦେଇଛନ୍ତି । ବାପା ମାଆଙ୍କ ସହଯୋଗ ଯୋଗୁଁ ଆଜି ସେ ସଫଳତାର ଶିଖରରେ ପହଞ୍ଚିଛନ୍ତି ।
ରାଜ୍ୟ
ଭୂ ବିଜ୍ଞାନୀ ହେବେ ପ୍ରଣବ
- Hits: 268