ଭୁବନେଶ୍ୱର ଉଠା ଜଳସେଚନ ବିଭାଜନରେ ପାଣି ପଞ୍ଚାୟତ ପକ୍ଷ ପାଳନ ସମାରୋହ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କୃଷକମାନଙ୍କୁ ଜଳର ସୁପରିଚାଳନା ସହ ଆଧୁନିକ ପ୍ରଣାଳୀରେ କୃଷିକାର୍ଯ୍ୟ କରିବାକୁ ପରାମର୍ଶ

ଭୁବନେଶ୍ୱର:ଭୁବନେଶ୍ୱର ଉଠା ଜଳସେଚନ ବିଭାଜନରେ ପାଣି ପଞ୍ଚାୟତ ପକ୍ଷ ପାଳନ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟ ଯୋଗଦେଇ ଜଳର ସୁପରିଚାଳନା ଏବଂ ରକ୍ଷଣାବେକ୍ଷଣ ସହିତ ସରକାରଙ୍କ ଲୋକାଭିମୁଖୀ ଯୋଜନା କୃଷକମାନଙ୍କ ନିକଟରେ ପହଁଚାଇବାକୁ ଉପସ୍ଥିତ ଡିଭିଜନର ଯନ୍ତ୍ରୀମାନଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ଉପସ୍ଥିତ ସମସ୍ତଙ୍କୁଜଳର ସୁବ୍ୟବହାର ସମ୍ପର୍କିରେ ଶପଥପାଠ କରାଯାଇଥିଲା ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଓଡିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଯୋଗଦେଇ କୃଷି ଓ କୃଷକମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ପରାମର୍ଶ ଦେବା ସହିତ କୃଷକମାନଙ୍କୁ ଆଧୁନିକ ପ୍ରଣାଳୀରେ କୃଷି କରିବା ଓ କେବଳ ଧାନ ଚାଷ ଉପରେ ନିର୍ଭର ନକରି ଡାଲି, ପନିପରିବା ଓ ତୈଳବୀଜ ଆଦି ଅର୍ଥକରୀ ଫସଲ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଶ୍ରୀ ପତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଜଳର ସୁବିନିଯୋଗ କରିବା ଏବଂ କୃଷି କ୍ଷେତ୍ରରେ ଶେଷ ମୁଣ୍ଡକୁ ଜଳ ପହଁଚାଇବାରେ ପାଣି ପଂଚାୟତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟରେ ପାଣି ପଂଚାୟତଗୁଡିକୁ ସଶକ୍ତ କରିବା ଏବଂ ଜମି ପାଇଁ ଜଳସେଚନ ସୁବିଧା କରି ଅଧିକ କୃଷି ଉତ୍ପାଦନ ସହ କୃଷକମାନଙ୍କର ଆର୍ଥିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେଉଛନ୍ତି । ଏ ଦିଗରେ ଶ୍ରୀ ପତ୍ରୀ ପାଣି ପଂଚାୟତ ସହ ସଂପୃକ୍ତ ସମସ୍ତ କ୍ଷେତ୍ର ସ୍ତରୀୟ ଅଧିକାରୀ, କର୍ମଚାରୀ ଓ କୃଷକମାନଙ୍କର ସମ୍ମିଳିତ ପ୍ରୟାସ କାମନା କରିଥିଲେ । ଏହି ଅବସରରେ ଅଧ୍ୟକ୍ଷ ଉପସ୍ଥିତ କୃଷକ ଏବଂ ପାଣି ପଂଚାୟତ ସଦସ୍ୟ ସଦସ୍ୟାମାନଙ୍କୁ ସେମାନଙ୍କର ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ । ଓଡିଶା ଉଠା ଜଳସେଚନ ନିଗମ ଏବଂ ପାଣି ପଂଚାୟତ ସହାୟତାରେ କୃଷି କାର୍ଯ୍ୟକରି କୃଷକମାନେ ବେଶ୍ ଉପକୃତ ହେଉଥିବା ପ୍ରକାଶ କରିଥିଲେ ।

ସଭାକାର୍ଯ୍ୟକୁ ନିର୍ବାହୀ ଯନ୍ତ୍ରୀ, ଉଠା ଜଳସେଚନ ବିଭାଜନ ,ଭୁବନେଶ୍ୱର ଶ୍ରୀ ସୁଜିତ୍ କୁମାର ମହାନ୍ତି ପରିଚାଳନା କରିବା ସହ କୃଷକମାନଙ୍କୁ ଆଧୁନିକ କୃଷି ଉପକରଣ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ସହକାରୀ ନିର୍ଦ୍ଦେଶକ, ମୃତ୍ତିକା ସଂରକ୍ଷଣ,,ଖୋର୍ଦ୍ଧାତଥା ରସାୟନ ବିଜ୍ଞାନୀ ଶ୍ରୀ ରବୀନ୍ଦ୍ର ନାଥ ପଣ୍ଡା ଯୋଗଦେଇ ମୃତ୍ତିକା ସଂରକ୍ଷଣ ଉପରେ ଆଲୋକ ପାତ କରିଥିଲେ ।

ସହକାରୀ ନିର୍ଦ୍ଦେଶକ, ଉଦ୍ୟାନକୃଷି,ଖୋର୍ଦ୍ଧା ଶ୍ରୀମତୀ ସ୍ମିତା ମହାନ୍ତି ଫଳ ଚାଷ ଓ ଫୁଲ ଚାଷ କରିବା ଉପରେ ଗୁରୁତ୍ୱ ଦେଇ ମହିଳାମା ସଶକ୍ତିକରଣ ଉପରେ ଆଲୋକପାତ କରିଥିଲେ ।ଶେଷରେ ଓଏଲଆଇସି ଅଧ୍ୟକ୍ଷ ଶ୍ରୀ ପତ୍ରୀ ପାଣି ପଞ୍ଜାୟତ ପକ୍ଷ ପାଳନ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଶ୍ରୀ ରଂଜନ କୁମାର ମାଝି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault