ରାସ୍ତା ନାହିଁ ତ ଭୋଟ ନାହିଁ : ରାସ୍ତା ଏବଂ ସ୍ଥାୟୀ ପୋଲ ପାଇଁ ଦାବି କଲେ ଗ୍ରାମବାସୀ |

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଙ୍କଡ଼ାହାଡ଼/ରିତେଶ ବ୍ରହ୍ମା :- ଗାଁ କୁ କାମ, ମା କୁ ସଂମ୍ମାନ ର କଥା କହି ଡିଣ୍ଡିମ ପିଟୁଛନ୍ତି ରାଜ୍ୟସରକାର | କିନ୍ତୁ ବାସ୍ତବ ସ୍ଥିତି କିଛି ଭିନ୍ନ | ରାସ୍ତା ପାଇଁ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଝାଞ୍ଜିରୀବେରେଣା ଗ୍ରାମବାସୀ | ଏ ହେଉଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ କେରଜୁଳି ପଂଚାୟତ ର ଆଦିବାସୀ ସାହି ଝାଞ୍ଜିରୀ ବେରେଣା ଗାଁ |ଏହି ଗାଁ ରେ ୫୦ ରୁ ଉର୍ଦ୍ଧ ପରିବାର ବସବାସ କରୁଥିବା ବେଳେ, ଏମାନେ ଡୋଲିଆ ସାପ୍ତାହିକ ହାଟ ରୁ ନିତ୍ୟ ବ୍ୟବହାର ଜିନିଷ ପାଇଁ ନିର୍ଭର କରନ୍ତି |ସେହିପରି ସହାରକୁ କୌଣସି କାର୍ଯ୍ୟ ପାଇଁ ଯିବାକୁ ହେଲେ, ସେମାନଙ୍କୁ ଡୋଲିଆ ଛକ କୁ ଗଲେ ଯାଇ ବସ ଯୋଗେ ସହର କୁ ଯାଇଥାନ୍ତି |ତେବେ ଏହି ଡୋଲିଆ ଛକ ଗାଁ ଠାରୁ ୪କିମି ଦୂର ହୋଇଥିବା ବେଳେ, ଆଜି ପର୍ଯ୍ୟନ୍ତ ମାଟି ରାସ୍ତା ଟିଏ ମଧ୍ୟ୍ ନିର୍ମାଣ ହୋଇପାରିଲା ନାହିଁ, ଏହା ସହ ଯିବା ରାସ୍ତା ରେ ପଡେ ଡୋଲିଆ ନାଳ |ଏହି ନାଳ ପାର ହୋଇ ଲୋକମାନେ ଖରା ଦିନେ ବହୁ କଷ୍ଟ ରେ ଯାଉଥିବା ବେଳେ, ବର୍ଷା ଦିନେ ବିପଦ ସଂକୁଳ ଭାବେ ଯାତାୟାତ କରିଥାନ୍ତି |ତେବେ ଏ ନେଇ ସ୍ଥାନୀୟ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପ୍ରଶାସ ଓ ସ୍ଥାନୀୟ ବିଧାୟକ ଓ ସାଂସଦ ଙ୍କୁ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ୍ କେହି କର୍ଣ୍ଣପାତ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି | ତେବେ ଏହି ଗାଁ କୁ କେରଜୁଳି ପଂଚାୟତ ଠାରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ରାସ୍ତା ସଂଯୋଗ ହୋଇଥିବା ବେଳେ, ଏହା ବ୍ଲକ କାର୍ଯ୍ୟଳୟ ଓ ସହର କୁ ଯାତାୟାତ ପାଇଁ ଦୂରତା କାରଣ ରୁ ବହୁ ଅସୁବିଧା ହେବାକୁ ପଡୁଛି |ତେଣୁ ସେମାନେ ୪ କିମି ଦୂର ଖାଲ ଖମା ଭରା ପାଦଚଲା ମାଟି ରାସ୍ତା ଦେଇ ବିପଦ ସଂକୁଳ ଭାବେ ଡୋଲିଆ ନାଳ ପାର ହୋଇ ଡୋଲିଆ ଛକକୁ ଯାଇଥାନ୍ତି |ସେଠାରୁ ସେମାନେ ବସ ଯୋଗେ ବିଭିନ୍ନ ଜାଗାକୁ ଯାତାୟାତ କରଥାନ୍ତି ବୋଲି କହିଛନ୍ତି |ତେବେ ଆଜି ପର୍ଯ୍ୟନ୍ତ ଏ ନେଇ ପ୍ରଶାସନ ର ଦୃଷ୍ଟି ନ ପଡିବା ନେଇ, ସେମାନେ ଅସନ୍ତୋଷ ପ୍ରକାଶ କରି ଆଗାମୀ ସାଧାରଣ ନିର୍ବାଚନ ରେ ଭୋଟ ବର୍ଜନ ର ନିଷ୍ପତି ନେଇଥିବା ପ୍ରକାଶ କରିଛନ୍ତି |
ତେବେ ବାରମ୍ବାର ପ୍ରତିଶୃତି ପରେ ପ୍ରତିଶୃତି ଦେଇ, ଲୋକଙ୍କୁ ରାସ୍ତା ଟିଏ ପାଇଁ ପ୍ରତାରଣା କରୁଥିବା ପ୍ରଶାସନ ଓ ଲୋକପ୍ରତିନିଧି କେବେ ଏଥିପ୍ରତି ଦୃଷ୍ଟି ଦେଉଛନ୍ତି ନା ସେମାନଂକୁ ଭୋଟ ବର୍ଜନ ପାଇଁ ବାଧ୍ୟ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା |

0
0
0
s2sdefault