ହେଡଲାଇନସ୍:

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ରହିଛି ସାଙ୍ଘାତିକ ଷଡ଼ଯନ୍ତ୍ର - କଂଗ୍ରେସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୃହବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏଥିପାଇଁ ଉତରଦାୟୀ

ହାଇକୋର୍ଟର କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ଏସ୍‌.ଆଇ.ଟି. ତଦନ୍ତ ଦାବି କଲା କଂଗ୍ରେସ

ଭୁବନେଶ୍ୱର : ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ଜଣେ ପୁଲିସ କର୍ମଚାରୀଙ୍କ ଗୁଳି ଚୋଟରେ ମୃତ୍ୟୁ ହେବା ଘଟଣା ଏକ ଅତି ଉଦ୍‌ବେଗ ଜନକ ତଥା ସମ୍ବେଦନଶୀଳ ଘଟଣା । ତାଙ୍କ ମୃତ୍ୟୁରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଶୋକ ପ୍ରକାଶ କରାଯିବା ସହିତ ଏହି ଘଟଣାକୁ ନେଇ ଦଳ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି । ଆଜି ପି.ସି.ସି. ପକ୍ଷରୁ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନ୍‌ଗୋ ଓ ପିସିସି ମୁଖପାତ୍ର ଶ୍ରୀ ସୁଦର୍ଶନ ଦାସ ଏହି ହତ୍ୟାକାଣ୍ଡ ପଛରେ ସାଘାଂତିକ ଷଡ଼ଯନ୍ତ୍ର ଲୁଚି ରହିଛି ବୋଲି କହିବା ସହିତ ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛନ୍ତି । ସେମାନେ କହିଛନ୍ତି ନିଜର କ୍ୟାବିନେଟ୍ ସହଯୋଗୀ ନିଜ ବିଭାଗର ପୋଲିସ କର୍ମଚାରୀଙ୍କ ଦ୍ୱାରା ହତ୍ୟା ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ଉତରଦାୟୀ ଏବଂ ନୈତିକତା ଦୃଷ୍ଟିରୁ ସେ ପଦତ୍ୟାଗ କରିବା ଉଚିତ୍ । ନିଜ ମନ୍ତ୍ରୀ ମଣ୍ଡଳର ସଦସ୍ୟଙ୍କ ଜୀବନ ରକ୍ଷା କରିବାରେ ବିଫଳ ସରକାର ସାଧାରଣ ଜନତାଙ୍କ ସୁରକ୍ଷା କଣ ଦେବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।
ଶ୍ରୀ ପଂଚାନନ କାନୁନ୍‌ଗୋ ଏହି ସାମ୍ବାଦିକ ସମ୍ମିଳନୀରେ ୭ ଟି ପ୍ରଶ୍ନ ସରକାରଙ୍କୁ ପଚାରିଛନ୍ତି ଏବଂ ଆସନ୍ତା ୭ ଦିନ ଭିତରେ ଏହାର ଉତର ସରକାର ଙ୍କ ପକ୍ଷରୁ ଦାବୀ କରିଛନ୍ତି । ନବ ଦାସଙ୍କ ହତ୍ୟା କରିଥିବା ପୋଲିସ ଏ.ଏସ୍‌.ଆଇ ଗୋପାଳ ଦାସ କେବେ ଠୁ ମାନସିକ ରୋଗୀ ବୋଲି ଚିହ୍ନ ହେଲେ? କେବେ ଠୁ ସେ ଚିକିତ୍ସା ହେଲେ? କଣ କଣ ଔଷଧ ସେ ଖାଉଥିଲେ? ସେ ଯଦି ମାନସିକ ରୋଗଗ୍ରସ୍ତ ତାଙ୍କୁ କିଏ ଏ ଏସ୍‌. ଆଇ ଭାବରେ ନିଯୁକ୍ତି ଦେଇଥିଲା? ହତ୍ୟା ଘଟଣା ଘଟାଇବା ପୂର୍ବରୁ ତାଙ୍କୁ ବନ୍ଧୁକ କାହିଁକି ଓ କିଏ ଦେଇଥିଲା? ଏହି ଘଟଣାରେ ଗୁଇନ୍ଦା ବିଭାଗର ବିଫଳତା ଦାୟୀ ନୁହନ୍ତି କି? ଏତେ ପର୍ଯ୍ୟନ୍ତ କାହିଁକି କୌଣସି ଦୋଷୀ ଅଫିସର ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ? ଏହି ସବୁ ପ୍ରଶ୍ନ ଗୁଡ଼ିକର ଉତର ସରକାରଙ୍କ ଠାରୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।
ଘଟଣାର କ୍ରାଇମ୍ ବ୍ରାଂଚ ତଦନ୍ତ ଏକ ପ୍ରହସନ ଏବଂ ଏହା ରାଜ୍ୟରେ ଅତୀତରେ କ୍ରାଇମ୍ ପଛର ପ୍ରକୃତ ସତ୍ୟତାକୁ ଲୋକ ଲୋଚନକୁ ଆଣିବା ପରିବର୍ତେ ତାହାକୁ ଘଂଟ ଘୋଡାଇଛି । ନବ ଦାସଙ୍କୁ ହତ୍ୟା ଘଟଣା କ୍ରାଇମ୍ ବ୍ରାଂଚ ଦ୍ୱାରା କଲେ ଏହାର ଭାଗ୍ୟ ମଧ୍ୟ ସେଇଆ ହେବ । ତେଣୁ ହାଇକୋର୍ଟର ଜଣେ ଅଧିଷ୍ଠିତ ବିଚାରପତି ଙ୍କ ତତ୍ୱାବଧାନରେ ଏସ୍‌.ଆଇ ଟି ଦ୍ୱାରା ଏହାର ତଦନ୍ତ ହେଉ ବୋଲି ଶ୍ରୀ ସୁଦର୍ଶନ ଦାସ ଦାବୀ କରିଥିଲେ ।

0
0
0
s2sdefault