ହେଡଲାଇନସ୍:

ସୁବର୍ଣ୍ଣପୁରରେ ୭୪ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ଆନନ୍ଦ ଉଲ୍ଲାସ ମଧ୍ୟରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି I ମାନ୍ୟବର ମନ୍ତ୍ରୀ ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ ପାନୀୟଜଳ ଯୋଗାଣ, ସୂଚନା ଓ ଲୋକ ସଂପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସକାଳ ୮.୩୦ ମି ସମୟରେ ରାମେଶ୍ଵର ସ୍ଥିତ ଷ୍ଟାଡିୟମ୍ ରେ ଜାତୀୟ ପତାକା ଉତ୍ତୋଳନ କରି ଜିଲ୍ଲା ବାସୀ ଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ l ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ମଞ୍ଚରେ ଉପସ୍ଥିତ ଥିଲେ l ପ୍ରାତଃ ସମୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସହରରେ ରାମଧୁନ ପରିବେଷଣ କରାଯାଇଥିବା. ବେଳେ ସକାଳ୬.୩୦ ମି ସମୟରେ ଜିଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ପ୍ରଶାସନ ର ବରିଷ୍ଠ ଅଧିକାରୀମାନେ ସହରସ୍ଥିତ ବିଭିନ୍ନ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ l ଷ୍ଟାଡିୟମ୍ ଠାରେ ପରେଡ କମାଣ୍ଡର ଆର ଆଇ ପ୍ରଦ୍ୟୁମ୍ନ କୁମାର ପଟେଲଙ୍କ ତତ୍ୱାବଧାନରେ ସମବେତ ପରେଡ୍ ରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରୁ ଅଂଶଗ୍ରହଣ କରିଥିବା ୩୭ ଟି ଦଳର ଅଭିବାଦନ ଗ୍ରହଣ କରି ମାନ୍ୟବର ମନ୍ତ୍ରୀ ଶ୍ରୀ ଅମାତ ଇତିହାସ ଐତିହ୍ୟ ରେ ପରିପୂର୍ଣ୍ଣ ସୁବର୍ଣ୍ଣପୁର ର ଗୌରବ ଗାଥା ମନେପକାଇ ଏହାର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ଙ୍କ ତରଫରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ସୂଚନା ଦେଇଥିଲେ I ବିଭିନ୍ନ ବିଭାଗର ଉନ୍ନୟନ ଓ କାର୍ଯ୍ୟକାରିତା ସମ୍ପର୍କିତ ପ୍ରଜ୍ଞାପନ ମେଢ଼ ପଡିଆରେ ପ୍ରଦର୍ଶିତ ହୋଇଥିଲା I ସେନ୍ଟ ଜେଭିଅର, ବିଶ୍ୱ ଭାରତୀ ଚିନ୍ତନ ଶିକ୍ଷା ନିକେତନ, ସାଇକୃପା ଏବଂ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ରଛାତ୍ରୀ ମାନେ ଚିତାକର୍ଷକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ I ଜନରାଜ୍ଯ ଦିବସ ପାଳନ ଅବସରରେ ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ବ୍ୟକ୍ତିବିଶେଷ, ସଂସ୍ଥା ଏବଂ କର୍ମଚାରୀ ମାନଙ୍କୁ ମଞ୍ଚରେ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ I ପ୍ୟାରେଡରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଏନ ସି ସି,ସ୍କାଉଟ ଗାଇଡ଼, ରେଡ଼କ୍ରସ, ସିଭିଲିଆନ ପରେଡ୍ ରେ ଉତ୍କୃଷ୍ଟ ପ୍ରଦର୍ଶନ ନିମନ୍ତେ ୮ ଟି ପରେଡ ଦଳଙ୍କୁ ବିଭିନ୍ନ ଟ୍ରଫି ସହ ସମ୍ମାନିତ କରାଯାଇଥିଲା l ଏହାପରେ ମନ୍ତ୍ରୀ ସ୍ଥାନୀୟ ଡାକ୍ତରଖାନାର ରୋଗୀମାନଙ୍କୁ ଏବଂ ଶିଶୁଗୃହ ର ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ ଓ ଫଳ ବଣ୍ଟନ କରିଥିଲେ ଓ ପରେପରେ ଝିଙ୍କି ଟିକିରା ଠାରେ ଜିଲ୍ଲା ବଣ ବିଭାଗ ତରଫରୁ ନବନିର୍ମିତ ପଞ୍ଚବଟୀ ଉଦ୍ୟାନ ପ୍ରମୋଦ ଉଦ୍ୟାନ କୁ ଉଦଘାଟନ କରି ସହର ବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ l ଉଦ୍ୟାନ ଲୋକାର୍ପଣ ଅବସରରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା,ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ,ବନଖଣ୍ଡ ଅଧିକାରୀ ନୀତିଶ କୁମାର, ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ସି ଡି ଓ ତଥା ଇ ଓ ଜିଲ୍ଲାପରିଷଦ ନିହାର ରଞ୍ଜନ କଁହର, ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ଏ ସି ଏଫ ପ୍ରଫୁଲ୍ଲ ଧରୁଆ, ତଥା ବନ ବିଭାଗର ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିଲେ l
ଦିବସ ପାଳନ ଅବସରରେ ନୂତନ ଟାଉନହଲ୍ ରେ ଏକ ପୁରସ୍କାର ବିତରଣ ଏବଂ ସାଂସ୍କୃତିକ ସନ୍ଧ୍ୟାର ଆୟୋଜନ କରାଯାଇଥିଲା l ଏଥିରେ ଗଣତନ୍ତ୍ର ଦିବସ ପାଇଁ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା I ସେଣ୍ଟ ଜାଭିଅର ସ୍କୁଲ, ସେନ୍ଟ ଆନି କନଭେଣ୍ଟ ସ୍କୁଲ, ସାହାରା ଟ୍ରଷ୍ଟ ହାଇସ୍କୁଲ, ବିଶ୍ଵଭାରତୀ ଚିନ୍ତନ ଶିକ୍ଷା ନିକେତନ ,ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ ,ଟ୍ରେଣ୍ଡି ଏକାଡେମି ର ଛାତ୍ରଛାତ୍ରୀମାନେ ଏବଂ ଶିଶୁ କଳାକାର ମାନେ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ I ଜିଲ୍ଲାପାଳଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ l ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ଵିନି କୁମାର ଭୋଇ ଏହାକୁ ପରିଚାଳନା କରିଥିବା ବେଳେ ଦିବସର ବିଭିନ୍ନ କାର୍ଯ୍ୟକ୍ରମ କୁ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ର ବିଦ୍ୟାପତି ପଣ୍ଡା ସଂଯୋଜନା କରିଥିଲେ I

 

0
0
0
s2sdefault