ହେଡଲାଇନସ୍:

ଭାରତ ଯୋଡ଼-ଓଡିଶା ପରିବର୍ତ୍ତନ ଯାତ୍ରା କଳାହାଣ୍ଡି ପରିକ୍ରମା କରି ନବରଙ୍ଗପୁର ରେ ପହଞ୍ଚିଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର /କେଶିଙ୍ଗା/ଭବାନୀପାଟଣା/ଜୁନାଗଡ - ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ବଲାଙ୍ଗୀର ଜିଲ୍ଲାର ବେଲଗାଁ ଠାରୁ ଆଜି ଭାରତ ଯୋଡ ଯାତ୍ରା-ଓଡିଶା ର ପଦଯାତ୍ରା ଆରମ୍ଭ ହୋଇ କଳାହାଣ୍ଡି ଜିଲ୍ଲାର ଅମାଟ,କେଶିଙ୍ଗା,ଭବାନୀପାଟଣା,ଜୁନାଗଡ, ମୋଟେର, କୋକସରା,ଆମ୍ବପାଣି ଆଦି ଅଞ୍ଚଳ ପରିକ୍ରମା କରିଥିଲା।କେଶିଙ୍ଗା ରେ କଳାହାଣ୍ଡି ଜିଲ୍ଲାର ସଭାପତି ଭାରତ ଭୂଷଣ ବେମାଲ,ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାଶ,ଯୁବ ନେତା ସାଗର ଦାଶ ଙ୍କ ସହ ବହୁ ଯୁବ,ମହିଳା,ଛାତ୍ର ନେତାମାନେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ସ୍ୱାଗତ କରି ସମ୍ବର୍ଦ୍ଧନା ଜଣାଇଥିବା ବେଳେ ସ୍ଥାନୀୟ ମହିଳା ମାନେ ପାରମ୍ପରିକ ରୀତିନୀତି ଅନୁଯାୟୀ ସ୍ୱାଗତ କରିଥିଲେ।
ଏହି ପରିପେକ୍ଷିରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଡଙ୍ଗରିଆ କନ୍ଧ, କୁଟିଆ କନ୍ଧ ଓ ଝରାଣିଆ କନ୍ଧଙ୍କର ଭିଟାମାଟି ନିୟମଗିରିକୁ ନବୀନ ସରକାର ବେଦାନ୍ତ କମ୍ପାନୀକୁ ସାଗମାଛ ଦରରେ ବିକୁଦେଉଥିବା ବେଳେ ମାନ୍ୟବର ରାହୁଲ ଗାନ୍ଧୀଙ୍କ ପ୍ରଚେଷ୍ଟା ଫଳରେ ନବୀନ ସରକାରଙ୍କର ଏହି ଘୁର୍ନ୍ୟ କାର୍ଯ୍ୟ ବନ୍ଦ ହୋଇପାରିଥିଲା।ରାହୁଲ ଗାନ୍ଧୀ ନିୟମଗିରି ଆସି ଏଠିକାର ଜନଜାତି ଲୋକଙ୍କ ସହ ମିଶିଥିଲେ ଏବଂ ନିଜକୁ ଆଦିବାସୀଙ୍କ ସିପାହୀ ବୋଲି ଘୋଷଣା କରିଥିଲେ।ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ମଧ୍ୟ ଅଭିଭକ୍ତ କଳାହାଣ୍ଡି ଜିଲ୍ଲାକୁ ଆସି ସାଧାରଣ ଜନତାଙ୍କ ଦୁଃଖ ଓ ଯନ୍ତ୍ରଣାକୁ ହୃଦୟଙ୍ଗମ କରିଥିଲେ।ମୋଦି ଓ ନବୀନ ଶାସନରେ କଳାହାଣ୍ଡିର ବିକାଶ ବାଧାପ୍ରାପ୍ତ ହୋଇଛି।ଏଠିକାର ଚାଷୀ ,ଯୁବକ,ମହିଳା,ଛାତ୍ର ଓ ଉପେକ୍ଷିତ ବର୍ଗଙ୍କ ଅସନ୍ତୋଷ ର ସ୍ୱର ଭାରତ ଯୋଡୋ ଯାତ୍ରା -ଓଡିଶା ରେ ପ୍ରକଟିତ ହୋଇଛି।କଳାହାଣ୍ଡି ବାସୀ ଚଳିତ ଦୂରବସ୍ଥା ର ପରିବର୍ତ୍ତନ ପାଇଁ ସଂକଳ୍ପ ନିଅନ୍ତୁ ଏବଂ ଏହି ଜନବିରୋଧୀ ଦୁଇ ସରକାରଙ୍କୁ ଆଗାମୀ ଦିନରେ ପ୍ରତ୍ୟାଖାନ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ଆଜି ପଦଯାତ୍ରା ସମୟରେ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ କେସିଙ୍ଗାରେ ଅମ୍ବାଜି ମନ୍ଦିର ଓ ଆମ୍ବପାଣି ର ବୁଢ଼ାରାଜ ମନ୍ଦିର ମଦିର ଯାଇଁ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରି ପୂଜାଅର୍ଚନା କରିଥିଲେ।
ଆଜିର ପଦଯାତ୍ରାରେ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଙ୍କ ସମେତ ଭକ୍ତ ଦାଶ,ଭାରତ ଭୂଷଣ ବେମାଲ,ସାଗର ଦାଶ,ବିଧାୟକ ସନ୍ତୋଷ ସିଂହ ସାଲୁଜା,ଅଧିରାଜ ମୋହନ ପାଣିଗ୍ରାହୀ,ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂହ ଭୋଇ,ବରିଷ୍ଠ କଂଗ୍ରେସ ନେତା ତଥା କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ,ବାଙ୍କନିଧି ବେହେରା,ସଞ୍ଜୟ ତ୍ରିପାଠୀ,ବିସ୍ମୟ ମହାପାତ୍ର, ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ,ନରୋତମ ନାୟକ,ସାଗର ପରିଡା,କୈଳାଶ ସାହୁ,କୁଳମଣି ସାହୁ ପରମାନନ୍ଦ ମାଝୀ,ତ୍ରିଲୋଚନ ପାଣିଗ୍ରାହୀ,ସରୋଜ ବାଗ, ମହେଦ୍ରୀ ସାହୁ,ରାମୁ ଜେନ,ବାସୁ ଜେନ,ତୁଲେଶ୍ୱର ନାୟକ,ରବୀନ୍ଦ୍ର କୁମାର ପାଟ୍ଟଯୋଶୀ,ତୁଷାର ରଞ୍ଜନ ପାଟ୍ଟଯୋଶୀ,ପୁରୁଷୋତ୍ତମ ଗୁପ୍ତା,ଦିଗମ୍ବର ଦୁରିଆ,ସମୀର ଚାନ୍ଦ ପ୍ରମୁଖ ବହୁ ଯୁବ,ମହିଳା,ଛାତ୍ର କର୍ମକର୍ତ୍ତା ମାନେ ଯୋଗଦେଇଥିଲେ।

0
0
0
s2sdefault