ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ): ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ ଅନ୍ତର୍ଗତ ଶ୍ରୀରାମ ମହାବିଦ୍ୟାଳୟର ୪୪ତମ ବାର୍ଷିକ ଉତ୍ସବ ତରଣୀସେନ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଅର୍ଥ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗଦାନ କରି ଓବିସି ଛାତ୍ରୀ ନିବାସ ପାଇଁ ୨.୦୮ କୋଟି ଅର୍ଥରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ । ସମ୍ମାନୀତ ଅତିଥି ଭାବେ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ , ଭଟଲି ବିଧାୟକ ଶୁଶାନ୍ତ ସିଂ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ , ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନିଲ ନରଭାନେ , ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଅମରେଶ କୁମାର ପଣ୍ଡା, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ , ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା, ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରମେଶ ଚନ୍ଦ୍ର ପୂଜାରୀ ଯୋଗଦାନ କରିଥିଲେ। ଉକ୍ତ ଉତ୍ସବରେ ଅଧ୍ୟାପକ ସୁରେନ୍ଦ୍ର କୁମାର ହୋତା ଅତିଥି ପରିଚୟ,ସ୍ବାଗତ ଭାଷଣ ସହ ମଞ୍ଚ ପରିଚାଳନା କରିଥିବାବେଳେ ଅଧ୍ୟାପକ ମୀନକେତନ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ।
ମହାବିଦ୍ୟାଳୟର ଛାତ୍ରୀ ସ୍ବପ୍ନା , ସ୍ମୃତି, ସୂର୍ଯ୍ୟକାନ୍ତୀ,ତପି ,ସୀମା,ରୋସନୀ ଓ ପଲ୍ଲବୀ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ସ୍ବର୍ଗତ ରାଧେଶ୍ୟାମ ପୂଜାରୀ(ମାଲୁ) ଙ୍କ ସ୍ମୃତିରେ ଗତ ବର୍ଷର ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ର ରୋସନ ପଣ୍ଡା ତଥା ଯୁକ୍ତ ତିନି ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀ ଅପର୍ଣ୍ଣା ଯୁଆଡି ମାନପତ୍ର ସହ ସମ୍ବର୍ଦ୍ଧିତ ହୋଇ ପରିଚାଳନା କମିଟିର ସଭାପତି ରମେଶ ଚନ୍ଦ୍ର ପୂଜାରୀଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ସ୍ବତନ୍ତ୍ର ଅର୍ଥରାଶି ପ୍ରଦାନ କରାଯାଇଅଛି । ବାର୍ଷିକ କ୍ରୀଡାରେ ଯୁକ୍ତ ଦୁଇ ବାଳକ ବିଭାଗରୁ ଓମ୍ ପ୍ରକାଶ ଭୁଏ, ବାଳିକା ବିଭାଗରୁ ରଶ୍ମୀ ପାଣ୍ଡେ ତଥା ଯୁକ୍ତ ତିନି ବାଳକ ବିଭାଗରୁ ଭୋଳାନାଥ ବାରିକ , ବାଳିକା ବିଭାଗରୁ ଚିନ୍ମୟୀ ନାଏକ ଚମ୍ପିୟାନମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ଗ୍ରନ୍ଥାଗାରର ସର୍ବଶ୍ରେଷ୍ଠ ପାଠକ ହିସାବରେ ଅଧ୍ୟାପକ ଶ୍ରୀ ଦେବେନ୍ଦ୍ର ଭୁଏଙ୍କୁ ପୁରସ୍କୃତ କରାଯାଇଥିଲା । ମହାବିଦ୍ୟାଳୟର ଆଲୁମନୀଦ୍ବାରା ସଂଗୃହିତ ଛଅ ଲକ୍ଷ ଅର୍ଥ ରାଶିକୁ ସରକାରଙ୍କୁ ପ୍ରଦାନ ସ୍ବରୂପ ଅର୍ଥମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ପ୍ରାଧ୍ୟାପକ ସଞ୍ଜୟ କୁମାର ମିଶ୍ର ମାନପତ୍ର ପଠନ କରିଥିବାବେଳେ ଅଧ୍ୟାପକ ଡଃ ଲିଙ୍ଗରାଜ ସାହୁ , ଟିକେଚାନ୍ଦ ବାଗ ଓ ମିଲନ ବର୍ଗେ ପୁରସ୍କାର ବିତରଣରେ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପିକା ବିଜୟଲକ୍ଷ୍ମୀ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।
ଦ୍ବିତୀୟ ଅଧିବେଶନରେ ଅଧ୍ୟାପକ ଡଃ ଲିଙ୍ଗରାଜ ସାହୁଙ୍କ ପରିଚାଳନାରେ ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏଥିରେ ଅଧ୍ୟାପକ ଡଃ ଦିଲିପ କୁମାର ସାହୁ, ଡ଼ଃ ଯୋଗେଶ ରାଉତ, ଅଧ୍ୟାପିକା ମୋନାଲିସା ମହାନ୍ତି, ଅଙ୍କିତା ସାହୁ, ସୁଜାତା ସାହୁ ସହଯୋଗ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ରାଜୁ ନନ୍ଦ ସମ୍ବଲପୁରୀ ରକ ଷ୍ଟାର ଆର୍କିଷ୍ଟା ପରିବେଷିତ ହୋଇଥିଲା । ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ସମେତ ଅଣ ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ । ମହାବିଦ୍ୟାଳୟକୁ ଭୂମି ଓ ଅର୍ଥ ଦାନ କରିଥିବା ପରିବାର ସଦସ୍ୟ, ପ୍ରାକ୍ତନ କର୍ମଚାରୀ, ଆଲୁମନିର ସମସ୍ତ ସଦସ୍ୟ, ଅଞ୍ଚଳର ବିଜ୍ଞପ୍ରାଜ୍ଞ ବ୍ୟକ୍ତି ତଥା ସମସ୍ତ ଛାତ୍ରଛାତ୍ରୀ ଏହି ବାର୍ଷିକ ଉତ୍ସବରେ ସାମିଲ ହୋଇଥିଲେ ।